Advertisment

‘ଯଦି ପୋଷ୍ଟମର୍ଟମ କରିବ, ତେବେ ୮ଶହ ବାହାର କର... ମାଲ୍‌ ମାରିକି ଶବ କାଟିଦେବୁ..’

ବାପା ସାମ୍ନାରେ ପୁଅର ଜୀବନ ଚାଲିଗଲା । ଅପମୃତ୍ୟୁ ହୋଇଥିବାରୁ ଡାକ୍ତରଖାନାକୁ ପୋଷ୍ଟମର୍ଟମ କରିବା ଲାଗି ଶବ ବି ଆସିଲା । ହେଲେ ବ୍ୟବଚ୍ଛେଦ ପୂର୍ବରୁ ଚାଲିଲା ମୂଲଚାଲ । ମୟୁରଭଞ୍ଜ ରାଇରଙ୍ଗପୁର ଏ ଭିଡିଓ ସମସ୍ତଙ୍କୁ ବିଚଳିତ କରିଛି । ପୋଲିସ ଉପସ୍ଥିତିରେ ଜଣେ ଅସହାୟ ଗରିବ ବାପାକୁ ନିଜ ପିଲାର ଶବ ବ୍ୟବଚ୍ଛେଦ କରିବା ପାଇଁ ଆଠ ଶହ ଟଙ୍କା ଲାଞ୍ଚ ମାଗାଯିବା ସହିତ ଟଙ୍କା ନ ଦେଲେ ରିପୋର୍ଟ ଦେବି ନାହିଁ, ଅଧା ଟଙ୍କା ଦେଲେ ଅଧା ରିପୋର୍ଟ ଦେବି ବୋଲି ଧମକ ଦେଇଥିଲେ ଡାକ୍ତରଖାନାର କର୍ମଚାରୀ।

ଅଦ୍ୟତନ ହୋଇଛି
Rs 800 bribe for autopsy report

Rs 800 bribe for autopsy report

Advertisment

ଟାଉନ୍‌ ଟାଇଗର ଜିପ୍‌ରେ ଜଣେ ଭଦ୍ର ଲୋକ ବସିଛନ୍ତି । ଆଉ ୮ ଶହ ଟଙ୍କା ଦେବା ପାଇଁ କହୁଛନ୍ତି । ଏମିତି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଗୋଟିଏ ମୋବାଇଲରୁ ଅନ୍ୟ ମୋବାଇଲକୁ ଘୂରି ବୁଲୁଛି । ଆଉ ଏମିତି ଦୃଶ୍ୟ ଦେଖିବା ପରେ ସମସ୍ତଙ୍କ ମନରେ ପ୍ରଶ୍ନ ଆସୁଥିବ ସିଏ ଟଙ୍କା କାହିଁକି ମାଗୁଛନ୍ତି? ଦର୍ଶକବନ୍ଧୁ ଟଙ୍କା ସେ କାହିଁକି ମାଗୁଛନ୍ତି ତାହା ଜାଣିଲେ ଆପଣଙ୍କ ହୋସ୍‌ ଉଡିଯିବ । କାରଣ ଶବ ବ୍ୟବଚ୍ଛେଦ ଲାଗି ସେହି ବ୍ୟକ୍ତି ଜଣକ ମାଗୁଛନ୍ତି ଟଙ୍କା ।

Advertisment

ବାପା ସାମ୍ନାରେ ପୁଅର ଜୀବନ ଚାଲିଗଲା । ଅପମୃତ୍ୟୁ ହୋଇଥିବାରୁ ଡାକ୍ତରଖାନାକୁ ପୋଷ୍ଟମର୍ଟମ କରିବା ଲାଗି ଶବ ବି ଆସିଲା । ହେଲେ ବ୍ୟବଚ୍ଛେଦ ପୂର୍ବରୁ ଚାଲିଲା ମୂଲଚାଲ । ମୟୁରଭଞ୍ଜ ରାଇରଙ୍ଗପୁର ଏ ଭିଡିଓ ସମସ୍ତଙ୍କୁ ବିଚଳିତ କରିଛି । ପୋଲିସ ଉପସ୍ଥିତିରେ ଜଣେ ଅସହାୟ ଗରିବ ବାପାକୁ ନିଜ ପିଲାର ଶବ ବ୍ୟବଚ୍ଛେଦ କରିବା ପାଇଁ ଆଠ ଶହ ଟଙ୍କା ଲାଞ୍ଚ ମାଗାଯିବା ସହିତ ଟଙ୍କା ନ ଦେଲେ ରିପୋର୍ଟ ଦେବି ନାହିଁ, ଅଧା ଟଙ୍କା ଦେଲେ ଅଧା ରିପୋର୍ଟ ଦେବି ବୋଲି ଧମକ ଦେଇଥିଲେ ଡାକ୍ତରଖାନାର କର୍ମଚାରୀ।

Advertisment

ମୟୁରଭଞ୍ଜ ମଣଦା ଅଞ୍ଚଳର ଜଣେ ପ୍ରସୂତୀଙ୍କ ପ୍ରସବ ବେଦନା ହେବା ପରେ ପରିବାର ଲୋକ ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ପିଲା ଜନ୍ମ ହେବାର ଦୁଇଦିନ ପରେ ମୃତ୍ୟୁ ହୋଇଥିଲା । ଚିକିତ୍ସା ଅବହେଳା ପାଇଁ ପିଲାର ମୃତ୍ୟୁ ହୋଇଥିବା ନେଇ ଥାନାରେ ଅଭିଯୋଗ ପରେ ମୃତ ଶିଶୁର ଶବ ବ୍ୟବଚ୍ଛେଦ ଲାଗି ମେଡିକାଲରେ ପହଞ୍ଚିଲେ ବାପା-ମାଆ । ହେଲେ ଶବ ବ୍ୟବଚ୍ଛେଦ କରିବାକୁ ହେଲେ ୮ ଶହ ଟଙ୍କା ଦେବାକୁ ହେବ ବୋଲି କହିଥିଲେ ମେଡିକାଲର ଜଣେ କର୍ମଚାରୀ ।

ଏବେ ନୁହେଁ ବହୁପୂର୍ବରୁ ବି ରାଇରଙ୍ଗପୁର ମେଡିକାଲରେ ଲାଂଚ କାରବାର ହେଉଥିବା ଖବର ପ୍ରକାଶ ପାଇବା ପରେ ଜଣେ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଥିଲା । ଏବେ ପୁଣି ଥରେ କୁନି ପିଲାର ଶବ ବ୍ୟବଚ୍ଛେଦ ଲାଗି ୮ ଶହ ଟଙ୍କା ଲାଂଚ ମଗାଯାଉଥିବାର ଭିଡିଓ ଭାଇରାଲ ହେବା ପରେ ପୁଣି ଥରେ ବଢିଛି ଚର୍ଚ୍ଚା । ଭାଇରାଲ ଭିଡିଓ ସମ୍ପର୍କରେ ରାଇରଙ୍ଗପୁର ଏଡିଏମଙ୍କୁ ପଚାରିବାରୁ ସେ  କ୍ୟାମେରା ଆଗରେ କିଛି କହିନଥିଲେ ବି ଯିଏ ଲାଂଚ ମାଗିଛନ୍ତି ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

Advertisment

(ବାରିପଦାରୁ ମାନିକଲାଲ୍‌ ପାଣି)

Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ