Advertisment

VIDEO: ଭାବୀ ସ୍ତ୍ରୀ ସାମ୍ନାରେ ଯୁବକଙ୍କୁ ହତ୍ୟା, ପରେ ନିଜେ ଆତ୍ମହତ୍ୟା କଲା ଆକ୍ରମଣକାରୀ...

ଭାବୀ ସ୍ତ୍ରୀ ସାମ୍ନାରେ ଯୁବକଙ୍କୁ ହତ୍ୟା ପରେ ନିଜେ ଆତ୍ମହତ୍ୟା କଲା ଆକ୍ରମଣକାରୀ। ହତ୍ୟା ପରେ ନିଜ ମୁଣ୍ଡରେ ନିଜେ ବନ୍ଧୁକ ଲଗାଇ ଗୁଳି କରି ନିଜର ଜୀବନ ମଧ୍ୟ ନେବାକୁ ପଛାଇଲା ନାହିଁ।

ଅଦ୍ୟତନ ହୋଇଛି
Gunman kills man in front of fiancee then commits suicide

Gunman kills man in front of fiancee then commits suicide

Advertisment

ଭାବୀସ୍ତ୍ରୀ ସାମ୍ନାରେ ଯୁବକଙ୍କୁ ହତ୍ୟା ପରେ ନିଜେ ଆତ୍ମହତ୍ୟା କଲା ଆକ୍ରମଣକାରୀ। ହତ୍ୟା ପରେ ନିଜ ମୁଣ୍ଡରେ ନିଜେ ବନ୍ଧୁକ ଲଗାଇ ଗୁଳି କରି ନିଜର ଜୀବନ ମଧ୍ୟ ନେବାକୁ ପଛାଇଲା ନାହିଁ। କାହିଁକି ବ୍ୟକ୍ତି ଜଣକ ଏପରି କଲେ, ତାହା ଜଣାପଡ଼ିନି। ପୋଲାଣ୍ଡରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। ଯାହାକୁ ଦେଖିଲେ ଲୋମ ଟାଙ୍କୁରି ଉଠିବ। 

Advertisment

ମିଳିଥିବା ସୂଚନା ଅନୁସାରେ, ଘଟଣାକୁ ନେଇ ସେଠାକାର ସ୍ଥାନୀୟ ପୋଲିସ୍‌ ରବିବାର ସୂଚନା ଦେଇଛି ଯେ, ପୋଲିସ ସହର ପୋଜନାନ୍‌ର ଏକ ଡାଉନଟାଉନ ରେଷ୍ଟୁରାଣ୍ଟରେ ଘଟିଥିବା ଏହି ଗୁଳିକାଣ୍ଡରେ ୨ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଏହି ଘଟଣା ପୋଜନାନ୍‌ ଓଲ୍ଡ ଟାଉନ୍‌ରେ ସେଣ୍ଟ ମାର୍ଟିନ୍‌ ଷ୍ଟ୍ରିଟ୍‌ରେ ଥିବା ରେଷ୍ଟୁରାଣ୍ଟର ଗାର୍ଡେନରେ ଘଟିଛି। ଏହି ସ୍ଥାନ ବେଶ୍‌ ଲୋକପ୍ରିୟ ହୋଇଥିବାରୁ ଏଠାକୁ ଅନେକ ପର୍ଯ୍ୟଟକ ଆସିଥାନ୍ତି। ଆକ୍ରମଣକାରୀ ଜଣକ ଜଣେ ଯୁବକଙ୍କୁ ବନ୍ଧୁକରେ ତାଙ୍କ ଭାବୀ ସ୍ତ୍ରୀ ସାମ୍ନାରେ ହତ୍ୟା ପରେ ନିଜେ ଆତ୍ମହତ୍ୟା କରିଥିଲେ।

Advertisment

ଘଟଣାସ୍ଥଳରେ ଚାଲିଗଲା ଜଣଙ୍କ ଜୀବନ, ହସ୍ପିଟାଲ୍‌ରେ ଆଖି ବୁଜିଲେ ଆଉ ଜଣେ...

୨ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ହସ୍ପିଟାଲ୍‌ରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି। ଏମାନଙ୍କ ଘର ପୋଜନାନ୍‌ରେ ଓ ଉଭୟଙ୍କ ବୟସ ୩୦ରୁ ୩୧ ବର୍ଷ ମଧ୍ୟରେ ବୋଲି ଜଣାପଡ଼ିଛି। କାହିଁକି ଆକ୍ରମଣକାରୀ ଜଣକ ଏପରି ଘଟଣା ଘଟାଇଲେ ଓ ଉଭୟଙ୍କ ମଧ୍ୟରେ କ’ଣ ସମ୍ପର୍କ ଥିଲା ସେନେଇ ପୋଲିସ୍‌ ଛାନ୍‌ଭିନ୍‌ ଚଳାଇଛି। 

Murder
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ