Advertisment

Sarthak Saurav Mohapatra: ମୋ ଛଡ଼ା ମୋ ମାଆର ଆଉ କେହି ନାହାନ୍ତି, କେସ୍ ଲଢ଼ିବି କହିଲେ ଓଏଏସ୍ ଅଧିକାରୀ ସାର୍ଥକ

ମାଆଙ୍କୁ ମୁଁ ସମୟ ଦେଲେ ଯେମିତି ଅପରାଧ କରିଦେଲି, ଭାବିଥିଲି ଛୁଆ ହେଲେ ସବୁ ସ୍ବାଭାବିକ ହୋଇଯିବ କିନ୍ତୁ ସେମିତି କିଛି ହେଲାନି ବୋଲି ସେ କହିଛନ୍ତି । ଛୁଆ ଜନ୍ମବେଳେ ହସ୍ପିଟାଲରେ ୩ ଦିନ ରହି ସାର୍ଥକ ସବୁ ସେବା କରିଥିବା କହିଛନ୍ତି । କୋର୍ଟଙ୍କ ଉପରେ ଭରସା ଅଛି, ଜଗନ୍ନାଥଙ୍କ ଉପରେ ଭରସା ଅଛି ବୋଲି ସେ କହିଛନ୍ତି ।

Sarthak Saurav

Sarthak Saurav

Advertisment

ମୁଁ ଅତୁଲ ସୁଭାଷ ନୁହେଁ, ଶେଷ ପର୍ଯ୍ୟନ୍ତ ଲଢ଼େଇ କରିବି । ଭୁବନେଶ୍ୱର ମହିଳା ଥାନାରୁ ବାହାରିବା ପରେ OAS ଅଧିକାରୀ ସାର୍ଥକ ସୌରଭଙ୍କର ଏହା ହେଉଛି ପ୍ରତିକ୍ରିୟା । ପତ୍ନୀ ଅର୍ଚ୍ଚନା ଦାସଙ୍କ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ସାର୍ଥକ ସୌରଭ । ସେ କହିଛନ୍ତି ଯେ ମୋ ଛଡ଼ା ମାଆର କେହି ନାହାନ୍ତି; ମାଆ, ଭଉଣୀଙ୍କୁ ସପୋର୍ଟ ଦରକାର । ପତ୍ନୀ କେବେ ସପୋର୍ଟ ଦେଉ ନଥିଲେ ।

Advertisment

ମାଆଙ୍କୁ ମୁଁ ସମୟ ଦେଲେ ଯେମିତି ଅପରାଧ କରିଦେଲି, ଭାବିଥିଲି ଛୁଆ ହେଲେ ସବୁ ସ୍ବାଭାବିକ ହୋଇଯିବ କିନ୍ତୁ ସେମିତି କିଛି ହେଲାନି ବୋଲି ସେ କହିଛନ୍ତି । ଛୁଆ ଜନ୍ମବେଳେ ହସ୍ପିଟାଲରେ ୩ ଦିନ ରହି ସାର୍ଥକ ସବୁ ସେବା କରିଥିବା କହିଛନ୍ତି । କୋର୍ଟଙ୍କ ଉପରେ ଭରସା ଅଛି, ଜଗନ୍ନାଥଙ୍କ ଉପରେ ଭରସା ଅଛି ବୋଲି ସେ କହିଛନ୍ତି ।

ସ୍ତ୍ରୀ ସାଂଘାତିକ ଅଭିଯୋଗ ଆଣିବା ପରେ OAS ସାର୍ଥକ ସୌରଭ ମହାପାତ୍ର ମହିଳା ଥାନାରେ ହାଜର ହୋଇଥିଲେ । ସାର୍ଥକଙ୍କ ନାଁରେ ତାଙ୍କ ଇଂଜିନିୟର ପତ୍ନୀ ଆଣିଛନ୍ତି ସଙ୍ଗୀନ୍ ଅଭିଯୋଗ। ତାଙ୍କ ପତ୍ନୀ ଭୁବନେଶ୍ବର ମହିଳା ଥାନାରେ ଏତଲା ଦେଇଛନ୍ତି। ମାଆ ହେବା ପରେ ପତ୍ନୀ ଓ ପୁଅକୁ ଓଏଏସ ଅଧିକାରୀ ପଚାରୁ ନଥିବା ଅଭିଯୋଗ କରିଛନ୍ତି। ସେହିଭଳି ଏତଲାରେ ସ୍ୱାମୀଙ୍କ ସହ ଶାଶୁ ଓ ନଣନ୍ଦଙ୍କ ନାଁରେ ମଧ୍ୟ ନିର୍ଯାତନାର ଅଭିଯୋଗ ଆଣିଛନ୍ତି ପତ୍ନୀ। ଅଭିଯୋଗକାରିଣୀ ଅର୍ଚ୍ଚନା ଦାସ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବରେ କାର୍ଯ୍ୟ କରନ୍ତି।

Advertisment

ମେ’ ୧୦ ରେ ଅର୍ଚ୍ଚନା ଏକ ଘରୋଇ ହସ୍ପିଟାଲରରେ ଗୋଟିଏ ଶିଶୁପୁତ୍ର ଜନ୍ମ ଦେଇଥିଲେ। ହସ୍ପିଟାଲ ବେଡ଼ରେ ନବଜାତ ଶିଶୁ ଓ ସ୍ତ୍ରୀ ଙ୍କୁ ଛାଡି ଚାଲିଯାଇଥିଲେ ସ୍ୱାମୀ ସାର୍ଥକ ସୌରଭ ମହାପାତ୍ର। ସେବେଠୁ ସ୍ବାମୀ ଆଉ ସମ୍ପର୍କରେ ନଥିବା ଏତଲାରେ ଉଲ୍ଲେଖ କରିଛନ୍ତି ଅର୍ଚ୍ଚନା । ତେବେ ସାର୍ଥକଙ୍କ ପ୍ରତିକ୍ରିୟା ଉପରେ ଅର୍ଚ୍ଚନାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

ଅଧିକ ପଢ଼ନ୍ତୁ: OTET ପ୍ରଶ୍ନପତ୍ର ଲିକ୍ ଘଟଣାରେ ରହିଛି ଶିକ୍ଷକଙ୍କ ସଂପୃକ୍ତି, କହିଲା କ୍ରାଇମବ୍ରାଞ୍ଚ 

Advertisment
Crimes In Odisha Domestic Violence OAS
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ