Advertisment

ଓଡ଼ିଶାକୁ ବ୍ୟବସାୟ ପାଇଁ ଆସି ଲୁଟ୍‌ର ଶିକାର ହେଲେ ଆନ୍ଧ୍ର ବ୍ୟବସାୟୀ

ବନ୍ଧୁକ ଦେଖାଇ ଲୁଟି ନେଲେ ୫୦ ଲକ୍ଷ ଟଙ୍କାର ସୁନା । ରାୟଗଡ଼ା ଶେଷଖାଲ ଥାନା ଅଞ୍ଚଳରୁ ସାମ୍ନାକୁ ଆସିଛି ଏହି ଘଟଣା ।

LOOT

LOOT

Advertisment

ବନ୍ଧୁକ ଦେଖାଇ ଲୁଟି ନେଲେ ୫୦ ଲକ୍ଷ ଟଙ୍କାର ସୁନା । ରାୟଗଡ଼ା ଶେଷଖାଲ ଥାନା ଅଞ୍ଚଳରୁ ସାମ୍ନାକୁ ଆସିଛି ଏହି ଘଟଣା । ଓଡ଼ିଶା ଆନ୍ଧ୍ରପ୍ରଦେଶ ସୀମାରେ ଆନ୍ଧ୍ରପ୍ରଦେଶ ବ୍ୟବସାୟୀଙ୍କଠାରୁ ଏହି ଲୁଟ୍ ହୋଇଥିବା ଜଣାପଡିଛି ।

Advertisment

ସୂଚନା ଅନୁସାରେ, ଗତକାଲି ସୀମାବର୍ତ୍ତୀ ଜମାଦେଈପେଣ୍ଠ ନିକଟରେ ବ୍ୟସାୟୀ ଜଣକ ରାୟଗଡ଼ାରୁ ଘରକୁ ଫେରିବା ବେଳେ ତାଙ୍କୁ କିଛି ଦୃର୍ବୁତ୍ତ ଘେରି ଯାଇଥିଲେ । ଯାହା ପରେ ଲୁଟେରା ମାନେ ବନ୍ଧୁକ ଦେଖାଇ ଧମକଚମକ ଦେବା ସହ ୯୦୦ ଗ୍ରାମରୁ ଅଧିକ ସୁନା ଓ କ୍ୟାସ୍ ୯ ଲକ୍ଷ ଟଙ୍କା ଲୁଟ୍ ନେଇଛନ୍ତି । ଘଟଣାକୁ ନେଇ ସେ ଥାନାରେ ଫେରାଦ୍‌ ହୋଇଛନ୍ତି ।

ଲୁଟ୍‌ର ଶିକାର ହୋଇଥିବା ବ୍ୟବସାୟୀଙ୍କ ଘର ଆନ୍ଧ୍ରର ପାର୍ବତୀପୁରମ୍‌ରେ ହୋଇଥିବାବେଳେ ସେ ଓଡ଼ିଶାକୁ ବ୍ୟବସାୟ କରିବାକୁ ଆସିଥିଲେ । ସେହି ସମୟରେ ଏହି ଲୁଟ୍ ହୋଇଛି ।

Advertisment
loot(ସିସିଟିଭି ଯାଞ୍ଚ ସମୟର ଦୃଶ୍ୟ)

ରାୟଗଡ଼ା ଏସଡିପିଓ ଦିବ୍ୟଜ୍ୟୋତି ଦାସଙ୍କ ନେତୃତ୍ୱରେ ଏକ ଟିମ ଘଟଣା ସ୍ଥଳରେ ପହଞ୍ଚି ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ସହ ତଦନ୍ତ ଆରମ୍ଭ କରିଛି ।

Odisha Loot
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ