Advertisment

ପୁଣି ପଟିଆରେ ଗୋଷ୍ଠୀ ସଂଘର୍ଷ...ପଥର, ବୋତଲ ମାଡ଼ରେ ଏକାଧିକ ଆହତ

ଉତ୍ତେଜନାକୁ ଦୃଷ୍ଟିରେ ରଖି ଗାଁରେ ୨ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଗାଁର ଦୁଇ ୱାର୍ଡବାସୀଙ୍କ ମଧ୍ୟରେ ପଥର ମାଡ଼ ସହ ବୋତଲ ମାଡ଼ ହୋଇଛି ।

ଅଦ୍ୟତନ ହୋଇଛି
Group Clash In Bhubaneswar

Group Clash In Bhubaneswar

Advertisment

ପୁଣି ପଟିଆରେ ଗୋଷ୍ଠୀ ସଂଘର୍ଷ । ଭୁବନେଶ୍ୱର ପଟିଆ ପଦ୍ମକେଶରପୁରରେ ଗୋଷ୍ଠୀ ସଂଘର୍ଷ ଘଟିଛି । ଗାଁର ଦୁଇ ୱାର୍ଡବାସୀଙ୍କ ମଧ୍ୟରେ ପଥର ମାଡ଼ ସହ ବୋତଲ ମାଡ଼ ଯୋଗୁ ଉଭୟ ପଟରୁ ଏକାଧିକ ଲୋକ ଆହତ ହୋଇଛନ୍ତି । 

Advertisment

ଉତ୍ତେଜନାକୁ ଦୃଷ୍ଟିରେ ରଖି ଗାଁରେ ୨ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ମଞ୍ଚେଶ୍ୱର ଥାନା ପୋଲିସ ଗାଁରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଛି । ପୂର୍ବରୁ ସେପ୍ଟେମ୍ବର ୧ ତାରିଖରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଘଟି ୧୦ରୁ ଅଧିକ ଆହତ ହୋଇଥିଲେ ।

ଏହି ଘଟଣାରେ ପରବର୍ତ୍ତୀ ସମୟରେ ପୋଲିସ ଉଭୟ ପକ୍ଷରୁ ୨୦ରୁ ଅଧିକ ଲୋକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

Advertisment

Group Clash
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ