Advertisment

କ୍ଲାସ୍‌ରୁମ୍‌ରେ ଛାତ୍ରୀଙ୍କୁ ଟଣାଓଟରା; ପ୍ରଧାନଶିକ୍ଷକଙ୍କୁ ପିଟିଲେ ଗାଁଲୋକେ

ପାଠ ପଢ଼ାଇବା ବଦଳରେ କ୍ଲାସ୍‌ ରୁମ୍‌ରେ ଛାତ୍ରୀଙ୍କୁ ଟଣାଓଓଟରା କରୁଥିଲେ ସାର୍‌। ଥରେ କି ଦୁଇଥର ନୁହେଁ, ଏମିତି ବାରମ୍ୱାର କରୁଥିବା ଅଭିଯୋଗ ହୋଇଛି।

Teacher Misbehave Student

Teacher Misbehave Student

Advertisment

ଛାତ୍ରୀଙ୍କୁ ଅସଦାଚାରଣ କରି ନିର୍ଧୁମ ମାଡ ଖାଇଲେ ପ୍ରଧାନଶିକ୍ଷକ । ବାଲେଶ୍ୱର ଭୋଗରାଇ ବ୍ଲକ ଚଣ୍ଡୀପୁର ମୁନ୍ଧାବଣିଆ ନୋଡାଲ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଯାହାକୁ ନେଇ ସ୍କୁଲ ପରିସରରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି । 

Advertisment

ସୂଚନା ଅନୁଯାୟୀ, କିଛି ଦିନ ପୂର୍ବରୁ ଉକ୍ତ ସ୍କୁଲର ପ୍ରଧାନ ଶିକ୍ଷକ ଗୋବିନ୍ଦ ଜେନା ସ୍କୁଲର ଜୈନିକା ଛାତ୍ରୀଙ୍କୁ ଅସଦlଚରଣ କରିବା ନେଇ ଅଭିଯୋଗ ହୋଇଥିଲା । ଏନେଇ ଆଜି ସ୍କୁଲ ପରିସରରେ ଅଭିଭାବକ ଓ CRCC ସହ କିଛି ଶିକ୍ଷକଙ୍କୁ ନେଇ ସ୍କୁଲ କମିଟି ଏକ ବୈଠକ ଆୟୋଜନ କରିଥିଲା । ବୈଠକରେ ପ୍ରଧାନଶିକ୍ଷକଙ୍କୁ ବହିଷ୍କାର କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ କରିଥିଲେ ଅଭିଭାବକ ।

ତେବେ ଆୟୋଜିତ ବୈଠକରେ ଏଭଳି ଭୁଲ କରିଛି ବୋଲି ସ୍ୱୀକାର କରି ସର୍ବ ସମ୍ମୁଖରେ କ୍ଷମା ପାର୍ଥନା କରିଥିଲେ ପ୍ରଧାନ ଶିକ୍ଷକ । ଆଉ ପରବର୍ତୀ ସମୟରେ ଶିକ୍ଷକ ଜଣକ ସ୍କୁଲ ଛାଡି ପଳେଇ ଯିବା ପାଇଁ ଉଦ୍ୟମ କରୁଥିବା ବେଳେ ଗ୍ରାମବାସୀ ତାଙ୍କୁ ଅଟକାଇବା ସହ ମାଡ଼ ମାରିଥିଲେ । ଅନ୍ୟପଟେ ଘଟଣା ନେଇ ଭୋଗରାଇ ବିଇଓ କହିଛନ୍ତି ତଦନ୍ତ ପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ।

Advertisment
Teacher Detained Classroom Misbehaviour
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ