୧୧ ବର୍ଷ ଧରି ପତ୍ନୀଙ୍କୁ ଅତ୍ୟାଚାର କରି ଆସୁଥିଲେ; ଶେଷରେ ଜୀବନ ନେଇଗଲେ

ସ୍ୱାମୀ ପାଲଟିଲା ସଇତାନ୍‌ । ନିଜ ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ୱାମୀ । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଆଇଁଲାଛାଟ ଗାଁରେ ଏଭଳି ଏକ ଅଭାବନିୟ ଘଟଣା ଦେଖିବାକୁ ମିଳିଛି । ଆଇଁଲାଛାଟ ଗାଁ ଶଙ୍କର ଦେହେରି ନାମଙ୍କ ବ୍ୟକ୍ତି ତାଙ୍କ ପତ୍ନୀ ମମତା ଦେହୁରୀଙ୍କୁ ଏଭଳି ପିଟି ପିଟି ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ କରାଯାଇଛି ।

ସୂଚନା ଅନୁସାରେ, ଶଙ୍କର ଦେହେରି ଗତ ୧୧ ବର୍ଷ ତଳେ ବହଳପଦର ଗାଁରେ ବିବାହ କରିଥିଲେ । ତେବେ ବିବାହ ପରଠାରୁ ହିଁ ବିଭିନ୍ନ ସମୟରେ ସ୍ତ୍ରୀକୁ ମାଡ ମାଡମାରି ଆସୁଥିଲେ ଶଙ୍କର । ଗତକାଲି ମଧ୍ୟ କୌଣସି ଏକ କାରଣରୁ ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା । ସେଥିରେ ଉତକ୍ଷିତ ହୋଇ ଶଙ୍କର ନିଜ ସ୍ତ୍ରୀକୁ ନିସ୍ତୁକ ମାଡ ମାରିଥିଲେ ।

ଗୁରୁତର ଅବସ୍ଥାରେ ମମତାଙ୍କୁ ଉଲୁଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ହୋଇଛି । ଘଟଣାସ୍ଥଳରୁ ଉଲୁଣ୍ଡା ପୋଲିସ ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।