Advertisment

Girl Student Raped: ଛାତ୍ରୀଙ୍କୁ ହଷ୍ଟେଲରେ ନିଶା ଦେଇ ଦୁଷ୍କର୍ମ, ଧମକ ଦେଇଥିଲା ଅଭିଯୁକ୍ତ ‘କହିଲେ ମାରିଦେବି’

ସେଠାରେ ତାଙ୍କୁ ପିଜା ଓ ନିଶାଦ୍ରବ୍ୟ ମିଶ୍ରିତ ପାନୀୟ ଦିଆଯାଇଥିଲା । ଏହା ପରେ ସେ ଅଚେତ ହୋଇପଡ଼ିଥିଲେ। ଅଚେତ ଅବସ୍ଥାରେ ତାଙ୍କୁ ଦୁଷ୍କର୍ମ କରାଯାଇଥିବା ସେ ଅଭିଯୋଗ କରିଛନ୍ତି । ତାଙ୍କୁ ଦୁଷ୍କର୍ମ ହୋଇଥିବା ଚେତା ଫେରିବା ପରେ ସେ ଜାଣିବାକୁ ପାଇଥିଲେ । ଏହାର ପ୍ରତିବାଦ କରିବାରୁ ପୀଡିତାଙ୍କୁ ଅଭିଯୁକ୍ତ ଧମକ ଦେଇଥିଲା ।

Rape

Rape

Advertisment

କୋଲକାତାରେ ପୁଣି ଲଜ୍ଜା । ଜଣେ ଛାତ୍ରୀଙ୍କୁ ଦୁଷ୍କର୍ମ କରାଯାଇଛି । ତାହା ପୁଣି କୌଣସି ସାଧାରଣ ଶିକ୍ଷା ପ୍ରତିଷ୍ଠାନରେ ନୁହେଁ । ସମ୍ମାନଜନକ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ କାଲକାଟା (IIM-Calcutta) ରେ ଘଟିଛି ଏହି ଘଟଣା । ଆଇଆଇଏମର ଜୋକା କ୍ୟାମ୍ପସରେ ଜଣେ ଛାତ୍ରୀଙ୍କୁ ଜଣେ ଛାତ୍ର ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି ।

Advertisment

ଥାନାରେ ଏ ସଂପର୍କରେ ପୀଡିତା ଅଭିଯୋଗ କରିଛନ୍ତି । ଜୁଲାଇ ୧୧ ତାରିଖ ଶୁକ୍ରବାର ଦିନ IIM-Calcuttaର ଜୋକା କ୍ୟାମ୍ପସ ସ୍ଥିତ ବଏଜ୍ ହଷ୍ଟେଲରେ ଏହି ଘଟଣା ଘଟିଥିବା ଏତଲାରେ ଦର୍ଶାଯାଇଛି । ଅଭିଯୁକ୍ତ ଜଣେ ଦ୍ୱିତୀୟ ବର୍ଷର ମ୍ୟାନେଜମେଣ୍ଟ ଛାତ୍ର । ତା’ର ନାଁ ପରମାନନ୍ଦ ଜୈନ ।

ପୀଡ଼ିତା ଏତଲାରେ ଦର୍ଶାଇଛନ୍ତି ଯେ ତାଙ୍କୁ କାଉନସେଲିଂ ସେସନ ପାଇଁ ହଷ୍ଟେଲକୁ ଡକାଯାଇଥିଲା। ସେଠାରେ ତାଙ୍କୁ ପିଜା ଓ ନିଶାଦ୍ରବ୍ୟ ମିଶ୍ରିତ ପାନୀୟ ଦିଆଯାଇଥିଲା । ଏହା ପରେ ସେ ଅଚେତ ହୋଇପଡ଼ିଥିଲେ। ଅଚେତ ଅବସ୍ଥାରେ ତାଙ୍କୁ ଦୁଷ୍କର୍ମ କରାଯାଇଥିବା ସେ ଅଭିଯୋଗ କରିଛନ୍ତି । ତାଙ୍କୁ ଦୁଷ୍କର୍ମ ହୋଇଥିବା ଚେତା ଫେରିବା ପରେ ସେ ଜାଣିବାକୁ ପାଇଥିଲେ । ଏହାର ପ୍ରତିବାଦ କରିବାରୁ ପୀଡିତାଙ୍କୁ ଅଭିଯୁକ୍ତ ଧମକ ଦେଇଥିଲା । ଏ ସଂପର୍କରେ ବାହାରେ ପ୍ରକାଶ କଲେ, ମାରିଦେବି ବୋଲି କହିଥିଲା ।

Advertisment

ପୀଡ଼ିତା ଶୁକ୍ରବାର ରାତିରେ ହରିଦେବପୁର ଥାନାରେ ଏକ ଏତଲା ଦାଖଲ କରିଥିଲେ। ପୀଡ଼ିତା ପ୍ରଥମେ ଥାକୁରପୁକୁର ଥାନାକୁ ଯାଇଥିଲେ, କିନ୍ତୁ କ୍ୟାମ୍ପସ ହରିଦେବପୁର ଥାନା ଅଧୀନରେ ଥିବାରୁ ସେଠାକୁ ଯାଇ ଏତଲା ଦେଇଥିଲେ । କୋଲକାତା ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ଭାରତୀୟ ନ୍ୟାୟ ସଂହିତା (BNS) ଧାରା ୬୪ (ଦୁଷ୍କର୍ମ) ଓ ୧୨୩ (ନିଶାଦ୍ରବ୍ୟ ଦେଇ ଅପରାଧ କରିବା) ଅନୁଯାୟୀ ମାମଲା ରୁଜୁ କରିଛି।

ପୋଲିସ ସିସିଟିଭି ଫୁଟେଜ ଯାଞ୍ଚ କରୁଛି । ହଷ୍ଟେଲର ସୁରକ୍ଷାକର୍ମୀଙ୍କୁ ଜେରା କରୁଛି ଏବଂ ଫରେନସିକ୍ ପ୍ରମାଣ ସଂଗ୍ରହ କରୁଛି।

Advertisment

ଏହି ଘଟଣା କୋଲକାତାରେ ଶିକ୍ଷାନୁଷ୍ଠାନଗୁଡ଼ିକରେ ମହିଳାଙ୍କ ସୁରକ୍ଷା ସମ୍ପର୍କରେ ପ୍ରଶ୍ନ ଉଠାଇଛି । ଦକ୍ଷିଣ କୋଲକାତା ଲ’ କଲେଜରେ ଗତ ଜୁନ ୨୫ରେ ମଧ୍ୟ ଏକ ଗଣଦୁଷ୍କର୍ମ ଘଟଣା ଘଟିଛି ।

IIM-Calcutta ପ୍ରଶାସନ ଏପର୍ଯ୍ୟନ୍ତ ଏହି ଘଟଣା ସମ୍ପର୍କରେ କୌଣସି ଆନୁଷ୍ଠାନିକ ବିବୃତି ଜାରି କରିନାହିଁ।

ଏହି ଘଟଣା କୋଲକାତାର ଶିକ୍ଷାନୁଷ୍ଠାନଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି । ଦକ୍ଷିଣ କୋଲକାତା ଲ’ କଲେଜ ଘଟଣା ପରେ ପୋଲିସ ଶିକ୍ଷାନୁଷ୍ଠାନଗୁଡ଼ିକ ପାଇଁ ସ୍ପେଶାଲ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜର (SOP) ଜାରି କରିଥିଲେ। କିନ୍ତି ତାହା ଏହି କ୍ଷେତ୍ରରେ ପାଳନ କରାଯାଇନାହିଁ ।

୨୦୨୪ ଅଗଷ୍ଟ ୯ରେ କୋଲକାତାର ଆରଜି କର ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଜଣେ ୩୧ ବର୍ଷୀୟା ମହିଳା ପୋଷ୍ଟଗ୍ରାଜୁଏଟ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା । ଏହି ଘଟଣା ସାରା ଦେଶରେ ଚହଳ ସୃଷ୍ଟି କରିଥିଲା ।

ମେଡ଼ିକାଲ କଲେଜ ଓ ହସ୍ପିଟାଲର ସେମିନାର ହଲରେ ଏହି ଘଟଣା ଘଟିଥିଲା। ପୀଡ଼ିତା ୩୬ ଘଣ୍ଟାର ଡ୍ୟୁଟି ପରେ ସେମିନାର ହଲରେ ବିଶ୍ରାମ ନେଉଥିଲେ। ଅଭିଯୁକ୍ତ ସଞ୍ଜୟ ରାୟ ନିଶାସକ୍ତ ଅବସ୍ଥାରେ ହସ୍ପିଟାଲରେ ପହଞ୍ଚି ଏକାକୀ ଥିବା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା କରିଥିଲା । ଏହି ମାମଲାରେ ତାକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି ।

ଅଧିକ ପଢ଼ନ୍ତୁ: ହତ୍ୟାର ୩ ଦିନ ପୂର୍ବରୁ ଧମକ ଦେଇଥିଲେ ରାଧିକାଙ୍କ ବାପା

Rape Case Rape Kolkata
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ