Advertisment

ପୋଲ ତଳୁ ମିଳିଲା କଙ୍କାଳ, ଫରେନସିକ୍ ଟିମ୍ ପହଞ୍ଚି କରୁଛି ଖୋଳତାଡ଼

କୋଇଡା କାଲଟା ଫାଣ୍ଡି ଅଞ୍ଚଳରେ ପୋଲ ତଳୁ ମିଳିଲା କଙ୍କାଳ । ପୋଲିସ୍ ଓ ଫରେନସିକ୍ ଟିମ୍ ପହଞ୍ଚି କରୁଛି ଖୋଳତାଡ଼ । କଙ୍କାଳ ପାଖରୁ ମିଳିଲା ବ୍ୟାଗ୍, କିଛି କାଗଜପତ୍ର ଜବତ ।

Skeleton Found Under Bridge

Skeleton Found Under Bridge

Advertisment

ପୋଲ ତଳୁ ମିଳିଲା କଙ୍କାଳ। ସୁନ୍ଦରଗଡ଼ କୋଇଡା ଥାନା କାଲଟା ଫାଣ୍ଡି ଅଧୀନସ୍ଥ ଜାତୀୟ ରାଜପଥ ପୋଲ ତଳୁ ଏକ କଙ୍କାଳ ଉଦ୍ଧାର କରିଛି କୋଇଡ଼ା ପୋଲିସ। ଫରେନସିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ଼ ଆରମ୍ଭ କରିଛି। କଙ୍କାଳ ପାଖରେ ଏକ ବ୍ୟାଗ୍ ପଡ଼ି ରହିଛି। ଯେଉଁଥିରେ ୪୦ ବର୍ଷୀୟ କୋଇଡା ବ୍ଲକ୍ କୁସୁମଡିହି ଗାଁର ମନୋଜ ପାସୱାନ ନାମକ ବ୍ୟକ୍ତିଙ୍କ ଆଧାର କାର୍ଡ, ଫଟୋ ଓ ଅନ୍ୟାନ୍ୟ ଡକ୍ୟୁମେଣ୍ଟ ମିଳିଛି।

Advertisment

ସୁଚନାଯାୟୀ ମନୋଜ ପାସୱାନ ଛତିଶଗଡ଼ରୁ ଆସି କୁସୁମଡିହିରେ ବହୁ ବର୍ଷ ଧରି ରହୁଥିଲେ। ତେବେ ମନୋଜଙ୍କ ଏହି କଙ୍କାଳ ସହ କଣ ଲିଙ୍କ୍ ରହିଛି ନା ନାହିଁ ସେନେଇ ଅଧିକ ତଦନ୍ତ କରୁଛି ପୋଲିସ୍।

Sundargarh Skeleton
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ