ଲଜ୍‌ରୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ଘଟଣାସ୍ଥଳରୁ ପୁରୁଷ ବନ୍ଧୁ ଫେରାର...

ବ୍ରହ୍ମପୁରର ଏକ ଲଜ୍‌ରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବତୀଙ୍କ ଘର କେରଳ ରାଜ୍ୟର ବୋଲି ଜଣାପଡ଼ିଛି ।

ଯୁବତୀଙ୍କ ମୃତଦେହ ଉଦ୍ଧାର

ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର ଏକ ଲଜ୍‌ରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବତୀଙ୍କ ଘର କେରଳ ରାଜ୍ୟର ବୋଲି ଜଣାପଡ଼ିଛି । ଯୁବତୀ ଜଣକ କେରଳରୁ ନିଜ ପୁରୁଷ ବନ୍ଧୁଙ୍କ ସହ ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅଞ୍ଚଳର ଏକ ଲଜ୍‌ରେ ରହୁଥିଲେ ।

ଗତକାଲି ସନ୍ଧ୍ୟାରେ ଲଜ୍ କର୍ମଚାରୀ ସଫେଇ କରିବାକୁ ଯାଇଥିବା ବେଳେ କବାଟ ବାଡେଇବା ପରେ ମଧ୍ୟ କେହି ଶୁଣିନଥିଲେ । ଏନେଇ ଲଜ୍ ପକ୍ଷରୁ ବୈଦ୍ୟନାଥପୁର ଥାନାକୁ ଖବର ଦିଆଯାଇଥିଲା ।

ଥାନା ଅଧିକାରୀ ଲଜ୍ ଯାଇ ଉକ୍ତ ରୁମ୍‌ର କବାଟ ଖୋଲି ଭିତରକୁ ପଶିବା ପରେ ସମ୍ପୃକ୍ତ ମହିଳାଙ୍କ ମୃତଦେହ ବେଡ୍ ଉପରେ ପଡିଥିବା ଦେଖିଥିଲେ । ମୃତ ଯୁବତୀଙ୍କ ପୁରୁଷ ବନ୍ଧୁ ଫେରାର ହୋଇଯାଇଛନ୍ତି । ପୋଲିସ ବିଭିନ୍ନ ଦିଗରୁ ତଦନ୍ତ କରୁଛି । ସନ୍ଧାନି କୁକୁର ଓ ଟିମ୍ ଆସି ତଦନ୍ତ କରିବା ପରେ ପୋଷ୍ଟମର୍ଟମ ପାଇଁ ପଠାଯିବ।