Advertisment

ଯେତେ ନେହୁରା ହେଲେ ବି ଶୁଣିଲେନି : ୩ ହଜାର ଟଙ୍କା ପାଇଁ ବାଡ଼ିରେ ବାଡ଼େଇ ବାଡ଼େଇ ମାରିଦେଲେ

ଟଙ୍କା କେଇଟା ପାଇଁ ଚାଲିଗଲା ଜୀବନ ।

ଅଦ୍ୟତନ ହୋଇଛି
Gurugram Murder Case

murder

Advertisment

ମାତ୍ର ୩ ହଜାର ଟଙ୍କା ପାଇଁ ଜୀବନ ପଳେଇଲା । ନେଇଥିଲେ ୧୯ ହଜାର, ଦେଇଥିଲେ ୧୬ ହଜାର। ଆଉ ବାକି ଟଙ୍କା ଦେଇଦେବାକୁ ପ୍ରତିଶ୍ରୁତି ବି ଦେଇଥିଲେ। କିନ୍ତୁ ଟଙ୍କା ଦେଇଥିବା ବାବୁ କିଛି ଶୁଣିଲେନି। ଏକ ବାଡ଼ିରେ ତାକୁ ବାଡ଼େଇ ବାଡ଼େଇ ମାରିଦେଲେ।

Advertisment

ଏମିତି ଏକ ଭୟଙ୍କର ଘଟଣା ଘଟିଛି ହରିୟାନାର ବିଳାସପୁର ଅଞ୍ଚଳରେ। ମାତ୍ର ୩ ହଜାର ଟଙ୍କା ପାଇଁ କିଛି ଦୁର୍ବୃତ୍ତ ୩୩ ବର୍ଷର ଜଣେ ଦଳିତ ଯୁବକକୁ ବାଡ଼ିରେ ବାଡ଼େଇ ବାଡ଼େଇ ମାରିଦେଇଥିବା ଥାନାରେ ଅଭିଯୋଗ ହୋଇଛି।

ଗୁରୁଗ୍ରାମର ସାଗର ଯାଦବ ସେଇ ଗାଁର ଇନ୍ଦର କୁମାରଙ୍କୁ ବିଜୁଳୀ ବିଲ୍ ପଇଠ କରିବା ପାଇଁ ୧୯ ହଜାର ଟଙ୍କା ଦେଇଥିଲେ।। ତେବେ ଏହି ଯୁବକ ଇନ୍ଦର କୁମାର ନିହାତି ଗରିବ ହୋଇଥିବାରୁ ସେଇ ଟଙ୍କାରୁ ୩ ହଜାର ଟଙ୍କା ଖର୍ଚ୍ଚ କରିଦେଇଥିଲେ।

Advertisment

ଅଧିକ ପଢ଼ନ୍ତୁ: ଏତେ ନିର୍ଦ୍ଦୟ ଶିକ୍ଷକ ! ପରୀକ୍ଷାରେ ଭୁଲ କଲା ବୋଲି ଛାତ୍ରକୁ ପିଟିପିଟି ମାରିଦେଲେ..

ବିଜୁଳୀ ବିଲ୍ ପଇଠ କରିବାରେ ବିଳମ୍ବ ହେବା ଦେଖି ସାଗର ଯାଦବ ଇନ୍ଦରକୁ ଡାକି ଏ ବାବଦରେ ପଚାରିଥିଲେ। ତେବେ ଇନ୍ଦର ସବୁ କଥା ମାନିଯାଇ ୧୬ ହଜାର ଟଙ୍କା ଫେରେଇବା ସହ ବାକି ଟଙ୍କା ତୁରନ୍ତ ଦେଇଦବ ବୋଲି ପ୍ରତିଶ୍ରୁତି ଦେଇଥିଲା।

Advertisment

ଗତ ବୁଧବାର ଦିନ ଘଟିଥିବା ଏହି ଘଟଣାକୁ ନେଇ ପାଟିତୁଣ୍ଡ ହେବାରୁ ଇନ୍ଦରର ବାପା ଦୀପଚାନ୍ଦ ଘଟଣାସ୍ଥଳରେ ପହଞ୍ଚି ବାକି ଟଙ୍କା ସେ ଦେବେ ବୋଲି କହି ପୁଅକୁ ସେଠାରୁ ଘରକୁ ଆଣିଥିଲେ।

ତେବେ ଏହାର କିଛି ସମୟ ପରେ ସାଗର ଇନ୍ଦରକୁ ନିକଟରେ ଥିବା ଏକ ମନ୍ଦିରକୁ ଡାକି ନିସ୍ତୁକ ମାଡ଼ ମାରିଥିଲେ। ମାଡ଼ ମାରି ରକ୍ତାକ୍ତ କରି ସାରିବା ପରେ ସାଗର ଓ ଆଉ ଦୁଇ ତିନି ଜଣ ଯୁବକ ଆସି ଇନ୍ଦରକୁ ତାଙ୍କ ଘର ଆଗରେ ଛାଡ଼ି ଦେଇ ଯାଇଥିଲେ।

ସେତେବେଳକୁ ଇନ୍ଦର ଯନ୍ତ୍ରଣାରେ ଚିତ୍କାର କରୁଥିଲା। ବାପା ଦୀପଚାନ୍ଦ ତାଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରିଥିଲେ ମଧ୍ୟ କିଛି ସମୟ ପରେ ସେଠାରେ ଇନ୍ଦରର ମୃତ୍ୟୁ ଘଟିଥିଲା।

ପୋଲିସ ସୂଚନା ଅନୁଯାୟୀ, ସାଗର ଓ ତା’ର ସାଙ୍ଗମାନେ ମିଶି ଇନ୍ଦରକୁ ଏକ ବାଡ଼ିରେ ବାଡ଼େଇ ବାଡ଼େଇ ମାରିଦେଇଛନ୍ତି। ଏକ ହତ୍ୟା ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ କରୁଛି।

Murder Murder Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ