Advertisment

ପ୍ରେମିକାର ଜିଦ୍‌, ‘ମୋତେ ବାହା ହୁଅ.. ମୁଁ ବୋହୂ ହେବି.. ଶାଶୁ ଘରକୁ ଯିବି’

ଭୁବନେଶ୍ୱର ଜାଗମରା ଅଞ୍ଚଳର ଯୁବତୀ ମାଧୁରୀ (ଛଦ୍ମନାମ)ଙ୍କୁ କୋରେଇ ଥାନା ରଗଡି ଅଞ୍ଚଳର କୁନା ଆଚାର୍ଯ୍ୟଙ୍କୁ ଭଲ ପାଉଥିଲେ। ମାଧୁରୀ ମଧ୍ୟ ତାଙ୍କୁ ମନ ପ୍ରାଣ ଦେଇ ଭଲ ପାଉଥିଲେ। କୁନା ପ୍ରେମରେ ପାଗଳ ହୋଇଯାଇଥିଲେ ମାଧୁରୀ।

Jajpur

Jajpur

Advertisment

ଯାଜପୁର: ପୁଣି ସାମ୍ନାକୁ ଆସିଲା ଜଣେ ଧୋକାବାଜ୍‌ ପ୍ରେମିକର କାହାଣୀ । ଭୁବନଶ୍ୱରରେ ପ୍ରେମ କଲା, ପ୍ରେମିକାଠୁ ମନ ଭରିଗଲା ପରେ ଗାଁକୁ ଚାଲିଗଲା । ଏବେ ପ୍ରେମିକା ପହଞ୍ଚିଛି ପ୍ରେମିକ ଘରେ । ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା କୋରେଇ ଥାନା ଅଞ୍ଚଳରେ । ରାଜଧାନୀ ଭୁବନେଶ୍ୱରର ଜଣେ ଯୁବତୀ ବୋହୂ ହେବାକୁ ଦାବି କରି ଯାଜପୁରରେ ପହଞ୍ଚି ପ୍ରେମିକ ଘର ଆଗରେ ବସିଛନ୍ତି । ପ୍ରେମିକା ଜଣକ କହିଛନ୍ତି ‘ସେ ମୋତେ ବାହା ହୁଅନ୍ତୁ । ମୁଁ ବୋହୂ ହେବି । ସ୍ତ୍ରୀର ସମ୍ମାନ ପାଇ ଶାଶୂ ଘରକୁ ଯିବି ।’

Advertisment

ପୂରା ଘଟଣା ଥିଲା ଏମିତି । ଭୁବନେଶ୍ୱର ଜାଗମରା ଅଞ୍ଚଳର ଯୁବତୀ ମାଧୁରୀ (ଛଦ୍ମନାମ)ଙ୍କୁ କୋରେଇ ଥାନା ରଗଡି ଅଞ୍ଚଳର କୁନା (ଛଦ୍ମନାମ) ଭଲ ପାଉଥିଲେ । ମାଧୁରୀ ମଧ୍ୟ ତାଙ୍କୁ ମନ ପ୍ରାଣ ଦେଇ ଭଲ ପାଉଥିଲେ । କୁନା ପ୍ରେମରେ ପାଗଳ ହୋଇଯାଇଥିଲେ ମାଧୁରୀ । ବାହା ହେବାର ପ୍ରତିଶ୍ରୁତି ଦେଇ କୁନା ତାଙ୍କ ସହିତ ବାରମ୍ୱାର ଶାରୀରିକ ସମ୍ପର୍କ ରଖିଥିଲେ ବୋଲି ମାଧୁରୀ ଅଭିଯୋଗ କରିଛନ୍ତି । ପରେ ଉଭୟ ଲିଭ୍‌ ଇନ୍‌ ରିଲେସନ୍‌ସିପ୍‌ରେ ଭୁବନେଶ୍ୱରରେ ଗୋଟିଏ ଘର ଭଡ଼ା ନେଇ ରହୁଥିଲେ । ବର୍ଷେରୁ ଅଧିକ ସମୟ ଧରି ଏକାଠି ରହୁଥିଲେ ।

ଏକାଠି ରହିବା ଭିତରେ ମାଧୁରୀଙ୍କ ପ୍ରତି କୁନାଙ୍କ ସନ୍ଦେହ ବଢ଼ିଲା । କାହା ସହିତ ଫୋନ୍‌ରେ କଥା ହେଲେ ସବୁବେଳେ ସନ୍ଦେହ କରୁଥିଲେ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଥିଲା । ତା’ପରେ ସେ ମାଧୁରୀଙ୍କୁ ଛାଡ଼ି ଗାଁକୁ ପଳାଇ ଆସିଥିଲେ । ଆଉ ମାଧୁରୀଙ୍କୁ ଧରାଛୁଆଁ ଦେଇନଥିଲେ । ଏପରିକି ଫୋନ୍‌ କଲେ ମଧ୍ୟ କୁନା ଉଠାଉ ନଥିବା ମାଧୁରୀ ଅଭିଯୋଗ କରିଛନ୍ତି ।

Advertisment

କୁନା ନିଜ ଗାଁରେ ଘରେ ଥିବା ଜାଣି ମାଧୁରୀ ସେଠାରେ ପହଞ୍ଚିଥିଲେ । ବାହା ହେବାକୁ ଜିଦ୍‌ କରି ମାଧୁରୀ ପ୍ରେମିକ କୁନାଙ୍କ ଘର ସାମ୍ନାରେ ଧାରଣାରେ ବସିଛନ୍ତି । ଏ ସମ୍ପର୍କରେ ଖବର ପାଇ କୋରେଇ ଥାନା ପୋଲିସ ଗାଁରେ ପହଞ୍ଚି ଯୁବତୀଙ୍କୁ ବୁଝାସୁଝା କରିଛି । ହେଲେ ମାଧୁରୀ ନିଜ ଜିଦ୍‌ରେ ଅଟଳ ରହିଛନ୍ତି ।

ଯୁବତୀ ଜଣକ କହିଛନ୍ତି-“ମୋତେ ଭଲ ପାଇ ମୋ ସହିତ ସେକ୍ସ କରିଛନ୍ତି । ଏବେ ଛାଡ଼ି ଦେବାକୁ ଚାହୁଁଛନ୍ତି । ସେ କେବଳ ମୋ ସହିତ ଖେଳି ନାହାନ୍ତି । ମୋ ପରି ଅନେକ ଝିଅଙ୍କ ସହିତ ଖେଳିଛନ୍ତି । ଯାହାର ପ୍ରମାଣ ମୋ ପାଖରେ ରହିଛି । ଯେଉଁ ଝିଅଙ୍କ ସହିତ ଖେଳିଛନ୍ତି, ତାଙ୍କର ଫଟୋ ଥିବା ମେମୋରି କାର୍ଡକୁ ମୁଁ ନଷ୍ଟ କରିଦେଇଛି । ମୁଁ ଚାହୁଁଛି, ସେ ମୋତେ ବାହାହୁଅନ୍ତୁ ।”

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ