ପୁଣି ମିଳିଲା ପେଟି ପେଟି ଟଙ୍କା । ଆଉ ଜଣେ ମଦଭାଟି ମ୍ୟାନେଜରଙ୍କ ଘରେ ପୁଣି ଠାବ ହେଲା ଟଙ୍କାର ପାହାଡ଼ । ବଲାଙ୍ଗିର ଜିଲ୍ଲା ସୁଦପଡ଼ା ସ୍ଥିତ ମଦଭାଟି ମ୍ୟାନେଜର ବଣ୍ଟିଙ୍କ ଘରେ ଆୟକର ବିଭାଗ ଚଢ଼ାଉ କରି ପ୍ରାୟ ୨୦ ପେଟି ଟଙ୍କା ଜବତ କରିଛି ।
ପୋଲିସ୍ ଉପସ୍ଥିତିରେ ଆୟକର ଟିମ୍ ସଦସ୍ୟ ଏହାକୁ ଜବତ କରି SBI ଶାଖାକୁ ନେଇଛନ୍ତି । ପ୍ରଥମେ ମ୍ୟାନେଜର ବଣ୍ଟିଙ୍କ ଘରୁ ଟଙ୍କାକୁ ବ୍ୟାଗ୍ ଓ ପେଟିରେ ଭରି ପିକ୍ଅପ୍ ଭ୍ୟାନ୍ରେ ଲୋଡ୍ କରିଥିଲେ ଆୟକର ଟିମ୍ । ଏହାପରେ ସବୁ ଟଙ୍କାକୁ ଷ୍ଟେଟ୍ ବ୍ୟାଙ୍କକୁ ନିଆଯାଇଥିଲା ।
ପାଖ ବ୍ୟାଙ୍କରୁ ପ୍ରାୟ ୧୦ଟି ଟଙ୍କା ଗଣିବା ମେସିନ୍ ମଗାଯାଇଛି । ଟଙ୍କା ଗଣିବା ବେଳେ ମେସିନ ଖରାପ ହୋଇଯାଉଥିବା ମଧ୍ୟ କୁହାଯାଉଛି । ଏଠାରେ ପ୍ରଶ୍ନ ଉଠୁଛି, ଏତେ ଟଙ୍କା କେଉଁଠୁ ଆସିଲା ? କିଏ ରଖିଥିଲା ? କାହାର ଏହି ଟଙ୍କା, ଏସବୁକୁ ନେଇ ଏବେ ତଦନ୍ତ ଚାଲିଛି ।