ଜଙ୍ଗଲ ଭିତରେ ବିଭତ୍ସ ହତ୍ୟା
ପୂର୍ବରୁ ସେ ୯ ଜଣ ମହିଳାଙ୍କୁ ବିବାହ କରିଥିଲେ। କିନ୍ତୁ ସ୍ବାମୀଙ୍କ ନିର୍ଯାତନାରେ ସମସ୍ତେ ତାଙ୍କୁ ଛାଡ଼ି ଚାଲିଯାଉଥିଲେ। ଶେଷରେ ୧୦ ନମ୍ବର ମହିଳାଙ୍କ ପାଳି ପଡ଼ିଲା। ୧୦ମ ଥର ଯେଉଁ ମହିଳାଙ୍କୁ ବିବାହ କଲେ, ତାଙ୍କ ଭାଗ୍ୟରେ ସୁଖ ବେଶି ଦିନ ଲେଖା ନଥିଲା। ଘଞ୍ଚ ଜଙ୍ଗଲର ଅନ୍ଧାର ଭିତରେ ସେହି ମହିଳାଙ୍କୁ ସ୍ବାମୀ ଖୋଜି ଖୋଜି ହତ୍ୟା କଲେ। ଅତି ବିଭିତ୍ସ ଭାବେ ଏହି ହତ୍ୟାକାଣ୍ଡ ହେଲା। ଏହା ପଛର କାରଣ ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ।
ଘଞ୍ଚ ଜଙ୍ଗଲରେ ସେ ଦୃଶ୍ୟ ଭୟ ସୃଷ୍ଟି କରିଥିଲା
ଏପ୍ରିଲ ୨୦ ତାରିଖ ରବିବାର ଅପରାହ୍ନ। ସ୍ଥାନ ଛତିଶଗଡ଼ ଜଶପୁର ଜିଲ୍ଲା ବାଗିଚା ଥାନା ଅନ୍ତର୍ଗତ ସୁଲେସାର ଗାଁ। ଏହି ନିକଟରେ ଏକ ଘଞ୍ଚ ଜଙ୍ଗଲ। ଜଙ୍ଗଲ ପାର୍ଶ୍ବରେ ଏକ ନାଳ ନିକଟରୁ ଦୁର୍ଗନ୍ଧ ଆସୁଥାଏ। ଦୁର୍ଗନ୍ଧ ଏତେ ଅସହ୍ୟ ଥିଲା ଯେ ଆଖପାଖରେ ଚଳପ୍ରଚଳ କରିବା କଷ୍ଟକର ହେଇପଡ଼ିଲା। ସ୍ଥାନୀୟ ଲୋକେ ନାଳ ନିକଟକୁ ଗଲେ। ସେଠି ଯାହା ଦେଖିଲେ ସେଥିରେ ଜଣେ ସୁସ୍ଥ ଲୋକର ଚେତା ଉଡ଼ିଯିବ। ନାଳ ନିକଟରେ ଜଣେ ମହିଳାଙ୍କ ଗଳିତ ଶବ ପଡ଼ିଥିଲା। ଅତି ବିଭତ୍ସ ଭାବେ ମହିଳାଙ୍କୁ ହତ୍ୟା କରାଯାଇଥିଲା।
ଏକଥା ବିଜୁଳି ବେଗରେ ଚାରିଆଡ଼େ ବ୍ୟାପିଯାଇଥିଲା। ଏହା ପରେ ବାଗିଚା ପୁଲିସ ପହଞ୍ଚିଲା। ଫରେନସିକ୍ ଟିମ୍ ପହଞ୍ଚି ତନାଘନା ଆରମ୍ଭ କଲା। ଏ ଶବ କାହାର, କିଏ ଏହି ମହିଳାଙ୍କୁ ଏମିତି ଅମାନୁଷିକ ଭାବେ ମାରିଛି, କେହି କିଛି ବୁଝିପାରିଲେ ନାହିଁ। ବୁଝିବାକୁ ବି ସେମିତି କିଛି ସୁଯୋଗ ନଥିଲା। ସେଠାରେ ପ୍ରମାଣ ନମିଳିବାରୁ ସମସ୍ତେ ଜଙ୍ଗଲରେ ଅନ୍ଧାର ଭିତରେ ବାଡ଼ି ବୁଲାଇବା ଭଳି ସ୍ଥିତିରେ ଥିଲେ।
ବାସନ୍ତୀଙ୍କୁ ଚିହ୍ନିଲେ ଗାଁ ଲୋକେ
ଶବ ଚିହ୍ନଟ ହେଇପାରୁନଥିଲା। ମୁହଁ ନଷ୍ଟ ହେଇଯାଇଥିଲା। ପୁଲିସ ଗାଁ ଲୋକଙ୍କ ସହାୟତା ନେଲା। ମୃତଦେହକୁ ସେମାନେ ଶେଷରେ ଚିହ୍ନଟ କଲେ। ଏହି ମହିଳା ଥିଲେ ସୁଲେସା ଗାଁର ବାସନ୍ତୀ ବାଈ(୩୫)। ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ବାସନ୍ତୀଙ୍କୁ କେହି ଓଜନିଆ ବସ୍ତୁରେ ବାରମ୍ବାର ଆଘାତ ଦେବାରୁ ମୃତ୍ୟୁ ହୋଇଥିବା ଡାକ୍ତରୀ ରିପୋର୍ଟରୁ ଜଣାପଡି଼ଥିଲା। ତେବେ ବାସନ୍ତୀଙ୍କ କାହା ସହିତ ଶତ୍ରୁତା ନଥିଲା। ତାଙ୍କୁ କିଏ କାହିଁକି ମାରିବ? ଘଞ୍ଚ ଜଙ୍ଗଲରେ ଶବ ପଡ଼ିଥିବାରୁ ସେ ଜଙ୍ଗଲ ଭିତରକୁ ଆସିଲେ କେମିତି ସେଇଟା ଆଉ ଏକ ବଡ଼ ପ୍ରଶ୍ନ ଥିଲା। ତଦନ୍ତ ସମୟରେ ପୁଲିସ ଯାହା ଜାଣିବାକୁ ପାଇଲା ଏଥିରେ ବଡ଼ ସୁରାଗ ସାମନାକୁ ଆସିଥିଲା। ବାସନ୍ତୀ ଶେଷ ଥର ପାଇଁ ତାଙ୍କ ସ୍ୱାମୀଙ୍କ ସହିତ ଏକାଠି ଥିବା ଲୋକେ ଦେଖିବାକୁ ପାଇଥିଲେ।
ହତ୍ୟାକାଣ୍ଡ ମାନିଲା, କିନ୍ତୁ ଆରମ୍ଭରୁ ରହସ୍ୟ
ଏହା ପରେ ପୋଲିସ ବାସନ୍ତୀ ବାଈଙ୍କ ସ୍ୱାମୀ ଧୁଲୁ ରାମ(୩୮)ଙ୍କୁ ହେପାଜତକୁ ନେଇଥିଲା। ପ୍ରଥମେ ସେ ପଚରାଉଚରା ସମୟରେ ପୁଲିସକୁ ଭୂଆଁ ବୁଲାଇଥିଲା। କିନ୍ତୁ ପରେ ସବୁକିଛି ସ୍ୱୀକାର କରିଥିଲେ। ସେ ଥିଲା ତା ପତ୍ନୀ ବାସନ୍ତୀଙ୍କ ହତ୍ୟାକାରୀ। କିନ୍ତୁ କାହିଁକି ? କାହିଁକି ନିଜ ପତ୍ନୀଙ୍କୁ ଘଞ୍ଚ ଜଙ୍ଗଲରେ ହତ୍ୟା କଲା ରାକ୍ଷସ ସ୍ବାମୀ? ପୁଲିସର ତଦନ୍ତ ଯେତେ ଆଗକୁ ଯାଉଥାଏ, ହତ୍ୟା ରହସ୍ୟ ଧିରେ ଧିରେ ଫିଟୁଥିଲା।
ସେଦିନ ଚୋରି ନହେଇଥିଲେ ବଞ୍ଚିଥାନ୍ତା ବାସନ୍ତି
ଧୁଲୁ ରାମ ତିନି ବର୍ଷ ତଳେ ବାସନ୍ତୀ ବାଈଙ୍କୁ ବିବାହ କରିଥିଲା। ଏପ୍ରିଲ ୧୭ ରେ ସେ ତାଙ୍କ ପତ୍ନୀ ବାସନ୍ତୀଙ୍କ ସହିତ ଗାଁରେ ତାଙ୍କ ଭଣଜାଙ୍କ ବାହାଘର କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲା। ସେହି ଦିନ ସନ୍ଧ୍ୟାର ଘଟଣା। ବାହାଘର ସମୟରେ ଆସିଥିବା ଚାଉଳ, ଦୁଇଟି ଶାଢ଼ି ଏବଂ ତେଲ ଚୋରି ହୋଇଥିବା ଜଣାପଡ଼ିଥିଲା। ଏସବୁ ସାମଗ୍ରୀ କିଏ ଚୋରି କଲା ବୋଲି ୟାକୁ ନେଇ ଚାରିଆଡ଼େ ଖୋଜାଖୋଜି କଲେ। କିନ୍ତୁ ପାଇଲେ ନାହିଁ। ଧୁଲୁ ରାମର ପତ୍ନୀ ବାସନ୍ତୀ ଏସବୁ ଚୋର କରିଥିବା ଜଣାପଡ଼ିବା ପରେ ଧୁଲୁର ମୁହଁ କଳା ପଡ଼ିଯାଇଥିଲା।
ଜଙ୍ଗଲରେ ଖୋଜି ଖୋଜି ଶୀକାର
ବାସନ୍ତୀ ଚୋରି କରିବା ପରେ ଗାଏବ ହୋଇଯାଇଥିଲେ। ଧୁଲୁ ରାମ ତା ସ୍ତ୍ରୀଙ୍କୁ ଖୋଜିବା ପାଇଁ ନିକଟରେ ଥିବା ଜଙ୍ଗଲକୁ ଯାଇଥିଲା। ରାତି ପ୍ରାୟ ୭ଟା। ଜଙ୍ଗଲରେ ବାସିନ୍ତୀ ମିଳିଲେ। ବାହାଘରରୁ ଜିନିଷପତ୍ର ଚୋରିକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ହୋଇଥିଲା। ଏହି ସମୟରେ ଅଭିଯୁକ୍ତ ଧୁଲୁ ରାମ ପାଖରେ ପଡ଼ିଥିବା ଏକ ବକ୍ସାଇଟ୍ ପଥରରେ ବାସନ୍ତୀଙ୍କ ମୁଣ୍ଡକୁ ଛେଚି ଛେଚି ହତ୍ୟା କରିଥିଲା। ବାସନ୍ତୀ ଛଟପଟ ହେଇ ତଳେ ପଡ଼ିଯାଇଥିଲା। ପ୍ରଚୁର ରକ୍ତସ୍ରାବ ହୋଇଥିଲା। ଜଙ୍ଗଲ ଭିତରେ ବାସନ୍ତୀଙ୍କ ଚିତ୍କାର କାହାକୁ ଶୁଭୁନଥିଲା। ଶେଷରେ ସେ ଆଖି ବୁଜିଲା।
ଶବ ସହ ରାତି କାଟିଲା
ଧୁଲୁ ରାମ ପ୍ରଚୁର ମଦ ପିଇଥିଲା। ସେଥିପାଇଁ ଜଙ୍ଗଲରେ ଏମିତି ହତ୍ୟା କରିବା ପରେ କୁଆଡ଼େ ଆଉ ଯାଇପାରିଲା ନାହିଁ। ଜଙ୍ଗଲରେ ଶବ ସହିତ ସେଠାରେ ଶୋଇପଡ଼ିଲେ। ନିଶା ଛାଡ଼ିବା ପରେ ସେ ଶବକୁ ପତ୍ରରେ ଘୋଡ଼ାଇ ଏକ ଗାତରେ ଲୁଚାଇ ରଖିଦେଲା। ପରେ ସେଠାରୁ ଚାଲିଗଲା। ଧୁଲୁର ଚାଞ୍ଚଲ୍ୟକର ବୟାନ ଆଧାରରେ ହତ୍ୟାରେ ବ୍ୟବହୃତ ବକ୍ସାଇଟ୍ ପଥରକୁ ମଧ୍ୟ ଜବତ କରାଯାଇଛି।
ଏହି କାରଣରୁ ହତ୍ୟା କରାଯାଇଛି
ଧୂଲୁ ରାମ ଏପର୍ଯ୍ୟନ୍ତ ୧୦ ଥର ବିବାହ କରିଥିଲା। ଏବଂ ତାଙ୍କର ୯ ଜଣ ସ୍ତ୍ରୀ ତାଙ୍କୁ ଛାଡି ଚାଲିଯାଇଥିଲେ। ଏହି କାରଣରୁ ସେ ସବୁ ମହିଳାଙ୍କୁ ସେ ସନ୍ଦେହର ଘେରରେ ରଖୁଥିଲା। ଯେତେବେଳେ ସେ ବାସନ୍ତୀଙ୍କୁ ବିବାହ କଲେ, ସେତେବେଳେ ମଧ୍ୟ ତାଙ୍କର ସନ୍ଦେହ ଥିଲା ଯେ ବାସନ୍ତୀ ମଧ୍ୟ ତାକୁ ଛାଡି ପଳାଇବ। ବାସନ୍ତୀଙ୍କୁ ପୁରା ବିଶ୍ବାସ କରିପାରୁନଥିଲା ଧୁଲୁ। ଏଭଳି ସନ୍ଦେହ ମନ ଭିତରେ ଘର କରିସାରିଥାଏ। ଯେତେବେଳେ ବାସନ୍ତୀ ବିବାହ ଉତ୍ସବରୁ ଜିନିଷପତ୍ର ଚୋରି କରିଥିଲା, ସେ ପୂର୍ବ ସନ୍ଦେହ ହତ୍ୟାର ରୂପ ନେଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1746093091.jpg)