Advertisment

ମୁଁ ତାଙ୍କୁ ଘୃଣା କରେ, ବହୁତ କଥା ଅଛି ପରେ କହିବି: ବିଦ୍ୟାଭାରତୀ

ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାର ତଦନ୍ତ ଚାଲି ଥିବାବେଳେ ଏବେ ବିଦ୍ୟାଭାରତୀଙ୍କ ଆଉ ଏକ ହାତଲେଖା ସାମ୍ନାକୁ ଆସିଛି।

ଅଦ୍ୟତନ ହୋଇଛି
ମୁଁ ତାଙ୍କୁ ଘୃଣା କରେ, ବହୁତ କଥା ଅଛି ପରେ କହିବି: ବିଦ୍ୟାଭାରତୀ

Bidya Bharati

Advertisment

ପାରଳାଖେମୁଣ୍ଡି: ‘ଇନ୍‌ସଲଟ୍‌ ହେଲା। ଅନ୍‌ନେସେସରି କଥା କହିକି ନିଜର ଇନ୍‌ସଲଟ୍‌ କଲି। କିଛି ପ୍ରୋବଲେମ ନ କରିକି ବି ଏତେ ରାଗ। ମୁଁ ସମସ୍ତଙ୍କୁ ଘୃଣା କରେ। ମୋ ପାଇଁ କେହି ବି ନାହାନ୍ତି। ମୁଁ ତାଙ୍କୁ ଘୃଣା କରେ।’ ଏଭଳି କିଛି ଲେଖିଛନ୍ତି ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ପତ୍ନୀ ବିଦ୍ୟାଭାରତୀ। ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାର ତଦନ୍ତ ଚାଲି ଥିବାବେଳେ ଏବେ ପତ୍ନୀ ବିଦ୍ୟାଭାରତୀଙ୍କ ଆଉ ଏକ ହାତଲେଖା ସାମ୍ନାକୁ ଆସିଛି। ଏହାପୂର୍ବରୁ ବିଦ୍ୟାଭାରତୀଙ୍କ ଏକ ହାତଲେଖା ସାମ୍ନାକୁ ଆସିଥିଲା। 

Advertisment

ଏବେ ସାମ୍ନାକୁ ଆସିଥିବା ଏହି ହାତଲେଖାରେ ବିଦ୍ୟାଭାରତୀ ଲେଖିଛନ୍ତି, ‘ଇନ୍‌ସଲଟ୍‌ ହେଲା। ଅନ୍‌ନେସେସରି କଥା କହିକି ନିଜର ଇନ୍‌ସଲଟ୍‌ କଲି। ଖାଲି superficially ହିଁ ମିଶନ୍ତି। ମନ ଭିତରେ କ୍ଷତି ହିଁ ଚାହାନ୍ତି। କିଛି ପ୍ରୋବଲେମ ନ କରିକି ବି ଏତେ ରାଗ। କିନ୍ତୁ ଯାହା ବି ହେଉ, ଏତେ ପରିମାଣର ଜେଲସ୍‌ନେସ୍‌ ବହୁତ ଖୁସି ଲାଗୁଛି। ଆହୁରି ଜଳୁଥାଅ। ଭଗବାନ ତୁମର ଜେଲସ୍‌ନେସ୍‌ ଦେଖି ହସୁଥିବେ। ଆଜି ତୁମର ମେଜରିଟି ଅଛି, ଦିନେ ମୋର ମେଜରିଟି ରହିବ। ଆଉ ମୋର ଟାଇମ୍‌ ବି। ମୁଁ ସମସ୍ତଙ୍କୁ ଘୃଣା କରେ। ମୋ ପାଇଁ କେହି ବି ନାହାନ୍ତି। ମୁଁ ତାଙ୍କୁ ଘୃଣା କରେ। ବହୁତ କଥା ଅଛି ପରେ କହିବି।’

ବିଦ୍ୟାଭାରତୀଙ୍କ ଏହି ହାତଲେଖା ଖାତାରେ ଅକ୍ଷୟ ନାମକ ଜଣେ ବ୍ୟକ୍ତିଙ୍କ ନାଁ ସେ ଉଲ୍ଲେଖ କରିଛନ୍ତି। କିଏ ଏହି ଅକ୍ଷୟ ? ତାଙ୍କୁ ନେଇ ଏବେ ଚର୍ଚ୍ଚା। ଖାତାରେ ବିଦ୍ୟାଭାରତୀ ଲେଖିଥିବା ବିଭିନ୍ନ କଥାକୁ ନେଇ ସୌମ୍ୟଙ୍କ ଭାଇ ପ୍ରଶ୍ନ ଉଠାଇଛନ୍ତି। ଖାତାରେ ଯାହା ସବୁ ଲେଖା ଯାଇଛି, ସେଥିରୁ ବିଦ୍ୟାଭାରତୀ ସୌମ୍ୟଙ୍କୁ କିଭଳି ଭଲ ପାଉଥିଲେ, ସେନେଇ ବୁଝାପଡ଼ୁଛି ବୋଲି ସୌମ୍ୟଙ୍କ ଭାଇ କହିଛନ୍ତି। ସୌମ୍ୟଙ୍କ ମୃତ୍ୟୁ ପରେ ତାଙ୍କ ବାପା, ଭାଇ ଓ ମାମୁ ପାରଳାଖେମୁଣ୍ଡି ଆସିଥିବାବେଳେ ସୌମ୍ୟଙ୍କ କ୍ୱାର୍ଟର୍ସରୁ ବିଦ୍ୟାଭାରତୀଙ୍କ ଏହି ହାତଲେଖା ପାଇଥିଲେ। ଅକ୍ଷୟଙ୍କ ବିଷୟରେ ପଚାରିବାରୁ ସୌମ୍ୟଙ୍କ ଭାଇ ଏହାର ଉତ୍ତରରେ କହିଛନ୍ତି, ହୁଏତ ଅକ୍ଷୟଙ୍କ ସହ ତାଙ୍କର କିଛି ଆଫାୟାର୍ସ ଥାଇପାରେ। ଏନେଇ ତଦନ୍ତ କରାଗଲେ ସବୁକଥା ଜଣାପଡ଼ିବ।

Advertisment

ଅନ୍ୟପକ୍ଷେ, ବଲାଙ୍ଗିରରେ ପାରଳାଖେମୁଣ୍ଡି ପୋଲିସର ୫ ଜଣିଆ ଟିମ୍ ପହଞ୍ଚିଛନ୍ତି। ବିଦ୍ୟାଭାରତୀ ପ୍ରଶିକ୍ଷଣ ନେଉଥିବା ବଲାଙ୍ଗିର ଲର୍କିପାଲିରେ ଥିବା ଏଲ୍‌ଆଇ ଟ୍ରେନିଂ ଇନ୍‌ଷ୍ଟିଚ୍ୟୁଟ୍‌ ଯାଇ ପୋଲିସ ଖୋଳତାଡ଼ କରୁଛି। ବିଦ୍ୟାଭାରତୀ ଦେଇଥିବା ପାର୍ଟି ସମ୍ପର୍କରେ ତଥ୍ୟ ଯୋଗାଡ଼ କରୁଛି ପୋଲିସ। ପାରଳାଖେମୁଣ୍ଡି ଆଇଆଇସିଙ୍କ ନେତୃତ୍ୱରେ ୫ ଜଣିଆ ଟିମ୍ ଏହି ଖୋଳତାଡ଼ କରୁଛି। ସୌମ୍ୟଙ୍କ ମୃତ୍ୟୁ କେମିତି ଓ କାହିଁକି ହେଲା ? ଏହାର ଉଚିତ ତଦନ୍ତ କରିବା ସହ ନ୍ୟାୟ ମିଳୁ ବୋଲି କହିଛନ୍ତି ସୌମ୍ୟଙ୍କ ପରିବାର ଲୋକେ କହିଛନ୍ତି। 

Advertisment
ACF Death Bidya Bharati Paralakhemundi ACF Death Soumya Ranjan Mohapatra Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ