Advertisment

Girls stripped for period check: ସ୍କୁଲରେ ଲଜ୍ଜା: ୧୦ ଛାତ୍ରୀଙ୍କ ପୋଷାକ ଖୋଲିଲେ...

୧୦ ଜଣ ଛାତ୍ରୀଙ୍କ ପ୍ରତି ସ୍କୁଲରେ ଦୁର୍ବବ୍ୟବହାର । ପିରିୟଡ୍ସ ହୋଇଛି କି ନାହିଁ? ପଚାରିଲେ । ପୋଷାକ କାଢି ଚେକ୍ କଲେ ଶିକ୍ଷୟିତ୍ରୀ । ଛାତ୍ରୀମାନେ କାନ୍ଦି କାନ୍ଦି ଘରକୁ ଯିବା ପରେ ଆଇନର ଦ୍ୱାରସ୍ଥ ହେଲେ ଅଭିଭାବକ । ଆଉ ତା' ପରେ କ'ଣ ହେଲା, ଜାଣନ୍ତୁ ।

ଅଦ୍ୟତନ ହୋଇଛି
Girls stripped

Girls stripped

Advertisment

୧୦ ଜଣ ଛାତ୍ରୀଙ୍କ ପୋଷାକ କାଢିଦେଲେ ପ୍ରିନ୍ସିପାଲ ଓ ଆଟେଣ୍ଡାଣ୍ଟ । ଶୌଚାଳୟରେ ରକ୍ତ ପଡ଼ିଥିବାର ଦେଖି ଛାତ୍ରୀଙ୍କୁ ଏପରି ବ୍ୟବହାର କରିଥିଲେ । କାହାର ଋତୁସ୍ରାବ ହୋଇଛି ଚେକ୍‌ କରିବାକୁ ସେମାନେ ଏପରି କରିଥିବା ଜଣାପଡ଼ିଛି । ଯାହାକୁ ନେଇ ପୋକ୍ସୋ ଆକ୍ଟରେ ରୁଜୁ ହୋଇଛି ମାମଲା । ମହାରାଷ୍ଟ୍ର ଥାନେରେ ଏପରି ଲଜ୍ଜାଜନକ ଘଟଣା ଘଟିଛି । ଯାହାକୁ ଅଭିଭାବକମାନେ ପ୍ରବଳ ବିରୋଧ କରିଛନ୍ତି । ସମସ୍ତ ଛାତ୍ରୀ ପଞ୍ଚମ ଶ୍ରେଣୀରେ ପାଠ ପଢୁଥିବା ଜଣାପଡ଼ିଛି । 

Advertisment

ଥାନେ ଗ୍ରାମୀଣ ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଅଭିଭାବକଙ୍କ ଅଭିଯୋଗକ୍ରମେ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି । ଆଜି ଅଭିଯୁକ୍ତମାନଙ୍କୁ କୋର୍ଟରେ ହାଜର କରାଯିବ । ସେମାନଙ୍କ ବିରୋଧରେ ପୋକ୍ସୋ ଆକ୍ଟରେ ମାମଲା ରୁଜୁ ହୋଇଛି । 

ମିଳିଥିବା ସୂଚନା ଅନୁସାରେ, ମଙ୍ଗଳବାର ସ୍କୁଲ କର୍ମଚାରୀମାନେ ବାଥରୁମ୍‌ରେ ରକ୍ତ ପଡିଥିବାର ଦେଖିଥିଲେ । ଏକଥା ସେମାନେ ଶିକ୍ଷୟିତ୍ରୀ ଓ ପ୍ରିନ୍ସିପାଲଙ୍କୁ ଜଣାଇଥିଲେ । କିଏ ଏପରି କରିଛି ଜାଣିବାକୁ ସମସ୍ତ ଛାତ୍ରୀଙ୍କୁ କନଭେସନ ହଲ୍‌କୁ ଡକାଯାଇଥିଲା । ଆଉ ପ୍ରୋଜେକ୍ଟରରେ ସେମାନଙ୍କୁ ସେହି ରକ୍ତର ଭିଜୁଆଲ ଦେଖାଯାଇଥିଲା । ଏହାପରେ ଛାତ୍ରୀଙ୍କୁ ପଚରାଗଲା ଯେ କାହା କାହାର ମାସିକ ଧର୍ମ ହୋଇଛି? ଯେଉଁମାନେ ହାତ ଉପରକୁ କରିଥିଲେ ସେମାନଙ୍କୁ ଅଧିକ ପଚରାଉଚରା କରି କାଗଜପତ୍ରରେ ଲେଖାଲେଖି କଲେ । ଆଉ ଅନ୍ୟ ଛାତ୍ରୀଙ୍କୁ ବାଥରୁମ୍‌କୁ ନେଇ କର୍ମଚାରୀମାନେ ପୋଷାକ ଖୋଲି ଚେକ୍‌ କରିଥିଲେ । 

Advertisment

ଏହାପରେ ପିଲାମାନେ କାନ୍ଦି କାନ୍ଦି ଘରକୁ ଯାଇଥିଲେ । ବୁଧବାର ଏନେଇ ଆଇନର ଆଶ୍ରୟ ନେଲେ ଛାତ୍ରୀମାନଙ୍କ ଅଭିଭାବକ । ଶାରିରୀକ ଓ ମାନସିକ ଉତ୍ପୀଡନ ଅଭିଯୋଗରେ ସମ୍ପୃକ୍ତ ଶିକ୍ଷୟିତ୍ରୀ ଓ ଆଟେଣ୍ଡାଣ୍ଟମାନଙ୍କୁ ଗିରଫ କରାଯାଇଛି । 

ଅଧିକ ପଢନ୍ତୁ: ଗୋପାଳପୁର ଲଜ୍ଜା:ସାମ୍ନାକୁ ଆସିଲା ୧୭ ବର୍ଷ ତଳର ସମାନ ଘଟଣା, ବାନ୍ଧବୀ ସାମ୍ନାରେ ପୁରୁଷ ବନ୍ଧୁଙ୍କୁ କରିଥିଲେ ହତ୍ୟା

Advertisment
POCSO Act Maharastra Menstruation Check
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ