Advertisment

ବିମାନରେ ମହିଳାଙ୍କ ସହ କଲେ ଦୋସ୍ତି, ଗୋଆର ଏକ ହୋଟେଲ୍‌ରେ କଲେ ଦୁଷ୍କର୍ମ !

ମହିଳାଙ୍କୁ ପ୍ରଥମେ ବିମାନରେ ଦେଖା ହୋଇଥିଲେ। ସେଠାରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲେ ।

Crime Against Women

Crime Against Women

Advertisment

ଫ୍ଲାଇଟ୍‌ରେ ହେଲା ଦୋସ୍ତି । ଆଉ ପରେ ହୋଟେଲ୍‌ରେ କଲେ ଦୁଷ୍କର୍ମ । ଏଭଳି ଘଟଣା ଗୋଆରୁ ସାମ୍ନକୁ ଆସିଛ । ଘଟଣାଟି ହେଲା ଜଣେ ବ୍ୟକ୍ତି ଫ୍ଲାଇଟ୍‌ରେ ଆସୁଥିବା ବେଳେ ସେଥିରେ ଥିବା ଜଣେ ମହିଳାଙ୍କ ସହ ବୁନ୍ଧୁତା କରିଥିଲେ । ଆଉ ପରେ ଗୋଆରେ ଏକ ହୋଟେଲକୁ ଡାକି ମହିଳାଙ୍କ ସହ ଦୁଷ୍କର୍ମ କରିଥିଲେ ।   

Advertisment

ଏନେଇ ଗୁଜରାଟର ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରିଛି ଗୋଆ ପୋଲିସ୍‌। ଗୁଜରାଟର ଏହି ବ୍ୟକ୍ତି ଜଣଙ୍କ ଉତ୍ତର ଗୋଆର ଆସଓନୋରା ଗାଁରେ ଥିବା ଗୋଟିଏ ହୋଟେଲ ଭିତରେ ଜଣେ ମହିଳା ପର୍ଯ୍ୟଟକଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ସେ ମହିଳାଙ୍କୁ ପ୍ରଥମେ ବିମାନରେ ଦେଖା ହୋଇଥିଲେ। ସେଠାରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲେ ।

ବ୍ୟକ୍ତି ଜଣକ ବନ୍ଧୁତା କରିବା ପରେ ମହିଳାଙ୍କ ଫୋନ୍ ନମ୍ବର ଆଣିଥିଲେ । ଆଉ ତାଙ୍କ ସହ ରୀତିମତ ଯୋଗାଯୋଗରେ ଥିଲେ । ଏହାରି ଭିତରେ ଉଭୟଙ୍କ ମଧ୍ୟରେ ଦୋସ୍ତି ସାମନ୍ୟ ନିବିଡ଼ ହୋଇଥିଲା । କିଛି ଦିନ ପରେ ଉଭୟ ଅଲଗା ଅଲଗା ଭାବେ ଗୋଆ ବୁଲିବାକୁ ଆସିଥିଲେ । ସେଠାରେ ବ୍ୟକ୍ତି ଜଣକ ମହିଳାଙ୍କୁ ନିଜେ ରହୁଥିବା ହୋଟେଲକୁ ଆସିବା ପାଇଁ କହିଥିଲେ । ମହିଳା ଜଣକ ପ୍ରଥମେ ହୋଟେଲ ଆସିବାକୁ ଅମଙ୍ଗ ହେଉଥିଲେ ମଧ୍ୟ ପରେ ବ୍ୟକ୍ତି ଜଣକ ରହୁଥିବା ହୋଟେଲରେ ପହଞ୍ଚିଥିଲେ ।

Advertisment

ସେଠାରେ ଉକ୍ତ ବ୍ୟକ୍ତି ଜଣକ ମହିଳାଙ୍କ ସହ ଦୁଷ୍କର୍ମ କରିଥିଲେ । ଏନେଇ ମହିଳା ନିଜେ ଥାନାରେ ଅଭିଯୋଗ କରିଛନ୍ତି । ଖାଲି ସେତିକି ନୁହେଁ, ଦୁଷ୍କର୍ମ ଘଟଣା ସମ୍ପର୍କରେ କାହାକୁ ନ କହିବାକୁ ବ୍ୟକ୍ତି ଜଣକ ଧମକ ଦେଇଥିଲେ ବୋଲି ପୀଡ଼ିତା ଜଣଙ୍କ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଆଧାର କରି ପୋଲିସ ଉକ୍ତ ବ୍ୟକ୍ତିକୁ ଗିରଫ କରିଛି । ଏହି ପୂରା ଘଟଣା ଅଗଷ୍ଟ ୨୩ରେ ଘଟିଥିଲା। ଅଭିଯୁକ୍ତ ଜଣଙ୍କର ବୟସ ୪୭ ହେବ । ତାଙ୍କ ନାଁ ଲକ୍ଷ୍ମଣ ଶିୟାର । ଡେପୁଟି ଏସ୍‌ପି ଜିଭବା ଡାଲଭି ଏନେଇ ପୁରା ସୂଚନା ଦେଇଥିଲେ । 

Crime Against Women
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ