Advertisment

ପାରିବାରିକ କଳହର କରୁଣ ପରିଣତି; ସାତ ଜନ୍ମର ସାଥୀକୁ ପଥର ଛେଚି ହତ୍ୟା କଲା ସ୍ୱାମୀ

ସାତ ଜନମର ସାଥୀ ହେବା ପାଇଁ ଘରକୁ ଆଣିଥିଲେ। ହେଲେ ଏଇ ଜନମରେ ସାତ ଜନମର ସାଥୀକୁ ମାରିଦେଲା ସ୍ୱାମୀ।

Husband Killed Wife

Husband Killed Wife

Advertisment

ପାରିବାରିକ କଳହରୁ ସ୍ତ୍ରୀକୁ ପଥରରେ ଛେଚି ହତ୍ୟା କଲା ସ୍ୱାମୀ । ଏଭଳି କିଛି ଅଭାବନୀୟ ଘଟଣା ଘଟିଛି ଗଜପତି ମୋହନା ଥାନା ଭଲିଆଗଣି ଗାଁରେ । ମୃତକ ଜଣକ ହେଲେ, ସେହି ଗାଁର ସୁକାନ୍ତି ନାୟକ । ଗତକାଲି ରାତିରେ କୋଣସି କାରଣରୁ ସ୍ୱାମୀ ଭଗବାନ ନାୟକ ଘରକୁ ଆସି ପତ୍ନୀ ସହ ଝଗଡ଼ା କରିଥିଲା । ଉତ୍ୟକ୍ତ ହୋଇ ପତ୍ନୀ ସୁକାନ୍ତିକୁ ପଥରରେ ଛେଚି ହତ୍ୟା କରିଛି ସ୍ୱାମୀ । ଘଟଣାସ୍ଥଳରେ ଥିବା ସୁକାନ୍ତୀଙ୍କ ଭାଇ ଏସବୁ ଦେଖି ପୋଲିସକୁ ଖବର ଦେଇଥିଲେ । ମୃତଦେହ ଜବତ କରିବା ସହ ଅଭିଯୁକ୍ତ ସ୍ୱାମୀ ଭଗବାନକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ୍ ।

Advertisment

ଗଜପତି ଜିଲ୍ଲା ମୋହନା ଥାନା ଭଲିଆଗଣି ଗାଁର ଭଗବାନ ନାୟକ ଓ ତାଙ୍କ ପତ୍ନୀ ସୁକାନ୍ତି ନାୟକଙ୍କ ମଧ୍ୟରେ ଅନେକ ସମୟରେ ପାରିବାରିକ ଗଣ୍ଡଗୋଳ ଘଟିଥାଏ। କିନ୍ତୁ ଶନିବାର ରାତିରେ ଉଭୟଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଭଗବାନ ତାଙ୍କ ପତ୍ନୀ ସୁକାନ୍ତିଙ୍କୁ ଅତି ବୀଭତ୍ସଭାବେ ପଥରରେ ଛେଚି ହତ୍ୟା କରିଥିବା ଅଭିଯୋଗ ହୋଇଛି। ସାହି ପଡ଼ିଶାଙ୍କଠାରୁ ଖବର ପାଇ ମୋହନା ଥାନା ପୁଲିସ ଗାଁରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ହତ୍ୟା ଅଭିଯୋଗ ସ୍ୱାମୀ ଭଗବାନକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।

Crime Husband Killed Wife
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ