Advertisment

ଭିଜିଲାନ୍ସ ଜାଲରେ ହିନ୍ଦୋଳ SDPO

ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଲେ ହିନ୍ଦୋଳ SDPO । ପଥର ଗାଡ଼ି ପାସ୍ କରାଇବା ପାଇଁ ଲାଞ୍ଚ ନେଉଥିବା ବେଳେ ଧରା ପଡ଼ିଛନ୍ତି ।

ଅଦ୍ୟତନ ହୋଇଛି
SDPO

SDPO

Advertisment

ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ । ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଲେ ହିନ୍ଦୋଳ SDPO । ୩୦ ହଜାର ଲାଞ୍ଚ ନେଲା ବେଳେ ଧରାପଡ଼ିଲେ SDPO ମଳୟ ନାୟକ । କାରନ୍ଦା ଛକରେ ଲାଞ୍ଚ ନେଲା ବେଳେ ଧରିଲା କଟକ ଭିଜିଲାନ୍ସ । ଜଣେ ପଥର ଖଣି ଲିକ୍‌ଧାରୀଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଥିବାର ସୂଚନା ମିଳିଛି । ପଥର ଗାଡ଼ି ପାସ୍ କରାଇବା ପାଇଁ ଲାଞ୍ଚ ନେଉଥିବା ବେଳେ ଧରା ପଡ଼ିଛନ୍ତି ।

Advertisment

ହିନ୍ଦୋଳ ଅଞ୍ଚଳର ଦୁଃଖବନ୍ଧୁ ସାହୁ ନାମକ ଜଣେ ପଥରଖଣି ମାଲିକଙ୍କଠାରୁ କାରନ୍ଦା ଛକ ନିକଟରେ ୩୦ହଜାର ଟଙ୍କା ଲାଞ୍ଚ ନେଉଥିଲେ ଏସଡିପିଓ ମଳୟ ନାୟକ। ପଥର ପରିବହନ ସମୟରେ ଗାଡିଗୁଡ଼ିକୁ ପାସ୍‌ କରାଇଦେବା ପାଇଁ ଏହି ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ମାଡିବସିଛି ଭିଜିଲାନ୍ସ ।

ଏ ନେଇ ଦୁଃଖବନ୍ଧୁ କହିଛନ୍ତି, ଗାଡ଼ିର ସମସ୍ତ କାଗଜପତ୍ର ଓ ଅନୁମତି ଥିବା ସତ୍ତ୍ୱେ ଏସଡିପିଓ ମଳୟ ନାୟକ ବାରମ୍ବାର ଧମକ ଦେବା ସହ ୩୦ ହଜାର ଟଙ୍କା ଲାଞ୍ଚ ମାଗୁଥିଲେ। ପୂର୍ବ ଯୋଜନା ମୁତାବକ ଟଙ୍କା ନେବା ନିମନ୍ତେ ସେ କାରନ୍ଦା ଛକକୁ ଆସିଥିଲେ। ପୂର୍ବ ଯୋଜନା ମୁତାବକ  ଉକ୍ତ ସମୟରେ ସେଠାରେ ଭିଜିଲାନ୍ସ ବିଭାଗ ଅଧିକାରୀ ଛକି ରହିଥିଲେ। ଏସଡିପିଓ  ଲାଞ୍ଚ ଟଙ୍କା ନେବା ବେଳେ ସିଧାସଳଖ ଭାବେ ମାଡ଼ଇ ବସିଛି ଏସଡିପିଓ । ଭିଜିଲାନ୍ସ ବିଭାଗ ତାଙ୍କୁ ନେଇ ଅଧିକ ପଚରାଉଚରା ଜାରି ରଖିଛି ।

Advertisment

ସୂଚନାଯୋଗ୍ୟ, ପୂର୍ବରୁ ମଳୟ ନାୟକ ଢେଙ୍କାନାଳ ସଦର ଥାନା ଆଇଆଇସି ଥିବା ବେଳେ ପରେ ହିନ୍ଦୋଳରେ ଯୋଗ ଦେଇଥିଲେ।  ମଳୟ ନାୟକ ଦୀର୍ଘ ଦିନ ଧରି ଖଣି ଲିଜଧାରୀ ଓ ସାଧାରଣ ଲୋକଙ୍କଠାରୁ ଲାଞ୍ଚ ନେଉଥିବା ଅଭିଯୋଗ ହେଉଥିଲା।

Vigillance Raid SDPO
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ