Advertisment

ଚା’ ଦୋକାନୀଙ୍କ ନାବାଳକ ପୁଅକୁ ମାଡ଼ ଘଟଣା: ବହିଷ୍କାର ହେଲେ ୨ ହୋମଗାର୍ଡ଼

ରାଜଧାନୀ ଭୁବନନେଶ୍ୱରରେ ଚା ଦୋକାନୀଙ୍କ ନାବାଳକ ପୁଅକୁ ପିସିଆର ଭ୍ୟାନ୍ ଟିମ୍ ମାଡ଼ ମାରିବା ଘଟଣା ମାମଲାରେ ୨ଜଣ ହୋମାଗାର୍ଡଙ୍କୁ ବହିଷ୍କାର କରାଯାଇଥିବା ସୂଚନା ମିଳିଛି। ମାମଲାରେ ଜଣେ OAPF ର ଯବାନ ସସପେଣ୍ଡ ହୋଇଛନ୍ତି

ଚା’ ଦୋକାନୀଙ୍କ ନାବାଳକ ପୁଅକୁ ମାଡ଼ ଘଟଣା: ବହିଷ୍କାର ହେଲେ ୨ ହୋମଗାର୍ଡ଼

kicking minor boy at Bhubaneswar

Advertisment

ଭୁବନେଶ୍ୱର: ରାଜଧାନୀ ଭୁବନନେଶ୍ୱରରେ ଚା ଦୋକାନୀଙ୍କ ନାବାଳକ ପୁଅକୁ ପିସିଆର ଭ୍ୟାନ୍ ଟିମ୍ ମାଡ଼ ମାରିବା ଘଟଣା ମାମଲାରେ ୨ଜଣ ହୋମାଗାର୍ଡଙ୍କୁ ବହିଷ୍କାର କରାଯାଇଥିବା ସୂଚନା ମିଳିଛି। ମାମଲାରେ ଜଣେ OAPF ର ଯବାନ ସସପେଣ୍ଡ ହୋଇଛନ୍ତି। ଏସପିଓଙ୍କୁ ବହିଷ୍କାର ପାଇଁ ପୋଲିସ କମିଶନରେଟ୍ ଅଫିସକୁ ସୁପାରିସ କରିଛନ୍ତି ଡିସିପି। ଭୁବନେଶ୍ୱର କେଶୁରା ଅଂଚଳରେ ଘଟିଥିଲା ଏ ଘଟଣା। ଅଂଚଳର ଜଣେ ଚା ଦୋକାନୀଙ୍କ ନାବାଳକ ପୁଅକୁ ବଡ଼ଗଡ଼ ଥାନା ପିସିଆର ଟିମ ମାଡ ମାରିଥିବା ଓଟିଭିରେ ଖବର ପ୍ରସାରିତ ହୋଇଥିଲା। ଖବର ପ୍ରସାରଣ ପରେ ତତ୍ପରତା ଦେଖାଇଥିଲେ ଭୁବନେଶ୍ୱର ଡିସିପି ଘଟଣାରେ ପିସିଆର କର୍ମଚାରୀଙ୍କୁ ନିଲମ୍ବନ କରିବା ସହ ଅନ୍ୟ ୨ କର୍ମଚାରୀଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିଥିଲେ।

Advertisment

କେସୁରାର ଏହି ଚା ଦୋକାନ ଦିନ ୧ଟାରେ ପରେ ବି ଖୋଲା ରହିଥିଲା। ଗତ ଜୁନ୍‌ ମାସର ଏ ଘଟଣା ଦିନ ୧ଟା ପର୍ଯ୍ୟନ୍ତ ଲକଡାଉନ୍‌ କଟକଣା ରହିଥିବୋବଳେ ସେ ଧାର୍ଯ୍ୟ ସମୟ ପରେ ମଧ୍ୟ ଦୋକାନ ଖୋଲିଥିଲେ। ଏହି ସମୟରେ ପାଟ୍ରୋଲିଂରେ ଥିବା ପୋଲିସ୍ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି କିଛି ବୁଝିବା ପୂର୍ବରୁ ନାବାଳକ ଚା ଦୋକାନୀଙ୍କୁ ଲାତ, ଗୋଇଠା ମାରିଥିଲ। ଏହାକୁ ଦେଖିବା ପରେ ବି ପୋଲିସ୍ ବାବୁଙ୍କ ରାଗ କମିନଥିଲା। ଦୋକାନ ଭିତରେ ପଶି କିଛି ଜିନିଷ ବି ନେଇ ଚାଲିଯାଇଥିଲେ ପୋଲିସ୍ ଅଧିକାରୀ।ଖବର ବାଜିଲା ପରେ ଆକ୍ସନ୍‌

Bhubaneswar Odisha Odisha Police
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ