Advertisment

ବିବାଦୀୟ ଆଇଆଇସି ସ୍ନିଗ୍ଧାରାଣୀ ସୁନା ସସ୍‌ପେଣ୍ଡ

ସୁନାଙ୍କ ନିଲମ୍ବନ ନେଇ ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଅଦ୍ୟତନ ହୋଇଛି
IIC snigdharani Suna

IIC snigdharani Suna

Advertisment

ନିଲମ୍ବିତ ହେଲେ ବିବାଦୀୟ ଆଇଆଇସି ସ୍ନିଗ୍ଧାରାଣୀ ସୁନା। ସୁନାଙ୍କ ନିଲମ୍ବନ ନେଇ ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସୁନାଙ୍କ ଗାଡ଼ି ଧକ୍କାରେ ୩ ଜଣଙ୍କ ମୃତ୍ୟୁକୁ ନେଇ ବିବାଦରେ ଥିଲେ।

Advertisment

ଗତ ଜୁଲାଇ ୧୨ରେ ଭୋର ପ୍ରାୟ ୪ଟା ବେଳେ ବଲାଙ୍ଗିର ଜିଲ୍ଲା ରାଘବପାଲିରୁ ଅଟୋରେ ପରିବା ଧରି ୮ ଜଣ ବ୍ୟବସାୟୀ ସୋନ୍‌ପୁର ହାଟକୁ ଆସୁଥିଲେ । ସେମାନେ ୫୭ ନମ୍ୱର ଜାତୀୟ ରାଜପଥର ବଡ଼ବାହାଲି ଛକରେ ଅଟକ ଜଣେ ବାଇକ୍‌ ଚାଳକ ସହିତ କଥା ହେଉଥିଲେ । ଠିକ୍‌ ଏହି ସମୟରେ ସମ୍ମୁଖରୁ ଆସୁଥିବା କାର୍‌ ସେମାନଙ୍କୁ ଧକ୍କା ଦେଇଥିଲା।

ଦୁର୍ଘଟଣା ଘଟାଇଥିବା କାର୍‌ ଆଇଆଇସି ସ୍ନିଗ୍ଧାରାଣୀ ସୁନାଙ୍କ ବୋଲି ଜଣାପଡ଼ିଥିଲା।  ପୁରୀରୁ ସୁନାବେଶ ଡ୍ୟୁଟିସାରି ଫେରିବା ବେଳେ ସଂଧ୍ୟାରାଣୀ ସୁନାଙ୍କ କାର୍‌ ଏକ ଅଟୋକୁ ପିଟିଥିଲା। ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ଓ ୫ ଜଣ ଗୁରୁତର ହୋଇଥିଲେ । ଆହତଙ୍କୁ ହସ୍ପିଟାଲ ନେବା ପରିବର୍ତ୍ତେ ଖସି ପଳାଇଥିଲେ ଇନ୍ସପେକ୍ଟର ।

Advertisment
IIC Snigdharani Suna
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ