Advertisment

ଦାନ୍ତେୱାଡାରେ ନକ୍ସଲ ହମ୍‌ଲା ଘଟଣାରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଲେ ଆଇଜି

ଦନ୍ତେୱାଡାର ଅରଣପୁର ନିକଟ ଜଙ୍ଗଲିଆ ରାସ୍ତାର ଉଭୟ ପଟେ ପଡିଥିଲା ବୀର ସହିଦ ଯବାନଙ୍କ ଶରୀର। ମାଓ ବିରୋଧୀ ଅପରେସନ୍‌ କରିବାକୁ ଯାଇ କେମିତି ନକ୍ସଲଙ୍କ ଜାଲରେ ପଡିଗଲେ ତାହା ଚକିତ କରୁଥିବା ବେଳେ ବସ୍ତର ଆଇଜି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି।

ଅଦ୍ୟତନ ହୋଇଛି
Dantewada Naxal Attack

IG shares important info on naxal attack

Advertisment

ଛତିଶଗଡର ଦାନ୍ତେୱାଡାରେ ନକ୍ସଲଙ୍କ ବଡ ହମଲା ଥିଲା ଯୋଜନାବଦ୍ଧ। ମାଓ ଅପରେସନରେ ଯାଇଥିବା ଯବାନଙ୍କ ଗାଡିକୁ IED ବିସ୍ଫୋରଣ କରି ଉଡାଇଦେଇଥିଲେ ମାଓବାଦୀ। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଗାଡି ହୋଇଯାଇଥିଲା ଖଣ୍ଡ ଖଣ୍ଡ। ଆଉ, ବିସ୍ଫୋରଣ ସ୍ଥଳରେ ସୃଷ୍ଟି ହୋଇଛି ବିରାଟ ଗାତ। ସତେ ଯେମିତି ରକ୍ତର ହୋଲି ଖେଳିଥିଲେ ମାଓବାଦୀ। 

Advertisment

ଦନ୍ତେୱାଡାର ଅରଣପୁର ନିକଟ ଜଙ୍ଗଲିଆ ରାସ୍ତାର ଉଭୟ ପଟେ ପଡିଥିଲା ବୀର ସହିଦ ଯବାନଙ୍କ ଶରୀର। ମାଓ ବିରୋଧୀ ଅପରେସନ୍‌ କରିବାକୁ ଯାଇ କେମିତି ନକ୍ସଲଙ୍କ ଜାଲରେ ପଡିଗଲେ ତାହା ଚକିତ କରୁଥିବା ବେଳେ ବସ୍ତର ଆଇଜି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। 

ଦନ୍ତେୱାଡ଼ା ନକ୍ସଲ ହମଲାରେ ୧୦ ଯବାନ ସହିଦ ଘଟଣା ସଂପର୍କରେ ବସ୍ତର ଆଇଜି ପି.ସୁନ୍ଦରରାଜ କହିଛନ୍ତି ଯେ ପୂର୍ବରୁ ନକ୍ସଲ ରାସ୍ତାରେ ବୋମା ପୋତିଥିଲେ। ୨ମାସ ପୂର୍ବରୁ ରାସ୍ତାରେ ବୋମା ପୋତାଯାଇଥିଲା।

Advertisment

ପୋତାଯାଇଥିବା ବୋମାରେ ୩୦/୪୦ କେଜି ବିସ୍ଫୋରକ ଥିଲା। ସ୍କାନରରୁ ରକ୍ଷା ପାଇବାକୁ ଗଭୀରରେ ପୋତା ଯାଇଥିଲା ବୋମା। ବୋମାକୁ ସଂଯୋଗ କରୁଥିବା ତାର ୩/୪ ଇଞ୍ଚ ମାଟିତଳେ ଯାଇଥିଲା। ଦୀର୍ଘଦିନରୁ ନିଆଯାଇଥିବା ତାର ଉପରେ ଘାସ ଉଠିଯାଇଥିଲା। ଘାସ ଥିବାରୁ ତାର ଦେଖାଯାଉନଥିଲା, ସ୍କାନର ପାଇନଥିବା ଆଇଜି କହିଛନ୍ତି।

Naxal Attack Naxal Attack In Chhattisgarh Chhattisgarh Naxal Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ