Advertisment

କେଉଁଥିରେ ହୋଇଛି ଗୋବିନ୍ଦର ମୃତ୍ୟୁ: ରଶି ନା ଗାମୁଛା ?

ସେଦିନ ହସପିଟାଲରେ ଗୋବିନ୍ଦଙ୍କୁ ମୃତ ଘୋଷଣା କରିଥିବା ଡାକ୍ତର ବି ମାନିଛନ୍ତି ତଣ୍ଟିରେ ଗାଢ ଦାଗ ଥିଲା।

Gobinda Sahu Death Mystery

Gobinda Sahu Death Mystery

Advertisment

ରଶି ନା ଗାମୁଛା ? କେଉଁଥିରେ ହୋଇଛି ଗୋବିନ୍ଦ ସାହୁର ମୃତ୍ୟୁ ? ଜେଲ୍ ଭିତରେ କ୍ରାଇମବ୍ରାଞ୍ଚ ଟିମ୍‌ର ୪ ଦିନ କାଳ ଖୋଳତାଡ଼ ପରେ ଏବେ ସାମ୍ନାକୁ ଆସିଛି ଗୋବିନ୍ଦ ମୃତଦେହ ପଞ୍ଚନାମା ବେଳର ଫଟୋ ଚିତ୍ର। ଯେଉଁଥିରୁ ଗୋବିନ୍ଦ ଗଳାରେ ଏକ ପତଳା, ଗାଢ଼ କଳାଦାଗ ସ୍ପଷ୍ଟ ଦିଶୁଛି ଯାହାକି ଏକ ରଶିର ଦାଗ ବୋଲି ଜଣା ପଡୁଛି। ଏବେ ଦେଖନ୍ତୁ ଜେଲ ଭିତରର ସୁଇସାଇଡ ସ୍ପଟର ଏ ଫଟୋକୁ  ଝରକାରେ ଦୁଇଟି ଗାମୁଛା ଲାଗିଛି। ତଳେ କାଠଗଣ୍ଡି ରଖାହୋଇଛି।

Advertisment

ମିଳିଥିବା ସୂଚନା ଅନୁଯାୟୀ, ଝରକାର ଉଚ୍ଚତା ପାଂଚ ଫୁଟ ଆଠ ଇଂଚ। କାଠ ଗଣ୍ଡିର ଉଚ୍ଚତା, ଅଢେଇ ଫୁଟ। ଓଜନ ୩୨ କେଜି। ରୋଷେଇ ଘରୁ ଏତେ ବଡ଼ କାଠଗଣ୍ଡି ଆଣି ତା ଉପରେ ଛିଡା ହୋଇ ଗୋବିନ୍ଦ ଆତ୍ମହତ୍ୟା କରିଥିବା ନେଇ ଜେଲ୍ କର୍ତ୍ତୃପକ୍ଷଙ୍କ ସୂଚନା ଆଧାରରରେ କାଲି ସିନ୍ ରିକ୍ରିଏସନ କରିଛି କ୍ରାଇମବ୍ରାଞ୍ଚ। ହେଲେ ଗୋବିନ୍ଦ ଗଳାରେ ଥିବା ପତଳା ଗାଢ କଳା ଦାଗ କିନ୍ତୁ ଭିନ୍ନ କଥା ବୟାନ କରୁଛି। ଏପରିକି ପାରିପାର୍ଶ୍ୱିକ ପରିସ୍ଥିତିରୁ ଏହା ହତ୍ୟା ହୋଇଥାଇ ପାରେ ବୋଲି ବି ସନ୍ଦେହ କରିଛନ୍ତି ବରିଷ୍ଠ ଓକିଲ।

ଅପରପକ୍ଷେ, ସେଦିନ ହସପିଟାଲରେ ଗୋବିନ୍ଦଙ୍କୁ ମୃତ ଘୋଷଣା କରିଥିବା ଡାକ୍ତର ବି ମାନିଛନ୍ତି ତଣ୍ଟିରେ ଗାଢ ଦାଗ ଥିଲା। ଏତ ଗଲା ପଞ୍ଚନାମା ବେଳର ଫଟୋ। ଗୋବିନ୍ଦଙ୍କ ଓକିଲ ଓଟିଭିକୁ ଦେଇଥିବା ତଥ୍ୟ ବି ଚକିତ କଲା ଭଳି। ଗୋବିନ୍ଦଙ୍କ ଓକିଲ ଦୁର୍ଗାମୋହନ ପାଢ଼ୀଙ୍କ କହିବା ଅନୁଯାୟୀ, ଜେଲ୍‌ରୁ ହସ୍ପିଟାଲ ଯିବା ବେଳକୁ ଗୋବିନ୍ଦ ଜୀବିତ ଥିଲା। ଘଟଣା ଦିନ ଗୋବିନ୍ଦର କୋର୍ଟ ହାଜିରା ଥିବାରୁ ଦୁର୍ଗାମୋହନ ଏଡିଜେ କୋର୍ଟରେ ଥିଲେ କିନ୍ତୁ ଜେଲ୍‌ରେ ହୋଇଥିବା ଦୁର୍ଘଟଣାର ଖବର ପାଇ ପହଞ୍ଚିଲା ବେଳକୁ ଗୋବିନ୍ଦ ଗୁରୁତର ଥିଲା। ତାର ନିଃଶ୍ୱାସ, ପ୍ରଶ୍ୱାସ ଚାଲିଥିଲା ବୋଲି କହିଛନ୍ତି ଦୁର୍ଗାମୋହନ।

Advertisment

ଏପଟେ କଣ୍ଟାବାଞ୍ଜି ଜେଲ୍ ସାମ୍ନାର ସିସିଟିଭି କାମ ପାଇଁ ଗଲାକାଲି ଜେଲ୍‌ରେ ପହଞ୍ଚିଥିଲେ ବଲାଙ୍ଗିରର ଏକ ସିସିଟିଭି ସଂସ୍ଥାର କର୍ମଚାରୀ। କିଛି ସ୍ଥାନରେ ନୂଆ ସିସିଟିଭି ବି ଲାଗିଥିଲା। ତେବେ ବଡ଼ କଥା ହେଉଛି ଗୋବିନ୍ଦ ମୃତ୍ୟୁ ଘଟଣାର ୧୫ ଦିନ ଆଗରୁ କୁଆଡ଼େ ଜେଲ୍ ଭିତରେ ଲାଗିଥିବା ୧୬ଟି ସିସିଟିଭି ଭିତରୁ ଅଧିକାଂଶ ଚାଲୁନଥିଲା। ଯଦି ଏହା ସତ ତାହାଲେ, ଏହା ବି ସନ୍ଦେହକୁ ବହୁଗୁଣ କରୁଛି। ତେବେ ସିସିଟିଭି ସଂର୍ପକରେ କିନ୍ତୁ କୌଣସି ସୂଚନା ଦେବାକୁ ମନା କରିଦେଇଛନ୍ତି ସିସିଟିଭି ସଂସ୍ଥାର ପରିଚାଳକ। ସେପଟେ ଏଭଳି ସନ୍ଦେହର ପାହାଡ଼ ଉପରେ ଆଜି ବି ଖୋଲତାଡ ଜାରି ରଖିଛି କ୍ରାଇମବ୍ରାଞ୍ଚ। ମୃତ ଗୋବିନ୍ଦର ନିଜ ଗାଁ ମହାଲିଙ୍ଗ ଯାଇ, କଲେଜରୁ ଏକ ପୁରୁଣା ରେଜିଷ୍ଟ୍ରର ଜବତ କରିବା ସହିତ ଗୋବିନ୍ଦଙ୍କ ଘରେ ପହଞ୍ଚି ତଦନ୍ତ କରିଛି କ୍ରାଇମବ୍ରାଚଂର ଦୁଇ ଜଣିଆ ଟିମ୍।

Mamita Meher Murder Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ