Advertisment

ରସିକିଆ ପୋଲିସ୍‌ ବାବୁ: ଦ୍ୱିତୀୟ ବିବାହ କରି ଫସିଗଲେ

ବନ୍ଧା ହେଲେ ପୋଲିସ୍ ବାବୁ। ପତ୍ନୀଙ୍କୁ ନିର୍ଯାତନା ଓ ପ୍ରତାରଣା ଅଭିଯୋଗରେ ପୋଲିସ୍‌ ବାବୁ ଗିରଫ ହୋଇଛନ୍ତି। ପ୍ରଥମ ପତ୍ନୀଙ୍କୁ ଛାଡ଼ପତ୍ର ନଦେଇ ସେ ଦ୍ୱିତୀୟ ବିବାହ କରିଥିଲେ।

ଅଦ୍ୟତନ ହୋଇଛି
Havildar Arrested

Havildar Arrested

Advertisment

ବନ୍ଧା ହେଲେ ପୋଲିସ୍ ବାବୁ। ଯିଏ ଆଇନକୁ ସୁରକ୍ଷା ଦେବା କଥା ସିଏ ହିଁ ଏହାକୁ ଖିଲାପ କରିଥିବା ଅଭିଯୋଗ ହୋଇଛି। ପତ୍ନୀଙ୍କୁ ନିର୍ଯାତନା ଓ ପ୍ରତାରଣା ଅଭିଯୋଗରେ ଭୁବନେଶ୍ୱର ଧଉଳି ଥାନାର ହାବିଲଦାର ସଦାଶିବ ସ୍ୱାଇଁ  ଗିରଫ ହୋଇଛନ୍ତି। 

Advertisment

ପ୍ରଥମ ପତ୍ନୀଙ୍କୁ ଛାଡ଼ପତ୍ର ନଦେଇ ସଦାଶିବ ଦ୍ୱିତୀୟ ବିବାହ କରିଥିଲେ। ଅଭିଯୋଗ ଆସିବା ପରେ ଭୁବନେଶ୍ୱର ମହିଳା ଥାନା ପୋଲିସ୍‌ ତାଙ୍କୁ ଗିରଫ କରିଛି। ଅଭିଯୋଗ ଅନୁସାରେ, ସଦାଶିବ ପ୍ରଥମ ପତ୍ନୀଙ୍କୁ ଛାଡ଼ପତ୍ର ନଦେଇ ଦ୍ୱିତୀୟ ବିବାହ କରିଥିଲେ। ଏହାପରେ ସେ ଦ୍ୱିତୀୟ ପତ୍ନୀଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଥିଲା। ପରେ ଜଣାପଡ଼ିଥିଲା, ପ୍ରଥମ ପତ୍ନୀଙ୍କୁ ଛାଡ଼ପତ୍ର ନଦେଇ ପୋଲିସ୍‌ ବାବୁ ଦ୍ୱିତୀୟ ବିବାହ କରିଥିଲେ। 

ପତ୍ନୀଙ୍କୁ ନିର୍ଯାତନା ଓ ପ୍ରତାରଣା ଅଭିଯୋଗ ପରେ ପୋଲିସ୍‌ ସଦାଶିବଙ୍କୁ ଗିରଫ କରିଛି। ଏହାସହ ପୋଲିସ୍‌ ଘଟଣାର ତଦନ୍ତ ଜାରି ରଖିଛି। 

Advertisment
Havildar Arrested Betrayal
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ