Bargarh Murder
ବରଗଡ଼ରେ ଚାଞ୍ଚଲ୍ୟ l ଇଲେକ୍ଟ୍ରିସିଆନଙ୍କୁ ହତ୍ୟା କରି ମାଟି ତଳେ ପୋତି ଦେଲେ ଦୁର୍ବୃତ୍ତ l ବରଗଡ଼ ପଞ୍ଚାୟତ କଲେଜ ନିକଟ ପଣ୍ଡରୀପଥର ପାଖରେ ଘଟିଛି ଏଭଳି ବବର୍ରକାଣ୍ଡ । ଜଣେ ବ୍ୟକ୍ତିଙ୍କୁ ହତ୍ୟା କରି ଦୁର୍ବୃତ୍ତମାନେ ମାଟିରେ ଅଧା ପୋତି ଦେଇଛନ୍ତି । ମୃତକ ଜଣଙ୍କ ସ୍ଥାନୀୟ ଅଞ୍ଚଳର ୪୫ ବର୍ଷୀୟ ଦେବରାଜ ପାଣିଗ୍ରାହୀ l ସେ ଇଲେକ୍ଟ୍ରୀସିଆନ୍ ଭାବେ କାମ କରୁଥିଲେ ।
ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବାବେଳେ ହତ୍ୟାର କାରଣ ଅସ୍ପଷ୍ଟ ଅଛି । ଗ୍ରାମାଞ୍ଚଳ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ କରୁଛି l ସେପଟେ ଭାଇକୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ କରି ନ୍ୟାୟ ଦାବି କରିଛନ୍ତି ମୃତକଙ୍କ ଭଉଣୀ ।
ଅଧିକ ପଢ଼ନ୍ତୁ: ମିଳିଲା ସବୁଜ ସଙ୍କେତ, ପାରାଦୀପକୁ ଚାଲିବ ଯାତ୍ରୀବାହୀ ଜାହାଜ
ସେ ଅଭିଯୋଗ କରିଛନ୍ତି ଯେ, ମୋ ଭାଇକୁ ଇଟାରେ ଛେଚି ନିର୍ମମ ଭାବେ ହତ୍ୟା କରାଯାଇଛି । ହତ୍ୟା ପରେ ତାକୁ ବାଲିରେ ଅଧା ପୋତି ଦେଇଥିଲେ । ଯିଏ ବି ଦୋଷୀ ତାଙ୍କୁ ଯଥାଶୀଘ୍ର ଗିରଫ କରାଯାଇ କଠୋର ଦଣ୍ଡ ଦିଆଯାଉ ଏବଂ ମୋ ଭାଇକୁ ନ୍ୟାୟ ମିଳୁ । ତେବେ କିଏ ଏବଂ କାହିଁକି ଦେବରାଜଙ୍କୁ ହତ୍ୟା କଲା ତାହା ଜଣା ପଡିନଥିବା ବେଳେ ପୋଲିସ ଘଟଣାରେ ଛାନଭିନ୍ ଜାରି ରଖିଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1749294382.jpg)