Advertisment

କୂଅରୁ ମିଳିଲା ‘ମୋ ବସ୍‌’ କଣ୍ଡକ୍ଟରଙ୍କ ମୃତଦେହ

ଭୁବନେଶ୍ୱରରେ ଜଣେ ବ୍ୟକ୍ତିଙ୍କ ଘରେ ଥିବା କୂଅ ଭିତରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ଭୁଲ୍‌ରେ ସେ କୂଅରେ ପଡ଼ିଗଲେ ନା ତାଙ୍କୁ ହତ୍ୟା କରାଯାଇ କୂଅରେ ଫିଙ୍ଗା ଯାଇଛି ତାହା ଜଣାପଡ଼ି ନାହିଁ।

ଅଦ୍ୟତନ ହୋଇଛି
Mo Bus conductor body found in well

Mo Bus conductor body found in well

Advertisment

କୂଅ ଭିତରୁ ମିଳିଲା ଯୁବତୀଙ୍କ ମୃତଦେହ। ରାଜଧାନୀ ଭୁବନେଶ୍ୱର ଶ୍ରୀରାମନଗରରେ ଜଣେ ବ୍ୟକ୍ତିଙ୍କ ଘରେ ଥିବା କୂଅ ଭିତରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବତୀ ହେଲେ କ୍ରିଷ୍ଣା ମହାନ୍ତି। ସେ ଏହି ଘରେ ଭଡ଼ାରେ ରହୁଥିଲେ। ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ି ନାହିଁ।  

Advertisment

ସୂଚନା ଅନୁସାରେ, କ୍ରିଷ୍ଣା ‘ମୋ ବସ୍‌’ କଣ୍ଡକ୍ଟର ଭାବେ କାର୍ଯ୍ୟ କରୁଥିଲେ। ଲିଙ୍ଗରାଜ ଥାନା ଅନ୍ତର୍ଗତ ଶ୍ରୀରାମନଗରରେ ଏକ ଭଡ଼ା ଘରେ ସେ ରହୁଥିଲେ। କ୍ରିଷ୍ଣାଙ୍କୁ କୂଅରେ ପଡିଥିବା ଅବସ୍ଥାରେ ଘର ମାଲିକ ଆଜି ସକାଳେ ଦେଖିଥିଲେ। ଖବର ପାଇ ଘଟଣାସ୍ଥଳରେ ଫରେନସିକ୍ ଟିମ୍‌, ଅଗ୍ନିଶମବାହିନୀ ଏବଂ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ। 

କେଉଁ ପରିସ୍ଥିତିରେ କ୍ରିଷ୍ଣାଙ୍କ ମୃତ୍ୟୁ ହେଲା ? ଭୁଲ୍‌ରେ ସେ କୂଅରେ ପଡ଼ିଗଲେ ନା ତାଙ୍କୁ ହତ୍ୟା କରାଯାଇ କୂଅରେ ଫିଙ୍ଗା ଯାଇଛି ତାହା ଜଣାପଡ଼ି ନାହିଁ। ଏନେଇ ପୋଲିସ୍‌ ତଦନ୍ତ ଆରମ୍ଭ କରିଛି। 

Advertisment
Deadbody Found
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ