Advertisment

ସାଇବର ଠକଙ୍କ ନୂଆ ଚାଲ୍‌ 'ଡିଜିଟାଲ୍‌ ଆରେଷ୍ଟ'; ସତର୍କ କରାଇଲା ଗୃହ ମନ୍ତ୍ରଣାଳୟ

ଏହି ପ୍ରକାରର ଠକେଇ ବିଷୟରେ ସଚେତନ ହେବା ଏବଂ ସଚେତନତା ପାଇଁ ପରାମର୍ଶ ଦିଆଯାଇଛି । ଯଦି କେହି ଏପରି କଲ୍ ପାଆନ୍ତି ତେବେ ତୁରନ୍ତ ଏନେଇ ସାଇବର କ୍ରାଇମ୍ ହେଲ୍ପଲାଇନ ନମ୍ବର 1930 କିମ୍ବା www.cybercrime.gov.inରେ ଅଭିଯୋଗ କରିବାକୁ ପରାମର୍ଶ ଦିଆଯାଇଛି।

ଅଦ୍ୟତନ ହୋଇଛି
Digital Arrest Scam Cyber Crime

Digital arrest

Advertisment

ବଢିଚାଲିଛି ସାଇବର୍‌ ଠକେଇ। ଦିନକୁ ଦିନ ନୂଆ ନୂଆ ତରିକାରେ ସାଇବର ଠକମାନେ ଲୁଟ୍‌ ଚଳାଇଛନ୍ତି। ଏବେ ସେମାନେ ପୋଲିସ, ସିବିଆଇ, ଇଡି ଭଳି ଅନ୍ୟ ତଦନ୍ତକାରୀ ସଂସ୍ଥାର ଉଚ୍ଚ ପଦସ୍ଥ ଅଧିକାରୀଙ୍କ ବେଶରେ ଧମକ ଦେଇ ଲୁଟୁଛନ୍ତି। ଏବେ ଏଭଳି ଧରଣର ଲୁଟ୍‌ ବେଶୀ ସଂଖ୍ୟାରେ ହେଉଛି। ଏଭଳି ଡିଜିଟାଲ୍‌ ଠକେଇକୁ ‘ଡିଜିଟାଲ୍‌ ଆରେଷ୍ଟ’ ବୋଲି କୁହାଯାଉଛି। ତେବେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏଭଳି ସାଇବର ଅପରାଧୀଙ୍କ ବିରୋଧରେ ସତର୍କ ସୂଚନା ଜାରି କରିଛି।

Advertisment

ମନ୍ତ୍ରଣାଳୟ କହିଛି ଯେ, କ୍ରାଇମ ରିପୋର୍ଟ ପୋର୍ଟାଲ (ଏନସିଆରପି)ରେ ଏନେଇ ଅନେକ ଅଭିଯୋଗ ଆସିଛି। ସାଇବର ଠକମାନେ ପୋଲିସ୍, ସିବିଆଇ, ଏନସିଆର୍‌ବି ଅଧିକାରୀର ପରିଚୟ ଦେଇ ଧମକ ଦେବା ସହ ବ୍ଲାକମେଲ କରୁଥିବା ଅଭିଯୋଗ ହୋଇଛି। ସାଇବର ଠକ ଟାର୍ଗେଟ୍‌ କରୁଥିବା ଲୋକକୁ ପ୍ରଥମେ ହ୍ବାଟସ୍‌ଆପ୍‌ କିମ୍ବା ମେଲ୍‌ରେ ମେସେଜ୍‌ କରୁଛି। ଏହାପରେ ନିଜକୁ ବିଭିନ୍ନ ତଦନ୍ତ ସଂସ୍ଥାର ଅଧିକାରୀ ବୋଲି ପରିଚୟ ଦେଇ ଫୋନ୍‌ କରୁଛି ଓ ଧମକ ଦେଉଛି।

ଅଧିକ ପଢ଼ନ୍ତୁ: ସାଇବର ଅପରାଧୀଙ୍କ ନୂଆ ପ୍ଲଟ ଟେଲିଗ୍ରାମ-ହ୍ୱାଟ୍ସଆପ କଲ୍; ଆଖିପିଛୁଳାକେ ଆକାଉଣ୍ଟ ଖାଲି

Advertisment

‘ତୁମ ନାଁରେ ଆସିଥିବା ପାର୍ସଲ୍‌ରେ ନିଶାସାମଗ୍ରୀ ଆସିଛି, ସେଥିପାଇଁ ତୁମକୁ ଆରେଷ୍ଟ କରାଗଲା।’ ଏମିତି ଧମକପୂର୍ଣ୍ଣ ମେସେଜ୍‌ରେ ସ୍ବାଭାବିକଭାବେ ଯେ କେହି ଭୟଭୀତ ହୋଇପଡ଼ୁଛନ୍ତି। ଏହାପରେ ଅନ୍ୟ ଜଣେ ପୋଲିସ ବେଶଧାରୀ ଭିଡିଓ କଲ କରି ଗିରଫଦାରୀରୁ ବର୍ତ୍ତିବା ପାଇଁ ବାଟ ବତାଉଛି। ଟାର୍ଗେଟ୍‌ ବ୍ୟକ୍ତି ବୁଝିଯିବା ପରେ ତାଙ୍କଠାରୁ ବ୍ୟାଙ୍କ ତଥ୍ୟ ହାତେଇ ନିଆଯାଉଛି।

କ’ଣ ଏହି 'ଡିଜିଲାଟ୍‌ ଆରେଷ୍ଟ' ଓ ଏଥିରେ କିପରି ଠକେଇ ହେଉଛି?

ମନ୍ତ୍ରଣାଳୟ କହିଛି, ଠକମାନେ ପ୍ରଥମେ ଫୋନ୍‌ କଲ୍‌ କରନ୍ତି। ପରେ ସେମାନେ ନିଶାସାମଗ୍ରୀ ପାର୍ସଲ କିମ୍ୱା ନକଲି ପାସପୋର୍ଟ ଥିବା କହି ଭୟଭୀତ କରାନ୍ତି। ଏହି ପାର୍ସଲ ସେ ପଠାଇଛନ୍ତି ଅଥବା ତାଙ୍କ ନାଁରେ ଆସିଛି ବୋଲି କହନ୍ତି। ଏହାଛଡା ତାଙ୍କ ପରିବାରର କୌଣସି ସଦସ୍ୟ ବା ବନ୍ଧୁ ଏହି ମାମଲାରେ ସଂପୃକ୍ତ ଥିବା ଜଣାପଡିବା ପରେ ପୋଲିସ ତାଙ୍କୁ ହେପାଜତରେ ରଖିଛି। ଏପରି ମିଛ କଥା କହି ଭୟଭୀତ କରାଇବା ଆରମ୍ଭ କରନ୍ତି।

Advertisment

ତାପରେ ମାମଲାର ସମାଧାନ ପାଇଁ ଟଙ୍କା ଦାବି କରନ୍ତି। ଅନ୍ୟ ପରିସ୍ଥିତିରେ, ସ୍କାଇପ୍ କିମ୍ବା ଅନ୍ୟ ଏକ ଭିଡିଓ କନଫରେନ୍ସିଂ ଆପରେ ଭିଡିଓ କଲ୍‌ କରିବାକୁ କହନ୍ତି। ଯାହାକି ଡିଜିଟାଲ୍‌ ଆରେଷ୍ଟ। ମନ୍ତ୍ରଣାଳୟ କହିଛି ଯେ ଏହି ଠକମାନେ ପୋଲିସ ଷ୍ଟେସନ ଏବଂ ସରକାରୀ କାର୍ଯ୍ୟାଳୟରେ ମଡେଲ ହୋଇଥିବା ଷ୍ଟୁଡିଓ ବ୍ୟବହାର କରନ୍ତି ଏବଂ ନିଜକୁ ସତ ଅଧିକାରୀ ଦେଖାଯିବା ପାଇଁ ସେହିଭଳି ୟୁନିଫର୍ମ ପିନ୍ଧନ୍ତି।

ଅଧିକ ପଢ଼ନ୍ତୁ: ସାବଧାନ ! ATM ଭିତରେ କାର୍ଡ ଲାଖି ଯାଉଛି କି ? ହୋଇପାରନ୍ତି ସାଇବର ଠକଙ୍କ ଶିକାର...

ତେବେ ଏଇ ଠକେଇର ମୁକାବିଲା ପାଇଁ ଗୃହ ମନ୍ତ୍ରଣାଳୟ ଅନ୍ୟ ମନ୍ତ୍ରଣାଳୟ ଏବଂ ସେମାନଙ୍କ ଏଜେନ୍ସି, ଆରବିଆଇ ଏବଂ ଅନ୍ୟାନ୍ୟ ସଂଗଠନ ସହ ଘନିଷ୍ଠ ଭାବରେ କାର୍ଯ୍ୟ କରୁଛି। ମାଇକ୍ରୋସଫ୍ଟର ସହଯୋଗରେ ଭାରତୀୟ ସାଇବର କ୍ରାଇମ ସମନ୍ୱୟ କେନ୍ଦ୍ର (I4C) ନିକଟରେ ଏଭଳି କାର୍ଯ୍ୟକଳାପରେ ଜଡିତ ୧୦୦୦ରୁ ଅଧିକ ସ୍କାଇପ୍ ଆଇଡି ବ୍ଲକ୍ କରିଛି। ଏହିପରି ଠକମାନଙ୍କ ଦ୍ୱାରା ବ୍ୟବହୃତ ସିମ୍ କାର୍ଡ, ମୋବାଇଲ୍ ଡିଭାଇସ୍ ଏବଂ ମ୍ୟୁଲ୍ ଆକାଉଣ୍ଟକୁ ବ୍ଲକ୍ କରିବା ପାଇଁ ସାହାଯ୍ୟ କରୁଛି । I4C ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ୍ ଇନଷ୍ଟାଗ୍ରାମ ଓ X ଆଦିରେ 'ସାଇବର ଦୋସ୍ତ'ରେ ଇନଫୋଗ୍ରାଫିକ୍ ଏବଂ ଭିଡିଓ ମାଧ୍ୟମରେ ବିଭିନ୍ନ ଆଲର୍ଟ ଜାରି କରିଛି ।

'ଡିଜିଲାଟ୍‌ ଆରେଷ୍ଟ'ରୁ କିପରି ବର୍ତ୍ତିବେ ?

ଏହି ପ୍ରକାରର ଠକେଇ ବିଷୟରେ ସଚେତନ ହେବା ଏବଂ ସଚେତନତା ପାଇଁ ପରାମର୍ଶ ଦିଆଯାଇଛି । ଯଦି କେହି ଏପରି କଲ୍ ପାଆନ୍ତି ତେବେ ତୁରନ୍ତ ଏନେଇ ସାଇବର କ୍ରାଇମ୍ ହେଲ୍ପଲାଇନ ନମ୍ବର 1930 କିମ୍ବା www.cybercrime.gov.inରେ ଅଭିଯୋଗ କରିବାକୁ ପରାମର୍ଶ ଦିଆଯାଇଛି।

Cyber Crime
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ