ଏବେ ନିଶା କବଳରେ ଯୁବପିଢ଼ି । ନିଶା ପାଇଁ କେଉଁ ବି ସ୍ତରକୁ ଯିବା ପାଇଁ ପଛାଉ ନାହାନ୍ତି । ସେହିପରି ନିଶା ସାମଗ୍ରୀ ଯୋଗାଇବା ପାଇଁ ମଧ୍ୟ ବିଭିନ୍ନ ଉପାୟ ଆପଣାଉଛନ୍ତି ନିଶା ବ୍ୟବସାୟୀ । ତେବେ ଏହାରି ଭିତରେ ଉତ୍ତରପ୍ରଦେଶରୁ ଏମିତି ଏକ ଖବର ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ଆର୍ଶ୍ଚଯ୍ୟଚକିତ କରିପାରେ । ଉତ୍ତରପ୍ରଦେଶର ଗ୍ରେଟର ନୋଏଡାସ୍ଥିତ ଏକ ଆପାର୍ଟମେଣ୍ଟରେ ଚାଲିଥିଲା ଗଞ୍ଜେଇ ଚାଷ । ଆପାର୍ଟମେଣ୍ଟରେ ଗଞ୍ଜେଇ ଚାଷ କରି ନିଶା କରାବାର କରୁଥିବା ଜଣେ ବ୍ୟକ୍ତିଙ୍କୁ ପୋଲିସ୍ ଓ ନାର୍କୋଟିକ୍ସ ସେଲ୍ ଗିରଫ କରିଛି । ଅଭିଯୁକ୍ତ ଅତ୍ୟାଧୁନିକ ଜ୍ଞାନ କୌଶଳ ବ୍ୟବହାର କରି ଘର ଭିତରେ ଗଞ୍ଜେଇ ଚାଷ କରୁଥିଲେ । ପୋଲିସ୍ର ସୂଚନା ଅନୁସାରେ, ଅଭିଯୁକ୍ତ ଏହି ପ୍ରିମିୟମ ଗଞ୍ଜେଇକୁ ଡାର୍କ ୱେବ ମାଧ୍ୟମରେ ସପ୍ଲାଇ କରୁଥିଲା ।
Also Read
ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଇଂରାଜୀରେ ସ୍ନାତକ କରିଥିବା ରାହୁଲ ଚୌଧୁରୀ ନାମକ ଜଣେ ବ୍ୟକ୍ତି ଅତ୍ୟାଧୁନିକ ଚାଷ ସେଟ୍ଅପ୍ ସହ ଆପାର୍ଟମେଣ୍ଟର ଦଶମ ମହଲାରେ ଥିବା ତାଙ୍କ ଫ୍ଲାଟ୍ରେ ବିଭିନ୍ନ ପ୍ରକାରର ଗଞ୍ଜେଇ ଚାଷ କରୁଥିଲେ ।
ଅଧିକ ପଢ଼ନ୍ତୁ: ମାଲକାନଗିରି ପାଲଟିଛି ଗଞ୍ଜେଇ ଚାଷ ‘ସେଫ୍ ହେଭେନ୍’; ଧରାପଡ଼ୁଛନ୍ତି ଆଦିବାସୀ-ଛୁ’ ମାରୁଛନ୍ତି ମାଷ୍ଟର୍ ମାଇଣ୍ଡ
ଅଭିଯୁକ୍ତଙ୍କ ବାସଭବନରୁ ୮୦ କିଲୋଗ୍ରାମର ଗଞ୍ଜେଇ ଗଛ ସହ ୨ କେଜି ଗଞ୍ଜେଇ ଜବତ କରାଯାଇଛି । ସେ ପ୍ରାୟ ୬ ମାସ ଧରି ଗଞ୍ଜେଇ ଚାଷ କରୁଥିଲେ । ସେ ତାଙ୍କ ଆପାର୍ଟମେଣ୍ଟରେ ବେଆଇନ ଭାବେ ଗଞ୍ଜେଇ ଚାଷ କରିବା ପାଇଁ ୱେବ୍ ସିରିଜ୍ ଏବଂ କ୍ରାଇମ ଡ୍ରାମା ଦ୍ୱାରା ଅନୁପ୍ରାଣିତ ହୋଇଥିଲେ ବୋଲି ଡେପୁଟି କମିଶନର ଅଫ୍ ପୋଲିସ (ଗ୍ରେଟର ନୋଏଡା) ସାଦ ମିୟା ଖାନ କହିଛନ୍ତି । ତେବେ ଏହି ମାମଲାରେ ସ୍ଥାନୀୟ ପୋଲିସ୍ ସହ ନାର୍କୋଟିକ୍ସ ସେଲ୍ ରାହୁଲ ଚୌଧୁରୀଙ୍କୁ ଗିରଫ କରିଛି ।
ଗ୍ରେଟର ନୋଏଡାର ପାର୍ଶନାଥ ପାନୋରାମା ଟାୱାର ୫ରେ ଥିବା ଫ୍ଲାଟ୍ ନମ୍ବର ୧୦୦୧ରେ ପୋଲିସ୍ ରେଡ୍ କରିବା ପରେ ୨.୦୭୦ କେଜି ଗଞ୍ଜେଇ ଓ ୧୬୩.୪ ଗ୍ରାମର ହାଇ ଗ୍ରେଡ୍ ‘OG’ ଗଞ୍ଜେଇ ଜବତ କରିଥିଲା । ଡିସିପି ଖାନ୍ କହିଛନ୍ତି ଯେ, ଅନୀଲ ଚୌଧୁରୀ ଆଡଭାନ୍ସ ଏରୋପୋନିକ୍ କୌଶଳ ବ୍ୟବହାର କରି ଏହି ଚାଷ କରୁଥିଲେ । ସମ୍ପୂର୍ଣ୍ଣ ନିୟନ୍ତ୍ରିତ ପରିବେଶରେ ଅନୀଲ ଗଞ୍ଜେଇ ଚାଷ କରୁଥିଲେ । ଫ୍ଲାଟ୍ ମଧ୍ୟରେ ତାପମାତ୍ରା, ଆଲୋକ ଏବଂ ଆର୍ଦ୍ରତାକୁ ନିୟନ୍ତ୍ରଣ କରିବା ପାଇଁ ସେ ବିଶେଷ ଉପକରଣରେ ବିନିଯୋଗ କରିଥିଲେ ବୋଲି ଡିସିପି କହିଛନ୍ତି ।
ବରିଷ୍ଠ ପୋଲିସ ଅଧିକାରୀ ଏହା ମଧ୍ୟ କହିଛନ୍ତି ଯେ ସେ ଅନ୍ତର୍ଜାତୀୟ ୱେବସାଇଟରୁ ମଞ୍ଜି ଅର୍ଡର କରିଥିଲେ । ଏବଂ ଧରାନପଡ଼ିବା ପାଇଁ ସେ କ୍ରେତାମାନଙ୍କ ସହ ଏନକ୍ରିପ୍ଟ ହୋଇଥିବା ମେସେଜିଂ ପ୍ଲାଟଫର୍ମ ବ୍ୟବହାର କରୁଥିଲେ । ଏହି କାର୍ଯ୍ୟ ପାଇଁ ଅନୀଲ ଚୌଧୁରୀ ଡାର୍କ ୱେବ୍ ବ୍ୟବହାର କରୁଥିଲେ । ବରିଷ୍ଠ ପୋଲିସ୍ ଅଧିକାରୀ ଜଣକ କହିଛନ୍ତି ଯେ, ଏହି ସେଟ୍ଅପ୍ କାରିବା ପାଇଁ ପ୍ରତି ପ୍ଲାଣ୍ଟ ପାଇଁ ୫ ହଜାରରୁ ୭ ହଜାର ଟଙ୍କା ଖର୍ଚ୍ଚ ହୋଇଥାଏ । ତେବେ ଏହି ହାଇ କ୍ୱାଲିଟି ଗଞ୍ଜେଇ ୩୦ ଗ୍ରାମକୁ ୬୦ ହଜାର ଟଙ୍କାରେ ବିକ୍ରି ହୋଇଥାଏ ।
ଏହି ଚଢ଼ାଉ ସମୟରେ ପୋଲିସ୍ ଅନେକ ସାର, କୀଟନାଶକ, ପ୍ୟାକେଜିଂ ସାମଗ୍ରୀ ଏବଂ ଡିଜିଟାଲ ସ୍କେଲ୍ ଜବତ କରିଛି । ନାର୍କୋଟିକ୍ ଡ୍ରଗ୍ ଏବଂ ସାଇକୋଟ୍ରୋପିକ୍ ପଦାର୍ଥ (NDPS) ଅଧିନିୟମର ସମ୍ପୃକ୍ତ ବିଭାଗ ଅଧୀନରେ ଏକ ମାମଲା ଦାୟର କରାଯାଇଛି । ଅଭିଯୁକ୍ତର ଲିଙ୍କ୍ ଏବଂ ନେଟୱାର୍କ ଉପରେ ଅଧିକ ତଦନ୍ତ ଜାରି ରହିଥିବା ପୋଲିସ୍ ପକ୍ଷରୁ ସୂଚନା ମିଳିଛି ।