ମୁହଁ ଖୋଲିବେ କି ହନିଟ୍ରାପ୍ କ୍ୱିନ୍ ଅର୍ଚ୍ଚନା ନାଗ ? ବଡ଼ବଡ଼ିଆଙ୍କ ସମ୍ପର୍କରେ ମିଳିବ କି ସୁରାକ ? କାରଣ ଆଜି ଜେଲ୍ରୁ ବାହାରିବା ପରେ କିଛି ଏମିତି ଇସାରା ଦେଇଛନ୍ତି ଅର୍ଚ୍ଚନା । ୧୪ ମାସ ପରେ ଆଜି ଭୁବନେଶ୍ୱର ସ୍ଥିତ ଝାରପଡ଼ା ଜେଲ୍ରୁ ଜାମିନରେ ଅର୍ଚ୍ଚନା ବାହାରିଛନ୍ତି ।
ଜେଲ୍ରୁ ବାହାରିବା ପରେ ନିଜ ପୁରୁଣା ଶୈଳୀରେ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖିଥିଲେ ଅର୍ଚ୍ଚନା । ବ୍ଲାକମେଲିଂ ସାମ୍ରାଜ୍ୟ ସମ୍ପର୍କରେ ଗଣମାଧ୍ୟମ ପଚାରିଥିବା ପ୍ରଶ୍ନରେ ସେ କହିଥିଲେ, ସବୁ ତଥ୍ୟ, ପ୍ରମାଣ କୋର୍ଟରେ ଦାଖଲ କରିବେ । କୋର୍ଟଙ୍କ ଉପରେ ଭରସା ଅଛି ।
ତେଣୁ କିଛି ଦିନ ଧରି ଯେଉଁ ଚର୍ଚ୍ଚା ଥମି ଯାଇଥିଲା ତାହା ପୁଣି ଉଠିବ କି ବୋଲି ଆକଳନ କରାଯାଉଛି । ସୂଚନାଥାଉ କି, ବ୍ଲାକମେଲିଂ, ହନିଟ୍ରାପ୍ ମାମଲାରେ ଛନ୍ଦି ହୋଇଥିବା ଅର୍ଚ୍ଚନା ନାଗ ୧୪ ମାସ ପରେ ଆଜି ଜେଲ୍ରୁ ବାହାରିଛନ୍ତି । ଇଡି ମାମଲାରେ ହାଇକୋର୍ଟ ଅର୍ଚ୍ଚନାଙ୍କୁ ଜାମିନ ଦେଇଥିବା ବେଳେ ପୂର୍ବରୁ ତାଙ୍କ ନାଁରେ ଖଣ୍ଡଗିରି, ନୟାପଲ୍ଲୀ ଥାନାରେ ଚାଲିଥିବା ମାମଲାରେ ଜାମିନ୍ ମିଳିଥିଲା ।