Advertisment

ସାବଧାନ ! ଡିଜିଟାଲ ଲୋନ୍ ଆପ୍‌ ହୋଇପାରେ ଆତ୍ମହତ୍ୟାର କାରଣ

କେତେବେଳେ କେଉଁଠୁ କଲ ଆସିବ କିମ୍ବା ମୋବାଇଲ୍‌ରେ କେଉଁ ସୁଇଚ୍‌ ଚିପି ହୋଇଯିବ, ଆଉ ଆଖି ପିଛୁଳାକେ ସାରା ଜୀବନର ସଞ୍ଚୟ ଉଭାନ ହୋଇଯିବ ।

ଅଦ୍ୟତନ ହୋଇଛି
Harassment by digital lending apps driving defaulters to suicide, but no action from RBI

Harassment by digital lending apps driving defaulters to suicide, but no action from RBI

Advertisment

ଦିନକୁ ଦିନ ଏବେ ଅନ୍‌ଲାଇନ୍ ଠକେଇ ବଢ଼ିବାରେ ଲାଗିଛି । କେବଳ ଓଡ଼ିଶାରେ ନୁହେଁ ସାରା ଦେଶରେ ଅନ୍‌ଲାଇନ୍‌ ଠକେଇ ବଢ଼ୁଛି । ବିଭିନ୍ନ ଆପ୍‌ ମାଧ୍ୟମରେ ସାଇବର ଲୁଟେରା ଲୋକଙ୍କୁ ଲୁଟୁଥିବା ବେଳେ ମେସେଜ୍‌ ଓ କଲ ମାଧ୍ୟମରେ ବି ଲୁଟ୍‌ର ଶିକାର ହେଉଛନ୍ତି ଲୋକ । ଆଉ ଲୁଟ୍‌ର ଶିକାର ହେବା ପରେ ଲୋକେ ଆତ୍ମହତ୍ୟା କରୁଛନ୍ତି । ଯାହାକୁ ନେଇ ଏବେ ଚିନ୍ତା ବଢ଼ିଛି । ସାଧାରଣତଃ ଆଣ୍ଡରଏଡ୍‌ ମୋବାଇଲ ଧରୁଥିବା ଲୋକ ଏବେ ଚିନ୍ତାରେ ପଡ଼ିଛନ୍ତି । କେତେବେଳେ କେଉଁଠୁ କଲ ଆସିବ କିମ୍ବା ମୋବାଇଲ୍‌ରେ କେଉଁ ସୁଇଚ୍‌ ଚିପି ହୋଇଯିବ, ଆଉ ଆଖି ପିଛୁଳାକେ ସାରା ଜୀବନର ସଞ୍ଚୟ ଉଭାନ ହୋଇଯିବ ।

Advertisment

ଏହାରି ଭିତରେ ଏବେ ଏହି ଅନ୍‌ଲାଇନ୍‌ ଠକେଇର ଏକ ନୂଆ ଟ୍ରେଣ୍ଡ ଦେଖିବାକୁ ମିଳିଛି । ଗୁଗୁଲ ପ୍ଲେ-ଷ୍ଟୋରରେ ଏଭଳି ଅନେକ ଫ୍ରଡ୍‌ ଆପ୍ଲିକେସନ୍‌ ରହିଛି, ଯେଉଁଥିରେ ଲୋକଙ୍କୁ ମାତ୍ର କିଛି ମିନିଟ୍‌ରେ ଋଣ ମିଳୁଛି । ଆଉ ଏହି ଆପ୍‌ ମାଧ୍ୟମରେ ଲୋକ ଋଣ ନେଉଛନ୍ତି । ହେଲେ ସେହି ଋଣ ସୁଝିବାକୁ ତାଙ୍କୁ ଅନେକ ପ୍ରାପ୍ୟ ଦେବାକୁ ପଡ଼ୁଥିବା ଦେଖାଯାଇଛି । ଯେତିକି ସହଜରେ ଋଣ ମିଳିପାରୁଛି, ତାଠାରୁ ୧୦ ଗୁଣା କଷ୍ଟ ଦେଇ ଋଣ ଆଦାୟ କରୁଛନ୍ତି ଏହି ଫ୍ରଡ୍‌ ଆପ୍ଲିକେସନ୍‌ ପଛରେ ରହିଥିବା ରାକେଟ୍‌ । ଲୋକଙ୍କୁ ନାନା ପ୍ରକାର ବ୍ଲାକ୍‌ ମେଲିଂ କରି ଅର୍ଥ ଆଦାୟ କରୁଛନ୍ତି । ଏମିତିକି ସେମାନଙ୍କ ମୁତାବକ ଟଙ୍କା ନଦେଲେ ଋଣ ନେଇଥିବା ଲୋକଙ୍କୁ ବଦନାମ କରିବେ ବୋଲି ଧମକ ଦେଉଛନ୍ତି । ଏଭଳି ବିଭିନ୍ନ ଉପାୟରେ ଲୋକଙ୍କୁ ମାନସିକ ଚାପ ପକାଉଛନ୍ତି । ଯାହାଫଳରେ ଶେଷରେ ଉପାୟ ଶୂନ୍ୟ ହୋଇ ଋଣ ନେଇଥିବା ଲୋକଟି ଆତ୍ମହତ୍ୟା କରୁଛି । 

ତେବେ ଠିକ୍‌ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ହାଇଦ୍ରାବାଦସ୍ଥିତ ରାଜେନ୍ଦ୍ରନଗରରୁ । ଏଠାରେ ପି ସୁନିଲ (୨୯) ନାମକ ଜଣେ ବ୍ୟକ୍ତି, ଲକ୍‌ଡାଉନ୍‌ ସମୟରେ ନିଜର ଚାକିରି ହରାଇଥିଲେ । ପରେ ଜୁଲାଇ ମାସରେ ସେ ବାପା ହୋଇଥିଲେ । ଆଉ ଡିସେମ୍ବର ୧୭ରେ ଆତ୍ମହତ୍ୟା କଲେ । ପୋଲିସ ଘଟଣାର ତଦନ୍ତ କରି କହିଲା ଯେ, ସୁନିଲ ଋଣ ଗ୍ରସ୍ତ ଥିଲେ । ଋଣ ବୋଝ ତଳେ ଚାପି ହୋଇ ଅସହାୟ ହୋଇପଡ଼ିଥିଲେ । ପରିବାର ପ୍ରତିପୋଷଣ ସହ ନିଜର ଖର୍ଚ୍ଚ ତୁଲାଇବାକୁ ସେ ଡିଜିଟାଲ ପ୍ଲାଟ୍‌ଫର୍ମରୁ ଋଣ ନେଇଥିଲେ । ଏହାପରେ ସେ ବାରମ୍ବାର ଅନ୍‌ଲାଇନ୍‌ ହାରାସମେଣ୍ଟର ସମ୍ମୁଖୀନ ହେଉଥିଲେ । ତାଙ୍କୁ ଧମକପୂର୍ଣ୍ଣ ଫୋନ୍‌ କଲ ଆସୁଥିଲା, ହ୍ୱାଟ୍ସ ଆପ୍‌ରେ ଧମକ ବ୍ଲାକ୍‌ମେଲିଂ ହେଉଥିଲା, ଏମିତିକି ତାଙ୍କ ପରିବାର ଓ ସାଙ୍ଗସାଥୀମାନଙ୍କୁ କଲ୍‌ କରି ଏହି ଫ୍ରଡ୍‌ କମ୍ପାନୀମାନେ ସୁନିଲଙ୍କୁ ଲଜ୍ଜିତ କରିବା ପାଇଁ ବି ପଛାଇନଥିଲେ ।

Advertisment

ଏହାର ଗୋଟିଏ ସପ୍ତାହ ପୂର୍ବରୁ ତେଲେଙ୍ଗାନାରେ ଠିକ୍‌ ଏହିଭଳି ଦୁଇଟି ମାମଲା ସାମ୍ନାକୁ ଆସିଥିଲା । ଏଡୁ ଶ୍ରବଣ ଯାଦବ (୨୩)  ମେଡକ ଜିଲ୍ଲାରେ ରହୁଥିବା ଜଣେ ଚାଷୀ । ସେ ମଧ୍ୟ ଡିଜିଟାଲ ଆପ୍‌ ମାଧ୍ୟମରେ ଋଣ ନେଇଥିଲେ ଏବଂ ସୁଝି ପାରିନଥିଲେ । ସେହିଭଳି ୨୮ ବର୍ଷିୟ କ୍ରିନି ମୌନିକା । ସେ ଜଣେ ସରକାରୀ ଚାକିରିଆ । ସେ ମଧ୍ୟ ଡିଜିଟାଲ ଆପ୍‌ ମାଧ୍ୟମରେ ଋଣ ନେଇ ସୁଝିପାରିନଥିଲେ । 

ଗତ ଦୁଇ ମାସ ମଧ୍ୟରେ ସାରା ଦେଶରେ ଏଭଳି ଅନେକ ମାମଲା ସାମ୍ନାକୁ ଆସିଛି । ଡିଜିଟାଲ ଆପ୍‌ ମାଧ୍ୟମରେ ଋଣ ନେଉଛନ୍ତି ଏବଂ ସୁଝି ନପାରି ଆତ୍ମହତ୍ୟା କରୁଛନ୍ତି ।

Advertisment
Cyber Crime Cyber Loot
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ