ଚାଞ୍ଚଲ୍ୟକର ଘଟଣା; ଗାର୍ଲସ୍ ୱାଶରୁମ୍‌ରେ ମୋବାଇଲ୍‌ ରଖି ଭିଡ଼ିଓ ରେକର୍ଡିଂ କରୁଥିଲେ କାଫେ କର୍ମଚାରୀ... 

ଗାର୍ଲସ୍ ୱାଶରୁମ୍‌ରେ ମୋବାଇଲ୍‌ ଫୋନ୍‌ ରଖି କରୁଥିଲେ ଭିଡ଼ିଓ ରେକର୍ଡିଂ । ଶୈଚାଳୟର ଡଷ୍ଟବିନ୍‌ ଭିତରେ ମୋବାଇଲ୍‌ ଫୋନ୍‌ ଲୁଚାଇ ରଖି କରୁଥିଲେ ଭିଡ଼ିଓ ରେକର୍ଡିଂ । 

hidden camera

ମହଙ୍ଗା ପଡ଼ିଲା ଗାର୍ଲସ୍ ୱାଶରୁମ୍‌ରେ ମୋବାଇଲ୍‌ ଫୋନ୍‌ ରଖିବା । ଗାର୍ଲସ୍ ୱାଶରୁମ୍‌ରେ ମୋବାଇଲ୍‌ ଫୋନ୍‌ ରଖି କରୁଥିଲେ ଭିଡ଼ିଓ ରେକର୍ଡିଂ । ଶୈଚାଳୟର ଡଷ୍ଟବିନ୍‌ ଭିତରେ ମୋବାଇଲ୍‌ ଫୋନ୍‌ ଲୁଚାଇ ରଖି କରୁଥିଲେ ଭିଡ଼ିଓ ରେକର୍ଡିଂ । 

ଏହି ଘଟଣାରେ ବେଙ୍ଗାଲୁରୁ ପୋଲିସ ବେଲ୍‌ ରୋଡରେ ଅବସ୍ଥିତ 'ଥାର୍ଡ ୱେଭ୍ କଫି' ଦୋକାନର ଜଣେ କର୍ମଚାରୀଙ୍କୁ ଗିରଫ କରିଛି । ଅଭିଯୁକ୍ତ କର୍ମଚାରୀ ପ୍ରାୟ ଦୁଇ ଘଣ୍ଟା ଧରି ତାଙ୍କ ଫୋନ୍‌ରେ ମହିଳା ୱାଶରୁମ୍ ରେକର୍ଡ କରିଥିଲେ । କଫି ଦୋକାନରେ ଉପସ୍ଥିତ ଜଣେ ମହିଳା ଗ୍ରାହକ ସୋସିଆଲ ମିଡିଆରେ ଏହି ଘଟଣା ବିଷୟରେ ସେୟାର କରିଥିଲେ  । ତେବେ ଏଭଳି ଘଟଣା ଘଟିବା ପରେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ, ଜଣେ ମହିଳା ବାହାରେ ଶୈଚାଳୟ ବ୍ୟବହାର କରିବା କେତେ ସୁରକ୍ଷିତ ? 

ପୂରା ଘଟଣା କ’ଣ ଥିଲା ? 

ତେବେ ଏହି ଘଟଣା ଶନିବାର ଘଟିଥିବା କୁହାଯାଉଛି । ଘଟଣା ସମୟରେ କଫି ଦୋକାନରେ ଉପସ୍ଥିତ ଜଣେ ଗ୍ରାହକ ଏହି ସୂଚନା ସୋସିଆଲ ମିଡିଆରେ ସେୟାର କରିଛନ୍ତି । ସେ କହିଛନ୍ତି ଯେ, ମୋବାଇଲ୍‌ର ଭିଡିଓ ରେକର୍ଡିଂ ଫଙ୍କ୍‌ସନ୍ ଅନ୍ କରିବା ପରେ ଫୋନ୍ ଟଏଲେଟ୍‌ର ଡଷ୍ଟବିନ୍‌ରେ ଲୁଚାଇ ରଖାଯାଇଥିଲା । ବହୁ ଚତୁରତା ସହ ଫୋନ୍ ଫ୍ଲାଇଟ୍ ମୋଡ୍‌ରେ ଥିଲା ଯାହା ଦ୍ବାରା କୌଣସି ଶଦ୍ଦ ହେବ ନାହିଁ, ଏବଂ ଏହାକୁ ଏକ ଡଷ୍ଟବିନ୍ ବ୍ୟାଗରେ କଣା କରି ଲୁଚାଇ ରଖାଯାଇଥିଲା ଯାହା ଦ୍ବାରା କେବଳ କ୍ୟାମେରା ଦେଖାଯାଉଥିଲା । ମହିଳା ଗ୍ରାହକ ଜଣକ ଏହାକୁ ଏକ ଭୟଙ୍କର ଅନୁଭୂତି ଭାବରେ ବର୍ଣ୍ଣନା କରିଛନ୍ତି ଏବଂ କହିଛନ୍ତି ଯେ ବର୍ତ୍ତମାନ ଯେକୌଣସି ସ୍ଥାନରେ ୱାଶରୁମ୍ ବ୍ୟବହାର କରିବା ପୂର୍ବରୁ ମୁଁ ଶହେ ଥର ଚିନ୍ତା କରିବି । ମୁଁ ମଧ୍ୟ ଆପଣଙ୍କୁ ନିବେଦନ କରୁଛି ଯେ ବାହାରକୁ ଯିବାବେଳେ ସତର୍କ ରୁହନ୍ତୁ । 

ବର୍ତ୍ତମାନ ଏହି ଘଟଣାରେ କଫି ଦୋକାନର ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି। କଫି ଦୋକାନର ପରିଚାଳନା ଅଧିକାରୀ ଏହି ଘଟଣାରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, 'ଆମର ଗ୍ରାହକଙ୍କ ସୁରକ୍ଷା ଓ କଲ୍ୟାଣ ସର୍ବଦା ଆମର ପ୍ରାଥମିକତା । କଫି ଦୋକାନରେ କଡା ନିୟମ ରହିଛି ଏବଂ ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପରେ ଅଭିଯୁକ୍ତଙ୍କୁ ତୁରନ୍ତ ବେଲ୍‌ ରୋଡ ଷ୍ଟୋର୍‌ ଚାକିରିରୁ ବାହାର କରାଯାଇଛି। ”