Astrospeak
  • Live TV
  • Read In English

ବିପୁଳ ପରିମାଣର ଗଂଜେଇ କାରବାରକୁ ନେଇ ବଢୁଛି ଚିନ୍ତା : ଆର. ଉଦୟଗିରି ଓ ଚିତ୍ରକୋଣ୍ଡା ଅଂଚଳରୁ ୧୨୦ବସ୍ତା ଗଂଜେଇ ଜବତ

ଗଜପତି ଆର. ଉଦୟଗିରି ଅଂଚଳରୁ ପ୍ରାୟ କୋଟିଏ ଟଙ୍କାର ଗଂଜେଇ ଜବତ ହୋଇଛି । ମାନ୍ଦ୍ରାବାଜୁ ନିକଟରେ ରେଡ୍ କରି ୨୦ କ୍ୱିଣ୍ଟାଲରୁ ଅଧିକ ଗଂଜେଇ ଜବତ କରିଛି ଅଡ଼ବା ପୋଲିସ

ganja seized
ସାଙ୍କେତିକ ଚିତ୍ର

News Summary

ଚିତ୍ରକୋଣ୍ଡା ପୋଲିସ ଦ୍ୱାରା ୧୫ କ୍ୱିଣ୍ଟାଲ ଗଂଜେଇ ଜବତ

ଆନ୍ଧ୍ରପ୍ରଦେଶର ରାଜମନ୍ଦ୍ରୀ ଚାଲାଣ ହେଉଥିଲା ଗଂଜେଇ

ଚିତ୍ରକୋଣ୍ଡା,ଆର. ଉଦୟଗିରି : ମାଲକାନଗିରି ଚିତ୍ରକୋଣ୍ଡା ପୋଲିସ ଦ୍ୱାରା ୧୫ କ୍ୱିଣ୍ଟାଲ ଗଂଜେଇ ଜବତ ହୋଇଛି । ଗତକାଲି ରାତିରେ ଚିତ୍ରକୋଣ୍ଡା ପୋଲିସକୁ ମିଳିଛି ବଡ଼ ସଫଳତା। ଚିତ୍ରକୋଣ୍ଡା ଥାନା ଅଧିକାରୀଙ୍କ ନେତୃତ୍ୱରେ ରେଖାପାଲି ଦାରକୋଣ୍ଡା ଛକ ନିକଟରେ ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ap-27ty --4774 tata magic ଗାଡି ଟିକୁ ଅଟକାଇ ଥିଲା ପୋଲିସ୍ ।

ତେବେ ଯାଂଚ ବେଳେ ଟାଟା ମ୍ୟାଜିକ ଗାଡିରୁ ବସ୍ତା ବସ୍ତା ଗଂଜେଇ ଠାବ କରାଯାଇଥିଲା । ଏଥିସହ ଗଂଜେଇ ଚାଲାଣ ଅଭିଯୋଗରେ ଡ୍ରାଇଭରକୁ ଗିରଫ କରାଯାଇଛି । ଜବତ ଗଂଜେଇ ଆନ୍ଧ୍ରପ୍ରଦେଶର ରାଜମନ୍ଦ୍ରୀ ଯାଉଥିଲା ବୋଲି ସୂଚନା ମିଳିଛି । ଗଂଜେଇର ଆନୁମାନିକ ମୂଲ୍ୟ ୪୫,୦୦୦୦୦ ଲକ୍ଷ ବୋଲି ପ୍ରକାଶ କରିଛି ଚିତ୍ରକୋଣ୍ଡା ପୋଲିସ ।

Also Read

ସେହିପରି ଗଜପତି ଆର. ଉଦୟଗିରି ଅଂଚଳରୁ ପ୍ରାୟ କୋଟିଏ ଟଙ୍କାର ଗଂଜେଇ ଜବତ ହୋଇଛି । ମାନ୍ଦ୍ରାବାଜୁ ନିକଟରେ ରେଡ୍ କରି ୨୦ କ୍ୱିଣ୍ଟାଲରୁ ଅଧିକ ଗଂଜେଇ ଜବତ କରିଛି ଅଡ଼ବା ପୋଲିସ । ଗଂଜେଇ ଚାଲାଣ ଅଭିଯୋଗରେ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତମାନେ ଉତ୍ତରପ୍ରଦେଶର ବୋଲି ଜଣାପଡିଛି । ୭୦ଟି ବସ୍ତାରେ ଗଂଜେଇ ଭର୍ତ୍ତି କରି ଏହି ଅଂଚଳରୁ ଉତ୍ତରପ୍ରଦେଶକୁ ଚାଲାଣ ହେଉଥିଲା ଏତେ ପରିମାଣର ଗଂଜେଇ ।