Advertisment

ରାତି ଅଧରେ ହଷ୍ଟେଲ ଛାତରୁ ଖସି ପଡ଼ିଲେ ଡାକ୍ତରୀ ଛାତ୍ରୀ

ବୁର୍ଲା ଭୀମସାରର ଛାତ୍ରୀ ନିବାସ ଛାତରୁ ଖସି ପଡ଼ିଛନ୍ତି। ରୁମ୍‌ ମେଟ୍‌ ଘରକୁ ଯାଇଥିବା ବେଳେ ସେ ଏକାକି ରହୁଥିଲେ। ତେବେ ଛାତ୍ରୀ ଜଣକ ଛାତରୁ ତଳକୁ କେମିତି ଖସି ପଡ଼ିଲେ ତାହା ସ୍ପଷ୍ଟ ହୋଇନାହିଁ।

Girl Student Injured After Falling Off From Hostel Terrace

Girl Student Injured After Falling Off From Hostel Terrace

Advertisment

ସମ୍ବଲପୁର ବୁର୍ଲା ଭୀମସାରର ଛାତ୍ରୀ ନିବାସ ଛାତରୁ ଖସିପଡ଼ି ଜଣେ MBBS ଛାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଆହତ ଛାତ୍ରୀ ପ୍ରଥମ ବର୍ଷର ଛାତ୍ରୀ ଫିରଦୋଷ ଫାତିମା। ତାଙ୍କ ଘର ବିଶାଖାପାଟଣାରେ। ସେ ସାବିତ୍ରୀ ଛାତ୍ରୀ ନିବାସରେ ରହୁଛନ୍ତି। ତେବେ ଛାତ୍ରୀ ଜଣକ ଛାତରୁ ତଳକୁ କେମିତି ଖସି ପଡ଼ିଲେ ତାହା ସ୍ପଷ୍ଟ ହୋଇନାହିଁ।  

Advertisment

ସୂଚନା ଅନୁସାରେ, ଫାତିମାଙ୍କ ରୁମ୍‌ ମେଟ୍‌ ଘରକୁ ଯାଇଥିବା ବେଳେ ସେ ଏକାକି ରହୁଥିଲେ। ଗତକାଲି ରାତି ପ୍ରାୟ ୧ଟା ବେଳେ ଜୋରରେ ଶବ୍ଦ ଶୁଣି ହଷ୍ଟେଲର ଅନ୍ୟ ଛାତ୍ରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହି ସମୟରେ ଫାତିମା ତଳେ ପଡ଼ି ଚିତ୍କାର କରୁଥିଲେ ବୋଲି ସହପାଠୀ କହିଛନ୍ତି। ତୁରନ୍ତ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ବୁର୍ଲା ପୋଲିସ ହସ୍ପିଟାଲ ଯାଇ ଛାତ୍ରୀଙ୍କୁ ଘଟଣା ସମ୍ପର୍କରେ ପଚରାଉଚରା କରିଛି। 

ଘଟଣା ସମ୍ପର୍କରେ ଛାତ୍ରୀଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଛି। ଅଘଟଣ ପଛରେ କାରଣ କ'ଣ ତାହା ଜଣାପଡ଼ି ନାହିଁ। ଘଟଣା ପଛରେ ପରୀକ୍ଷାର ଚାପ ନା ବ୍ୟକ୍ତିଗତ ସମସ୍ୟା ନା ଆଉ କିଛି କାରଣ ଥାଇପାରେ ତାହା ସ୍ପଷ୍ଟ ଭାବେ ଜଣାପଡ଼ି ନାହିଁ। 

Advertisment
Burla VIMSAR Girl Student Injured
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ