ବୟସ ୧୮, ପାଠ ପଢ଼ିଛନ୍ତି ଦଶମ, ୨ ଲକ୍ଷ ଦେଇ ବନିଗଲେ IPS; ଜାଣନ୍ତୁ କ’ଣ କଲା ପୋଲିସ...

ପାଠ ପଢିଛନ୍ତି ଦଶମ, କିନ୍ତୁ ବନିଗଲେ ଆଇପିଏସ୍‌ । ଏଥିପାଇଁ ତାଙ୍କୁ ୟୁପିଏସି ପରୀକ୍ଷା ଦେବାକୁ ମଧ୍ୟ ପଡିନଥିଲା । ଦଲାଲକୁ ୨ ଲକ୍ଷ ଟଙ୍କା ଦେଇ ସେ ବନିଯାଇଥିଲେ ଟ୍ରେନି ଆଇପିଏସ୍‌ । 

IPS officer

ବୟସ ୧୮ । ଇଚ୍ଛା ହେବେ ଆଇପିଏସ୍‌ । ମଣିଷ ଇଚ୍ଛା ପାଇଁ ସବୁକିଛି କରିପାରେ । ସେମିତି ଜଣେ ଯୁବକ କରି ଦେଖାଇଛନ୍ତି । ଯାହା ତାଙ୍କ ପାଇଁ ପଡ଼ିଛି ମହଙ୍ଗା । UPSC ପାଇଁ ଅନେକ ପିଲା ବର୍ଷ ବର୍ଷ ଧରି ପାଠ ପଢୁଛନ୍ତି । ଯାହାଦ୍ବାରା କେହି କେହି ସଫଳ ହେଉଛନ୍ତି ଆଉ କିଛି ପିଲା ମଧ୍ୟ ବିଫଳ ହେଉଛନ୍ତି । କିନ୍ତୁ ଜଣେ ଯୁବକ ୨ ଲକ୍ଷ ଟଙ୍କା ଦେଇ ବନିଯାଇଥିଲେ ଟ୍ରେନି ଆଇପିଏସ୍‌ । କିଣିଥିଲେ ବର୍ଦ୍ଦି ଓ ବନ୍ଧୁକ । 

ବିହାର ଲଖିସରାଇ ଗୋବର୍ଦ୍ଧନ ବିଘା ଗ୍ରାମର ବାସିନ୍ଦା ମିଥିଳେଶ କୁମାର । ବୟସ ୧୮ ବର୍ଷ । ବର୍ତ୍ତମାନ ସେ ଚର୍ଚ୍ଚାର ବିଷୟ ପାଲିଟିଛନ୍ତି । ପାଠ ପଢିଛନ୍ତି ଦଶମ, କିନ୍ତୁ ବନିଗଲେ ଆଇପିଏସ୍‌ । ଏଥିପାଇଁ ତାଙ୍କୁ ୟୁପିଏସି ପରୀକ୍ଷା ଦେବାକୁ ମଧ୍ୟ ପଡିନଥିଲା । ଦଲାଲକୁ ୨ ଲକ୍ଷ ଟଙ୍କା ଦେଇ ସେ ବନିଯାଇଥିଲେ ଟ୍ରେନି ଆଇପିଏସ୍‌ । ସେ ପିନ୍ଧିଥିବା ପୋଲିସ ବର୍ଦ୍ଦିରେ ଥିଲା ଆଇପିଏସ ବ୍ୟାଚ ଓ ୩ଟି ଷ୍ଟାର । ହାତରେ ବନ୍ଧୁକ ଓ ମୁଣ୍ଡରେ ପୋଲିସ କ୍ୟାପ ଲଗାଇ ନିଜକୁ ବହୁତ ପାଓ୍ବାର ଫୁଲ ବୋଲି ଭାବୁଥିଲେ । କିନ୍ତୁ ଏହି ଖୁସି ବେଶୀ ସମୟ ରହିନଥିଲା । ସେ ଜଣେ ନକଲି ଆଇପିଏସ୍‌ ବୋଲି ପୋଲିସ ଜାଣିବା ପରେ ତାକୁ ଗିରଫ କରାଯାଇଛି ।

ଗିରଫ ହେବା ପରେ ଯୁବକ ମିଥିଳେଶ ପୋଲିସକୁ କହିଥିଲେ, '' ମନୋଜ ସିଂଙ୍କ ନାମକ ଜଣେ ବ୍ୟକ୍ତି ମୋତେ ଆଇପିଏସ୍‌ ବନେଇ ଦେବାକୁ କହିଥିଲେ । ତେଣୁ ପୋଲିସ ୟୁନିଫର୍ମ ପାଇଁ ସେ ମୋଠାରୁ ୨ ଲକ୍ଷ ଟଙ୍କା ନେଇଥିଲେ । ମୋତେ ଏକ ପିସ୍ତଲ ମଧ୍ୟ ମିଳିଥିଲା, କିନ୍ତୁ ଏଥିପାଇଁ ୩୦ ହଜାର ଟଙ୍କା ମୁଁ ଦେଇନାହିଁ । ଖୁବଶୀଘ୍ର ମୋର ଡ୍ୟୁଟି ଆରମ୍ଭ ହୋଇଯିବ ବୋଲି ମନୋଜ ମୋତେ କହିଥିଲେ । ମୋତେ ସମସ୍ତେ ଯେମିତି ଆଇପିଏସ୍‌ ଭାବେ ଗ୍ରହଣ କରିବେ ସେଥିପାଇଁ ଏକ ଦାମୀ ବାଇକ ରଖିଥିଲି । ଯେଉଁଥିରେ ବିହାର ପୋଲିସର ଲୋଗୋ ଲଗାଇଥିଲି ।''

ପ୍ରତିଦିନ ପୋଲିସ ପୋଷାକ ସହ ନିଜକୁ ଆଇପିଏସ୍‌ କହି ସିକନ୍ଦରରେ ଦବଦବା ଦେଖାଉଥିଲା ମିଥିଳେଶ । ସ୍ଥାନୀୟ ଲୋକଙ୍କର ସନ୍ଦେହ ହେବାରୁ ସେମାନେ ଥାନାରେ ଅଭିଯୋଗ କରିଥିଲେ । ଏହାପରେ ପୋଲିସ ସଂପୃକ୍ତ ଯୁବକଙ୍କୁ ଗିରଫ କରିଥିଲା । ତେବେ ଏହି ଘଟଣାକୁ ନେଇ NCIB ଏକ ଭିଡ଼ିଓ ପୋଷ୍ଟ କରିଛି ଏକ୍ସ ଆକାଉଣ୍ଟରେ । ଯାହା ମଧ୍ୟ ପ୍ରବଳ ମାତ୍ରରେ ଭାଇରାଲ ହେବାରେ ଲାଗିଛି  । ଭିଡ଼ିଓଟିକୁ ୧୦ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି ।