Advertisment

ଦୁଇଦିନ ପୂର୍ବର ରାଗ ରଖିଥିଲା ସାଙ୍ଗ; ପାଖକୁ ଡାକିଲା, ହସି ହସି ଗୁଳି ମାରିଦେଲା

ଏହି ହତ୍ୟାକାଣ୍ଡ ପରେ ଅଭିଯୁକ୍ତମାନେ ଫେରାର ଅଛନ୍ତି। ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୋଲିସ୍‌ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଛି ।

ଅଦ୍ୟତନ ହୋଇଛି
Murder Case

Murder Case

Advertisment

ସାଙ୍ଗକୁ ଗୁଳି କରି ହତ୍ୟା କଲା ସାଙ୍ଗ । ଏଭଳି ଏକ ସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳିଛି ଗ୍ରେଟର ନୋଏଡା ଠାରେ । ପାରସ୍ପାରିକ ବିବାଦ ହେତୁ ଜଣେ ବ୍ୟକ୍ତି ତା’ର ଚାରି ଜଣ ସାଙ୍ଗଙ୍କ ସହ ମିଶି ତାଙ୍କ ପୁରୁଣା ବନ୍ଧୁଙ୍କୁ ଗୁଳି କରି ହତ୍ୟା କରିଛି । ହତ୍ୟା ପୂର୍ବରୁ ଅଭିଯୁକ୍ତ ମୃତ ବ୍ୟକ୍ତିଙ୍କୁ ଫୋନ୍‌ କରି ତାଙ୍କୁ ଭେଟିବାକୁ କହିଥିଲେ । ଏହା ପରେ ଅଭିଯୁକ୍ତ ଓ ତାଙ୍କ ସାଙ୍ଗମାନେ ମିଶି ତାଙ୍କୁ ଗୁଳି କରି ହତ୍ୟା କରିଥିଲେ । ଏହି ଘଟଣା ପରେ ମୃତକଙ୍କ ପରିବାର ସଦସ୍ୟ ମୃତଦେହକୁ ରାସ୍ତାରେ ରଖି ରାସ୍ତା ଅବରୋଧ କରିଥିଲେ। ତେବେ ଏହି ହତ୍ୟାକାଣ୍ଡ ପରେ ଅଭିଯୁକ୍ତମାନେ ଫେରାର ଅଛନ୍ତି। ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୋଲିସ୍‌ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଛି ।

Advertisment

ସୂଚନାନୁସାରେ, ଗ୍ରେଟର ନୋଏଡାର କସନା ପୋଲିସ ଷ୍ଟେସନ ଅଞ୍ଚଳର ଲୁକସର ଗ୍ରାମରେ ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିଲା। ଏଠାରେ ବିନୟ ନାମକ ଜଣେ ଯୁବକ ଲୁକସର ଗାଁର ବାସିନ୍ଦା ଅଟନ୍ତି । ସେହି ଗ୍ରାମରେ ରହୁଥିବା ନିତିନଙ୍କ ସହ ତାଙ୍କ ବନ୍ଧୁତା ଥିଲା । ତେବେ ଦୁଇ ଦିନ ପୂର୍ବେ କିଛି ପ୍ରସଙ୍ଗକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା ।

ଏହି ବିବାଦ ଏତେ ବଢ଼ିଯାଇଥିଲା ଯେ ଶନିବାର ବିଳମ୍ବିତ ରାତିରେ ନୀତିନ ଫୋନ୍‌ କରି ବିନୟଙ୍କୁ ଘରୁ ବାହାରକୁ ଡାକିଥିଲେ, ଏହା ପରେ ନୀତିନ ତାଙ୍କ ଚାରି ସାଥୀଙ୍କ ସହ ତାଙ୍କ ପୁରୁଣା ବନ୍ଧୁ ବିନୟଙ୍କ ଉପରକୁ ଅତର୍କିତ ଗୁଳି ଚଳାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଏହି ଘଟଣା ପରେ ପରିବାର ସଦସ୍ୟ ଏବଂ ଗ୍ରାମବାସୀ ବିନୟଙ୍କୁ ଡାକ୍ତରଖାନା ନେଇଥିଲେ, ତେବେ ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ ।

Advertisment

ଏହି ମାମଲାରେ ଗ୍ରେଟର ନୋଏଡା ଏଡିସିପି ଅଶୋକ କୁମାର କହିଛନ୍ତି ଯେ, ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା । ପରିବାର ସଦସ୍ୟଙ୍କ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ ହୋଇଛି । ପୋଲିସ୍ ପକ୍ଷରୁ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଛି, ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ସେ କହିଛନ୍ତି ।

ଏହି ଘଟଣା ପରେ ସକାଳେ ମୃତକଙ୍କ ପରିବାର ସଦସ୍ୟ ମୃତଦେହକୁ କସନା ରୋଡରେ ରଖି ରାସ୍ତା ଅବରୋଧ କରିଥିଲେ। ଅଭିଯୁକ୍ତମାନଙ୍କୁ ଗିରଫ କରାନଯିବା ପର୍ଯ୍ୟନ୍ତ ସେମାନେ ଶବଦାହ କରିବେ ନାହିଁ ବୋଲି ପରିବାର ସଦସ୍ୟ କହିଛନ୍ତି । ତେବେ ବରିଷ୍ଠ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ପରିବାର ସଦସ୍ୟଙ୍କୁ ବୁଝାଶୁଝା କରିଛନ୍ତି ।

Advertisment
Murder
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ