Advertisment

ହାଇଟେକ୍ ଟ୍ରାଜେଡି; ଦିଲୀପଙ୍କ ଶବ ନେଲେ ପରିବାର ଲୋକେ

ମୃତକୁ ଜୀବିତ ଏବଂ ଜୀବିତକୁ ମୃତ ଦର୍ଶାଇ ଶବ ଅଦଳ ବଦଳ କରିବାରେ କାହାର ହାତ ରହିଛି ? ଏତେ ବଡ ଭୁଲ ପାଇଁ ଦାୟୀ କିଏ ?

Dillip Deadbody

Dillip Deadbody

Advertisment

ଭୁବନେଶ୍ୱର ହାଇଟେକ୍ ହସ୍ପିଟାଲ୍ ଟ୍ରାଜେଡିର DNA ରିପୋର୍ଟ ଆସିବା ପରେ ମୃତଦେହକୁ ଧରି ଗାଁକୁ ଫେରିଗଲେ ମୃତକ ଦିଲୀପ ସାମନ୍ତରାୟଙ୍କ ପରିବାର ଲୋକେ । ଗାଁକୁ ନେବା ପରେ ଦିଲୀପଙ୍କର ଅନ୍ତିମ ସଂସ୍କାର କରାଯାଇଛି । ସେପଟେ ହାଇଟେକ ହସ୍ପିଟାଲ କର୍ତ୍ତୃପକ୍ଷ ଏବଂ ସଂପୃକ୍ତ ଡାକ୍ତରଙ୍କ ବିରୁଦ୍ଧରେ ଏତଲା ଦେଇଛନ୍ତି ମୃତ ଦିଲ୍ଲୀପଙ୍କ ମାଆ ଅହଲ୍ୟା ସାମନ୍ତରାୟ ।

Advertisment

ମୃତକୁ ଜୀବିତ ଏବଂ ଜୀବିତକୁ ମୃତ ଦର୍ଶାଇ ଶବ ଅଦଳ ବଦଳ କରିବାରେ କାହାର ହାତ ରହିଛି ? ଏତେ ବଡ ଭୁଲ ପାଇଁ ଦାୟୀ କିଏ ? ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ଅହଲ୍ୟା । କ୍ଷତିପୂରଣ ବାବଦକୁ ୫୦ ଲକ୍ଷ ଟଙ୍କା ଦାବି କରି ଦିଲୀପଙ୍କ ମରଶରୀରକୁ ଏମ୍ସ ହସ୍ପିଟାଲରେ ରଖାଯାଇଥିବାରୁ ସେଠାକୁ ଯାଇଥିଲେ ଦିଲ୍ଲୀପଙ୍କ ମା’।

ଗତକାଲି ଆସିଥିଲା DNA ରିପୋର୍ଟ । ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କୁ ଯେଉଁ ଦିଲୀପ ସାମନ୍ତରାୟ ବୋଲି ଆଶଙ୍କା କରାଯାଉଥିଲା, ତାହା ସତ ହୋଇଥିଲା । ମୃତ ତୃତୀୟ ବ୍ୟକ୍ତିଙ୍କ DNA ରିପୋର୍ଟ ପାଇଛି ପୋଲିସ । DNA ରିପୋର୍ଟରୁ ମୃତକ ଦିଲୀପ ସାମନ୍ତରାୟ ସ୍ପଷ୍ଟ ହୋଇଛି ।

Advertisment

ହେଲେ ଆଶ୍ଚର୍ଯ୍ୟର ବିଷୟରେ ଯେ ଗତ ଡିସେମ୍ବର ୨୯ ତାରିଖରେ ହାଇଟେକ୍ ହସ୍‌ପିଟାଲ୍‌ରେ ବିସ୍ଫୋରଣ ପରେ ଗତ ୩୧ ତାରିଖରେ ଏକ ମୃତଦେହକୁ ଦିଲ୍ଲୀପଙ୍କର ପରିବାର ଲୋକଙ୍କୁ ଦିଆଯାଇଥିଲା। ଉକ୍ତ ମୃତଦେହ ଦିଲ୍ଲୀପଙ୍କର ବୋଲି କୁହାଯାଇଥିଲା। କିନ୍ତୁ ତାହା ଦିଲ୍ଲୀପଙ୍କର ନଥିଲା। ତାଙ୍କର ସେତେବେଳକୁ ମୃତ୍ୟୁ ହୋଇନଥିଲା। ସେ ହସ୍‌ପିଟାଲ୍‌ରେ ଭେଣ୍ଟିଲେଟରରେ ଥିଲେ। ଅନ୍ୟପକ୍ଷରେ ଦିଲ୍ଲୀପଙ୍କ ମୃତ୍ୟୁରେ ମ୍ରିୟମାଣ ହୋଇ ତା’ପରଦିନ ଅର୍ଥାତ୍ ଗତ ଜାନୁଆରୀ ୧ ତାରିଖରେ ତାଙ୍କ ସ୍ତ୍ରୀ ଆତ୍ମହତ୍ୟା କରିଥିଲେ।

DNA TEST Dead Body
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ