Advertisment

ସମୟ ରାତି ସାଢ଼େ ୧୦...ଲଙ୍ଗ ଡ୍ରାଇଭରେ ବାହାରିଲେ...ବାଟରେ ପତ୍ନୀକୁ ମାରି ନିଜକୁ ଗୁଳି କରିଦେଲେ

ଉଭୟ ଏକ କାର ଯୋଗେ ଘରୁ ଯାଇଥିଲେ। ଗତ ୫ମାସ ପୂର୍ବରୁ ବିନୋଦ କିଡନୀ ରୋଗରେ ଆକ୍ରାନ୍ତ ଥିବା ଜଣାପଡିଥିଲା। କିଛି ବର୍ଷ ପୂର୍ବେ ଏକ ପ୍ରାଇଭଟ କମ୍ପାନୀ ଚାକିରି ଛାଡିଦେଇଥିଲେ।

ଅଦ୍ୟତନ ହୋଇଛି
Vinod Chaudhary and his Wife

Vinod Chaudhary and his Wife

Advertisment

ବିଚ ରାସ୍ତାରୁ ଦମ୍ପତିଙ୍କ ମୃତଦେହ ଉଦ୍ଧାର। ଆଜି ଭୋରରୁ ଗାଜିଆବାଦ ମଧୁବନ ବାପୁଧାମ ନିକଟରେ ଏକ କାରରୁ ଉଭୟଙ୍କ ମୃତଦେହ ମିଳିଛି। ପତ୍ନୀଙ୍କୁ ଗୁଳି କରିବା ପରେ ସ୍ୱାମୀ ନିଜକୁ ଗୁଳି ମାରିଦେଇଥିବା ସନ୍ଦେହ କରାଯାଉଛି । ମୃତକ ହେଲେ ସ୍ୱାମୀ ବିନୋଦ ଚୌଧୁରୀ ଓ ସ୍ତ୍ରୀ ଦୀପକ। ପୋଲିସ ମୃତଦେହ ଜବତ କରି ତଦନ୍ତ ଚଳାଇଛି।

Advertisment

ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୧୦ଟା ୩୦ରେ ବିନୋଦ ସ୍ତ୍ରୀ ଦୀପକଙ୍କୁ ନେଇ ଲଙ୍ଗ ଡ୍ରାଇଭରେ ବାହାରିଥିଲେ। ଉଭୟ ଏକ କାର ଯୋଗେ ଘରୁ ଯାଇଥିଲେ। ଗତ ୫ମାସ ପୂର୍ବରୁ ବିନୋଦ କିଡନୀ ରୋଗରେ ଆକ୍ରାନ୍ତ ଥିବା ଜଣାପଡିଥିଲା। କିଛି ବର୍ଷ ପୂର୍ବେ ଏକ ପ୍ରାଇଭେଟ କମ୍ପାନୀ ଚାକିରି ଛାଡିଦେଇଥିଲେ। ଗାଁରେ ଥିବା ଜମିରୁ ଯାହା ଆୟ ହେଉଥିଲା ସେଥିରେ ଚଳୁଥିଲେ।ଏହାକୁ ନେଇ ସେ ସବୁବେଳେ ଚିନ୍ତାଗ୍ରସ୍ତ ରହୁଥିଲେ।

ଗତକାଲି ଲଙ୍ଗ ଡ୍ରାଇଭରେ ଯାଉଥିବା ପରିବାର ଲୋକଙ୍କୁ କହିଥିଲେ। ରାତି ପ୍ରାୟ ୨ଟା ହୋଇଯାଇଥିଲେ ସୁଦ୍ଧା ସେମାନେ ଘରକୁ ଫେରିନଥିଲେ। ବାରମ୍ୱାର ଫୋନ କରିବା ସତ୍ତ୍ୱେ କଲ ଉଠାଇ ନଥିଲେ। ଏନେଇ ସନ୍ଦେହ ହେବାରୁ ପରିବାର ଲୋକ ପୋଲିସକୁ ଜଣାଇଥିଲେ।

Advertisment

ଆଜି ସକାଳୁ ଉଭୟଙ୍କର ରକ୍ତାକ୍ତ ମୃତଦେହ ଉଦ୍ଧାର କରିଥିଲା ପୋଲିସ। ତେବେ ବିନୋଦଙ୍କ ହାତରେ ବନ୍ଧୁକ ଥିବା ପୋଲିସ ସୂଚନା ଦେଇଛି। ପ୍ରାଥମିତ ତଦନ୍ତରୁ ବିନୋଦ ପ୍ରଥମେ ସ୍ତ୍ରୀ ଦୀପକଙ୍କୁ ହତ୍ୟା କରିବା ପରେ ନିଜ ଜୀବନ ନେଇଥିବା ଜଣାପଡିଛି। ତେବେ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ କରୁଛି।

Murder
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ