Advertisment

ଆଲିସାନ୍‌ ଚୋର; ଫ୍ଲାଇଟ୍‌ରେ ବୁଲିବୁଲି କରୁଥିଲା ଚୋରି..ଲୁଟୁଥିଲା ଦାମୀ ଗହଣା

ତଦନ୍ତ ବେଳେ ଦିଲ୍ଲୀ ଏବଂ ଅମୃତସର ବିମାନ ବନ୍ଦରର ସିସିଟିଭି ଫୁଟେଜ ଏବଂ ଫ୍ଲାଇଟ୍ ମାନିଫେଷ୍ଟ ଟିକିନିକି ଯାଞ୍ଚ୍ କରାଯାଇଥିଲା। ଜଣେ ସନ୍ଦିଗ୍ଧଙ୍କୁ ସର୍ଟଲିଷ୍ଟ କରାଯାଇଥିଲା କାରଣ ତାଙ୍କୁ ଉଭୟ ବିମାନରେ ଦେଖିବାକୁ ମିଳିଥିଲା ​​। ଅଧିକାରୀ କହିଛନ୍ତି ଯେ ସନ୍ଦିଗ୍ଧ ଯାତ୍ରୀଙ୍କ ଫୋନ୍ ନମ୍ବର ସଂପୃକ୍ତ ଏୟାରଲାଇନ୍ସରୁ ମିଳିଥିଲା କିନ୍ତୁ ବୁକିଂ ସମୟରେ ସେ ଏକ ନକଲି ନମ୍ବର ପ୍ରଦାନ କରିଥିଲା।

ଅଦ୍ୟତନ ହୋଇଛି
Man steals jewelry, valuables from co-passengers' bags on flights

Man steals jewelry, valuables from co-passengers' bags on flights

Advertisment

ଚୋରି ପାଇଁ ମାଷ୍ଟର ପ୍ଲାନ। ମୃତ ଭାଇ ନାଁରେ କରୁଥିଲେ ଟିକେଟ୍‌ ବୁକିଂ। ଫ୍ଲାଇଟ୍‌ରେ ବୁଲିବୁଲି କରୁଥିଲେ ଚୋରି। ଟାର୍ଗେଟ୍‌ରେ ଥିଲେ ବିଦେଶୀ ଯାତ୍ରୀ ଓ ବୃଦ୍ଧା। ଏପରି ଜଣେ ଚାଲାକ୍‌ ଚୋରକୁ ଗିରଫ କରିଛି ଦିଲ୍ଲୀ ପୋଲିସ। ଯିଏକି ଶତାଧିକ ଥର ଫ୍ଲାଇଟ୍‌ରେ ବୁଲି ଲୋକଙ୍କୁ ଚୂନ ଲଗାଉଥିଲା। ପୋଲିସ ପଚରାଉଚରା କରିବା ପରେ ଏକାଧିକ ଚୋରି ମାମଲାରେ ତାର ସଂପୃକ୍ତି ଥିବା ଜାଣିବାକୁ ପାଇଛି।

Advertisment

ଘରେ ପଶି ଡକାୟତି, ଟ୍ରେନରୁ ଡକାୟତି ହେବାର ଖବର ଆମେ ସବୁବେଳେ ଦେଖୁ। ମାତ୍ର ଫ୍ଲାଇଟରୁ ଅତି ଚତୁରତାର ସହ ଚୋରି କରୁଥିବା ଜଣେ ଚାଲାକ୍ ଚୋରକୁ ଧରିଛି ପୋଲିସ। ଯାତ୍ରୀମାନଙ୍କ ହ୍ୟାଣ୍ଡବ୍ୟାଗରୁ ଅଳଙ୍କାର ଏବଂ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଚୋରି ଅଭିଯୋଗରେ ଜଣେ ୪୦ ବର୍ଷୀୟ ବୟସ୍କ ବ୍ୟକ୍ତିଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ । ଗିରଫ ଅଭିଯୁକ୍ତ ରାଜେଶ କପୁର। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ସେ ଚୋରି କରିବା ପାଇଁ ୧୧୦ ଦିନ ମଧ୍ୟରେ ପ୍ରାୟ ୨୦୦ଥର ବିମାନରେ ଯାତ୍ରା କରିଥିଲା ଓ ଚୋରି କରୁଥିଲା।

ଆଇଜିଆଇ ବିମାନବନ୍ଦରରେ ଏକ ସାମ୍ବାଦିକ ସମ୍ମିଳନୀରେ ଡେପୁଟି କମିଶନର (ଆଇଜି) ଉଷା ରଙ୍ଗାନାନୀ କହିଛନ୍ତି ଯେ ଅଭିଯୁକ୍ତ ରାଜେଶ କପୁରକୁ ପାହାଡଗଞ୍ଜରୁ ଗିରଫ କରାଯାଇଛି। ଚୋରି କରିବା ପରେ ସେ ପାହାଡଗଞ୍ଜରେ ଏହି ସାମଗ୍ରୀ ଲୁଚାଇ ରଖିଥିଲା। ବର୍ଷର ଶରଦ ଜୈନ୍‌ ନାମକ ଜଣେ ବ୍ୟକ୍ତିଙ୍କୁ ଏହାକୁ ବିକ୍ରି କରିବା ପାଇଁ ପ୍ଲାନ କରିଥିବା ବେଳେ ତାକୁ ମଧ୍ୟ କାରୋଲ ବାଗରୁ ଗିରଫ କରାଯାଇଛି।

Advertisment

ରଙ୍ଗାନାନି କହିଛନ୍ତି ଯେ ଗତ ତିନିମାସ ମଧ୍ୟରେ ପୃଥକ ବିମାନରେ ଦୁଇଟି ପୃଥକ ଚୋରି ମାମଲା ରୁଜୁ ହୋଇଥିଲା। ଏପ୍ରିଲ ୧୧ରେ, ଜଣେ ଯାତ୍ରୀ ହାଇଦ୍ରାବାଦରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ସମୟରେ ୭ଲକ୍ଷ ଟଙ୍କା ମୂଲ୍ୟର ଅଳଙ୍କାର ଚୋରି ନେଇ ଅଭିଯୋଗ କରିଥିଲେ। ଫେବୃଆରୀ ୨ରେ ଆଉ ଏକ ଚୋରି ହୋଇଥିବା ଖବର ମିଳିଥିଲା ​​ଯେଉଁଠାରେ ଜଣେ ଯାତ୍ରୀ ଅମୃତସରରୁ ଦିଲ୍ଲୀ ଯାତ୍ରା କରୁଥିବା ସମୟରେ ୨୦ ଲକ୍ଷ ଟଙ୍କା ମୂଲ୍ୟର ଅଳଙ୍କାର ଚୋରି ନେଇ ଅଭିଯୋଗ ଆଣିଥିଲେ। ଏହାପରେ ଅପରାଧୀଙ୍କୁ ଖୋଜିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଥିଲା।

ତଦନ୍ତ ବେଳେ ଦିଲ୍ଲୀ ଏବଂ ଅମୃତସର ବିମାନ ବନ୍ଦରର ସିସିଟିଭି ଫୁଟେଜ ଏବଂ ଫ୍ଲାଇଟ୍ ମାନିଫେଷ୍ଟ ଟିକିନିକି ଯାଞ୍ଚ୍ କରାଯାଇଥିଲା। ଜଣେ ସନ୍ଦିଗ୍ଧଙ୍କୁ ସର୍ଟଲିଷ୍ଟ କରାଯାଇଥିଲା କାରଣ ତାଙ୍କୁ ଉଭୟ ବିମାନରେ ଦେଖିବାକୁ ମିଳିଥିଲା ​​। ଅଧିକାରୀ କହିଛନ୍ତି ଯେ ସନ୍ଦିଗ୍ଧ ଯାତ୍ରୀଙ୍କ ଫୋନ୍ ନମ୍ବର ସଂପୃକ୍ତ ଏୟାରଲାଇନ୍ସରୁ ମିଳିଥିଲା, କିନ୍ତୁ ବୁକିଂ ସମୟରେ ସେ ଏକ ନକଲି ନମ୍ବର ପ୍ରଦାନ କରିଥିଲା। ପରେ ଫୋନ୍‌ ନମ୍ବର ଚିହ୍ନଟ ହୋଇ ତାଙ୍କୁ ଧରାଯାଇଥିଲା।

Advertisment

ପୋଲିସ କହିଛି ଯେ ପଚରାଉଚରା ପରେ ସେ ହାଇଦ୍ରାବାଦରେ ଥିବା ପାଞ୍ଚଟି ମାମଲାରେ ସମ୍ପୃକ୍ତ ଥିବା ସ୍ୱୀକାର କରିଛି। ଚୋରି ଟଙ୍କାରେ ସେ ଜୁଆ ଖେଳୁଥିବା କହିଛି। ତା ନାଁରେ ଏକାଧିକ ମାମଲା ରହିଛି। ସେଥିମଧ୍ୟରୁ ପାଞ୍ଚଟି ଚୋରି ଫ୍ଲାଇଟ୍‌ରୁ ହୋଇଛି। ବିଶେଷ କରି ଅନ୍ତର୍ଜାତୀୟ ସ୍ତରରେ ଯାତ୍ରା କରୁଥିବା ବୃଦ୍ଧ ମହିଳାଙ୍କୁ ଟାର୍ଗେଟ କରୁଥିଲା ଅଭିଯୁକ୍ତ।

Loot
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ