Advertisment

Constable Arrested: ପୋଲିସ ସ୍ପେଶାଲ ସେଲରୁ ୫୧ ଲକ୍ଷ ଚୋରି, ହେଡ୍ କନଷ୍ଟେବଲ ହିଁ ଚୋର

ଦିଲ୍ଲୀ ପୋଲିସର ସ୍ପେଶାଲ ସେଲରୁ ଚୋରି ହୋଇଛି । ନିଜେ ହେଡ୍ କନଷ୍ଟେବଲ କରିଛନ୍ତି ବଡ଼ ଧରଣର ଚୋରି । ଅଭିଯୁକ୍ତ ନିକଟରୁ ୫୧ ଲକ୍ଷ ଟଙ୍କା ସହ ବହୁ ମୂଲ୍ୟବାନ ଗହଣା ଜବତ ହୋଇଛି ।

ଅଦ୍ୟତନ ହୋଇଛି
Police special cell arrests constable

Police special cell arrests constable

Advertisment

ଦିଲ୍ଲୀ ପୋଲିସର ସ୍ପେଶାଲ ସେଲରୁ ଚୋରି । ଆଉ ଚୋର ଜଣକ ହେଲେ ନିଜେ ହେଡ୍ କନଷ୍ଟେବଲ । ଚୋରି କରି ଗିରଫ ହେଲେ ପୋଲିସ କନଷ୍ଟେବଲ । ଅଭିଯୁକ୍ତ କନଷ୍ଟେବଲ ନିକଟରୁ ୫୧ ଲକ୍ଷ ଟଙ୍କା ସହ ବହୁ ମୂଲ୍ୟବାନ ଗହଣା ଜବତ ହୋଇଛି । କନଷ୍ଟେବଲ ଖୁର୍ଶୀଦ ନିକଟରୁ ଚୋରି ସାମଗ୍ରୀ ଓ ଟଙ୍କା ଜବତ ହୋଇଛି । ସୂଚନା ଅନୁସାରେ, ଦିଲ୍ଲୀର ଲୋଧି ରୋଡ୍ ସ୍ଥିତ ମାଲଖାନାରୁ ଚୋରି ହୋଇଥିବା ଜଣାପଡ଼ିଥିଲା ।

Advertisment

ଖୁର୍ଶୀଦ ବର୍ତ୍ତମାନ ପୂର୍ବ ଦିଲ୍ଲୀରେ କାର୍ଯ୍ୟରତ ଥିବାବେଳେ ପୂର୍ବରୁ ସେ ଏହି ମାଲଖାନା ଦାୟିତ୍ୱରେ ଥିଲା । ଆଉ ସେତିକି ବେଳେ ମାଲଖାନାର ଏକ ନକଲି ଚାବି ପ୍ରସ୍ତୁତ କରି ନିଜ ପାଖରେ ରଖିଥିଲା ଖୁର୍ଶୀଦ । ତେଣୁ ମାଲଖାନାରୁ ଚୋରି କରିନେଇଥିଲା ଖୁର୍ଶୀଦ । ହେଲେ ପରବର୍ତ୍ତୀ ସମୟରେ ସିସିଟିଭି ଧରାଇଦେଲା ସତ । ଆଉ ସିସିଟିଭି ପ୍ରମାଣ ଆଧାରରେ ସ୍ପେଶାଲ ସେଲ୍ ଖୁର୍ଶୀଦକୁ ଗିରଫ କରିଛି ।

ପୋଲିସ ହେପାଜତରୁ ଚୋରି ହେବା ଘଟଣା ଅନ୍ତରୀଣ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସ୍ପେଶାଲ ସେଲର ଯେଉଁ ସ୍ଥାନରୁ ଚୋରି ହୋଇଛି, ସେଠାରୁ ଆଣ୍ଟି ଟେରର ଅପରେସନ କାମ ମଧ୍ୟ ହୋଇଥାଏ ।  ତେଣୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ସହ ଏହାକୁ ନେଇ ଅଧିକ ଖୋଳତାଡ଼ ଜାରି ରହିଛି ।

Advertisment

ଅଧିକ ପଢନ୍ତୁ : ଦୟାଳୁ ଚୋର, ବାଇକ୍ ଚୋରି କରି ନେଲା, ଫେରାଇ କ୍ଷମା ମାଗିଲା !

Delhi Police Theft Special Cell
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ