ଶୋଇଥିଲେ ସ୍ୱାମୀସ୍ତ୍ରୀ, ଘରେ ପଶି ଉଭୟଙ୍କୁ ବ୍ଲେଡରେ କାଟି ପକାଇଲା ଦୁର୍ବୃତ୍ତ

ରାତି ଅଧରେ ନିଶାସକ୍ତ ଅବସ୍ଥାରେ ଘରେ ପଶିଲା.. ସ୍ୱାମୀ ସ୍ତ୍ରୀଙ୍କୁ ବ୍ଲେଡରେ ଆକ୍ରମଣ କଲା.. ସ୍ୱାମୀ ଗୁରୁତର, ସ୍ତ୍ରୀଙ୍କ ଅବସ୍ଥା ସୁଧୁରୁଛି

Husband and wife critical after being attacked by blade i

ସ୍ୱାମୀ ସ୍ତ୍ରୀଙ୍କୁ ଦୁର୍ବୃତ୍ତର ଆକ୍ରମଣ । ଗତକାଲି ମଧ୍ୟରାତ୍ରିରେ ବ୍ଲେଡରେ ଆକ୍ରମଣ କରିଛି ଦୁର୍ବୃତ୍ତ । ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ପାଣ୍ଡରା ଛକରେ ଥିବା କିମ୍ଭିରିଆ ବସ୍ତିରେ ଏହି ଘଟଣା ଘଟିଛି । ଏହି ବସ୍ତିର ସତ୍ୟଘନ ସ୍ୱାଇଁ ଓ ତାଙ୍କ ସ୍ତ୍ରୀଙ୍କୁ ବ୍ଲେଡରେ ଆକ୍ରମଣ କରିଥିଲା ଜଣେ ଯୁବକ । ସେ ନିଶାସକ୍ତ ଅବସ୍ଥାରେ ଉଭୟଙ୍କୁ ଆକ୍ରମଣ କରିଛି । ଅନ୍ୟପଟେ ସ୍ୱାମୀସ୍ତ୍ରୀଙ୍କୁ ଅବସ୍ଥା ବର୍ତ୍ତମାନ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି ହୋଇଛନ୍ତି।

ସୂଚନା ଅନୁସାରେ ପ୍ରେମରେ ବିଫଳତା ପାଇଁ ଏଭଳି ନାରକୀୟ କାଣ୍ଡ ଘଟାଇଛି ଦୁର୍ବୃତ୍ତ । ସ୍ୱାମୀସ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଯୁବକ ଜଣକ ପାଖ ବସ୍ତିର ବୋଲି ଜଣାପଡ଼ିଛି । ଗତ କାଲି ଅଧରାତିରେ ଶୋଇଥିବା ବେଳେ ଯୁବକ ଜଣକ ଘରେ ପଶି ସ୍ୱାମୀସ୍ତ୍ରୀଙ୍କୁ ଆକ୍ରମଣ କରି ଫେରାର ମାରିଥିଲା । ଏଥିରେ ସ୍ୱାମୀ ସତ୍ୟଘନଙ୍କ ଅବସ୍ଥା ସଂକଟାପନ୍ନ ଥିବା ଜଣାପଡ଼ିଛି । ଅନ୍ୟପରେ ତାଙ୍କ ସ୍ତ୍ରୀଙ୍କ ଅବସ୍ଥା ସୁଧୁରୁଛି ।

ଅଭିଯୋଗ ପରେ ପୋଲିସ ଏହି ଘଟଣାର ତନାଘନା ଆରମ୍ଭ କରିଛି । କେଉଁ ଅବସ୍ଥାରେ ଯୁବକ ଜଣକ ଏଭଳି କାଣ୍ଡ ଭିଆଇଲେ । କେବଳ ପ୍ରେମ ନା ଆଉ କେଉଁ ଶତ୍ରୁତା ରହିଛି, ସେସମ୍ପର୍କରେ ଛାନଭିନ୍ ଜାରି ରହିଛି ।