ହାଣ୍ଡି ହାଣ୍ଡି ହାଣ୍ଡିଆ, ପୋଲିସ୍ ବାଡ଼େଇ ଭାଙ୍ଗିଲା

ସାଲିଆ ସାହି ବସ୍ତିରେ ହଠାତ୍ ଚଢ଼ାଉ କଲା ପୋଲିସ୍। ଶହ ଶହ ଡେକ୍ଚି ବାଡ଼େଇ ଭାଙ୍ଗିଲା। ତାଲା ଭାଙ୍ଗିଲା। ବସ୍ତିରେ ମଦର ହ୍ରଦ ବହିଲା।

Liquor Destroyed , Odisha

ରାଜାଧାନୀର ସାଲିଆ ସାହିରେ ଦେଶୀ ମଦର ବନ୍ୟା । ରାସ୍ତା ଉପରେ ଭାସୁଛି ମଦ । ସାଲିଆସାହିରେ ଦେଶୀମଦ ବେପାର ଚାଲିଥିବା ଖବର ପାଇ ପୋଲିସ ଓ ଅବକାରୀ ବିଭାଗର ଚଢାଉ ପରେ ରାସ୍ତା ଉରେ ଢାଳି ଦିଆଇଥିବା ଦେଖିବାକୁ ମିଳିଛି।  କମିଶନରେଟ ପୋଲିସର ତିନୋଟି ସ୍ୱତନ୍ତ୍ର ଟିମ୍ ଚଢାଉ ବେଳେ ୧୦ ହଜାର ଲିଟରରୁ ଅଧିକ ପୋଚ ନଷ୍ଟ କରିଛନ୍ତି । ଏଥିସହ ୧୫ରୁ ଅଧିକ ଦେଶି ମଦ ତିଆରି କାରଖାନା ଭାଙ୍ଗିଛନ୍ତି ।

ଚଢାଉରେ ୩ ପ୍ଲାଟୁନ ଫୋର୍ସ ସହ ମଞ୍ଚେଶ୍ୱର, ସହିଦନଗର ଓ ନୟାପଲ୍ଲୀ ପୋଲିସ ସାମିଲ ହୋଇଥିଲା। ଆଜି ସଦଳବଳେ ପୋଲିସ ଫୋର୍ସ  ସାଲିଆସାହି ବସ୍ତିରେ ପଶିଥିଲା । ପୋଲିସକୁ ଦେଖି ଛତ୍ରଭଙ୍ଗ ଦେବାକୁ ଉଦ୍ୟମ କରିଥିଲେ ଦେଶି ମଦ ରନ୍ଧାଳୀ। ପୋଲିସ ଘଟଣାସ୍ଥଳରୁ ୬ ଜଣଙ୍କୁ ଗିରଫ କରିବା ସହ ମଦ ପ୍ରସ୍ତୁତ ସରଞ୍ଜାମ ଜବତ କରିଛି  ।