Advertisment

ଜଙ୍ଗଲରୁ ମିଳିଲା ମଣିଷ ଖପୁରୀ ଓ ମେରୁଦଣ୍ଡ ହାଡ଼

ଘଞ୍ଚ ଜଙ୍ଗଲ ଭିତରୁ ମିଳିଲା ନର କଙ୍କାଳ। ଏହା ହତ୍ୟା ନା ଆତ୍ମହତ୍ୟା, ତାହା ଜଣାପଡ଼ି ନାହିଁ।

ଅଦ୍ୟତନ ହୋଇଛି
Balangir Skeleton Rescue

Human Skeletons

Advertisment

ବଲାଙ୍ଗୀର ତୁରେକେଲା ଥାନା ରେଲୱେ ଷ୍ଟେସନ ପାଖ ବେଲବାଞ୍ଜି ଜଙ୍ଗଲରୁ ନରକଙ୍କାଳ ଠାବ। ହତ୍ୟାକାଣ୍ଡ ସନ୍ଦେହରେ ତୁରେକେଲା ପୋଲିସ ଓ କଣ୍ଟାବାଞ୍ଜି ଏସଡିପିଓ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି l ମହନିଲହ ଗାଁକୁ ଲାଗି ରହିଛି ବେଳବାଞ୍ଜି ଜଙ୍ଗଲ । ଏହି ଗାଁର ଜଣେ ଛେଳି ଚରାଳି ସେଠି ଏକ ମଣିଷ ଖପୁରୀ ଓ ମେରୁଦଣ୍ଡ ହାଡ଼ ପଡିଥିବା ଦେଖିଥିଲେ ।

Advertisment

ଖବର ପାଇ ପୋଲିସ୍ ଆସି ଛାନବିନ୍ ଚଳାଇଛି । ସାଇଣ୍ଟିଫିକ ଟିମ୍  ଆସିଲା ପରେ ତଦନ୍ତ ଆଗେଇବ ବୋଲି କଣ୍ଟାବାଞ୍ଜି ଏସଡିପିଓ ସୂଚନା ଦେଇଛନ୍ତି । ମହନିଲହ ଗାଁକୁ ଲାଗି ରହିଛି ବେଳବାଞ୍ଜି ଜଙ୍ଗଲ।  ଆଜି ସକାଳେ ଜଣେ ଗ୍ରାମବାସୀ ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିଲେ। ଏହି ସମୟରେ ଜଙ୍ଗଲ ଭିତରେ ମଣିଷ ଖପୁରୀ ଓ ମେରୁଦଣ୍ଡ ହାଡ଼ ଓ ଏକ କପଡ଼ା ପଡିଥିବା ଦେଖିବାକୁ ପାଇଥିଲେ।  ଏନେଇ ଘଟଣାସମ୍ପର୍କରେ ଗ୍ରାମବାସୀଙ୍କୁ ଜଣାଇଥିଲେ। ଗ୍ରାମବାସୀ ଏନେଇ ପୋଲିସକୁ ଜଣାଇଥିଲେ। ପୋଲିସ ପହଞ୍ଚି ତଦନ୍ତ କରୁଛି।

ଏହା ମହିଳା କି ପୁରୁଷର କଙ୍କାଳ ତାହା ଅସ୍ପଷ୍ଟ ରହିଛି। ଜଙ୍ଗଲ ଭିତରେ କେହି ଦୁ‍ର୍ବୃତ୍ତ କାହାକୁ ହତ୍ୟା କରି ଫିଙ୍ଗିଦେଇଥିବା ସନ୍ଦେହ କରାଯାଉଛି। ସାଇଣ୍ଟିଫିକ ଟିମ୍ ଆସିଲା ପରେ ତଦନ୍ତ ଆଗେଇବ ବୋଲିକଣ୍ଟାବାଞ୍ଜି ଏସଡିପିଓ ସୂଚନା ଦେଇଛନ୍ତି।

Advertisment
Human Skeletons
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ