Advertisment

Gangster Convicted: ପିତାଙ୍କ ହତ୍ୟାର ପ୍ରତିଶୋଧ ନେଲା ଗ୍ୟାଙ୍ଗଷ୍ଟର, ଭୋଗିବ ଆଜୀବନ କାରାଦଣ୍ଡ

ଏକ ଅଦାଲତ ଗ୍ୟାଙ୍ଗଷ୍ଟର ଅନୁପମ ଦୁବେ ଏବଂ ତା ସାଙ୍ଗ ବାଲକିଶନକୁ ୧୯୯୫ ମସିହାରେ ହୋଇଥିବା ଶମୀମ ହତ୍ୟାକାଣ୍ଡ ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଅନୁପମ ଦୁବେ ପୂର୍ବରୁ ଅନ୍ୟ ଏକ ହତ୍ୟା ମାମଲାରେ ଜେଲରେ ଅଛି। ତା ବିରୁଦ୍ଧରେ ହତ୍ୟା, ଡକାୟତି ଏବଂ ଜୋରଜବରଦସ୍ତ ଚାନ୍ଦା ଆଦାୟ ଭଳି ଅନେକ ମାମଲା ରୁଜୁ ହୋଇଛି।

ଅଦ୍ୟତନ ହୋଇଛି
Gangster

Gangster

Advertisment

ଉତ୍ତର ପ୍ରଦେଶ ଫର୍ରୁଖାବାଦର ଏକ ଅଦାଲତ ବୁଧବାର ଦିନ ଗ୍ୟାଙ୍ଗଷ୍ଟର ତଥା ରାଜନେତା ଅନୁପମ ଦୁବେ ଏବଂ ତା ସାଙ୍ଗ ବାଲକିଶନ ଓରଫ ଶିଶୁକୁ ୧୯୯୫ ମସିହାରେ ହୋଇଥିବା ପିଡବ୍ଲ୍ୟୁଡି ଠିକାଦାର ଶମୀମ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଦିବାଲୋକରେ ହୋଇଥିବା ଏହି ହତ୍ୟାକାଣ୍ଡରେ ସେତେବେଳେ ବହୁତ ଚର୍ଚ୍ଚା ହୋଇଥିଲା। ଫର୍ରୁଖାବାଦ ଅତିରିକ୍ତ ଜିଲ୍ଲା ଓ ସେସନସ ଜଜ୍ ଉଭୟ ଦୋଷୀଙ୍କ ଉପରେ ୧.୦୩ ଲକ୍ଷ ଟଙ୍କା ଜରିମାନା ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି।

Advertisment

୨୬ ଜୁଲାଇ ୧୯୯୫ରେ ଶମୀମଙ୍କୁ ଏକ ଜନଗହଳିପୂର୍ଣ୍ଣ ବଜାରରେ ଗୁଳି କରି ହତ୍ୟା କରାଯାଇଥିଲା। ମୃତକଙ୍କ ଭାଇ ନସୀମଙ୍କ ଅଭିଯୋଗ ଆଧାରରେ ଫତେହଗଡ଼ ଥାନାରେ ୪ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଥିଲା। ମାମଲା ଚାଲୁଥିବା ସମୟରେ ୨ ଜଣ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିଲା। ଅନୁପମ ଦୁବେ ବର୍ତ୍ତମାନ ମଥୁରା ଜେଲରେ ଅଛି । ତାର ବୟସ ୫୫ ବର୍ଷ। ଏହାପୂର୍ବରୁ ୨୦୨୩ ମସିହାରେ ଅନୁପମ ଦୁବେକୁ ଇନ୍ସପେକ୍ଟର ରାମ ନିବାସ ଯାଦବଙ୍କ ହତ୍ୟା ପାଇଁ ମଧ୍ୟ ଆଜୀବନ କାରାଦଣ୍ଡ ଦିଆଯାଇଥିଲା। ଫର୍ରୁଖାବାଦର ଏସପି ଆର୍ତ୍ତୀ ସିଂହ କହିଛନ୍ତି ଯେ ୧୯୯୫ ମସିହାରେ ଫର୍ରୁଖାବାଦରେ ପ୍ରତିଶୋଧ ଭାବନାରୁ ଦୁଇଟି ହତ୍ୟା କରାଯାଇଥିଲା।

ଅନୁପମ ଦୁବେର ପିତା ମହେଶଙ୍କୁ ୧୯୯୫ ମସିହାରେ କିଛି ଲୋକ ପିଟି ପିଟି ହତ୍ୟା କରିଥିଲେ । କାରଣ ତାଙ୍କ ଜିପ୍ ଦ୍ୱାରା ଜଣେ ଶିଶୁ ଚାପି ହୋଇଯାଇଥିଲା। ଏହି ଘଟଣାରେ ଅନୁପମ ମଧ୍ୟ ଆହତ ହୋଇଥିଲା। ଏହାପରେ ସେ ଗୁରସହାୟଗଞ୍ଜର ଏସଏଚଓ ରାମ ନିବାସ ଯାଦବଙ୍କୁ ହତ୍ୟା କରିଥିଲା । କାରଣ ତାକୁ ଲାଗୁଥିଲା ଯେ ସେ ତାର ପିତାଙ୍କୁ ବଞ୍ଚାଇ ନାହାଁନ୍ତି। ସେହିପରି ପିଡବ୍ଲ୍ୟୁଡି ଠିକାଦାର ଶମୀମଙ୍କୁ ହତ୍ୟା କରାଯାଇଥିଲା, କାରଣ ସେ ସେହି ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ଥିଲେ ।

Advertisment

ଏସପି କହିଛନ୍ତି ଯେ ଅନୁପମ ଦୁବେ ରାଜ୍ୟ ସ୍ତରରେ ଜଣେ ମାଫିଆ ଭାବେ ଜଣାଶୁଣା । ସେ ୧୯୮୭ ମସିହାରେ ଅପରାଧ ଜଗତରେ ପାଦ ଦେଇଥିଲା । ତା ବିରୁଦ୍ଧରେ ଉତ୍ତର ପ୍ରଦେଶରେ ହତ୍ୟା, ଡକାୟତି, ଜୋରଜବରଦସ୍ତ ଚାନ୍ଦା ଆଦାୟ, ଜମି ହଡ଼ପ, ଠକେଇ ଏବଂ ଅପହରଣ ଭଳି ୬୫ଟି ମାମଲା ରୁଜୁ ହୋଇଛି। ତାଙ୍କ ଗ୍ୟାଙ୍ଗକୁ ଡି-୪୭ ଗ୍ୟାଙ୍ଗ କୁହାଯାଥିଲା । ଏହାର ସମସ୍ତ ସଦସ୍ୟଙ୍କ ପାଇଁ ହିଷ୍ଟ୍ରିସିଟ୍ ଖୋଲା ଯାଇଛି।

ଅନୁପମ ଦୁବେ ଅପରାଧ ମାଧ୍ୟମରେ ୧୭୧ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକ ସାମ୍ରାଜ୍ୟ ଗଢ଼ିଛି, ଯେଉଁଥିରେ ଗାଡ଼ି, ଜମି ଏବଂ ଘର ଅନ୍ତର୍ଭୁକ୍ତ। ଏହି ସମ୍ପତ୍ତିଗୁଡ଼ିକ ତା ନାଁରେ କିମ୍ବା ତା ସହଯୋଗୀଙ୍କ ନାଁରେ ରହିଛି। ଏହି ସମ୍ପତ୍ତିଗୁଡ଼ିକୁ ୟୁପି ଗ୍ୟାଙ୍ଗଷ୍ଟର ଓ ଅସାମାଜିକ କାର୍ଯ୍ୟକଳାପ (ନିବାରଣ) ଅଧିନିୟମ ଅଧୀନରେ ଜବତ କରାଯାଇଛି। ଏହା ସହିତ ତା ପରିବାରର ୮ଟି ଲାଇସେନ୍ସ ପ୍ରାପ୍ତ ଅସ୍ତ୍ରଶସ୍ତ୍ରକୁ ମଧ୍ୟ ବାତିଲ କରାଯାଇ ପୋଲିସ ହେପାଜତରେ ଜମା କରାଯାଇଛି।

Advertisment

ଅତିରିକ୍ତ ଡିଜି ଭାନୁ ଭାସ୍କର କହିଛନ୍ତି ଯେ ଅନୁପମ ଦୁବେର ପ୍ରଭାବ ଏତେ ଅଧିକ ଥିଲା ଯେ ସାକ୍ଷୀମାନେ ଭୟରେ ଅଦାଲତରେ ସାକ୍ଷ୍ୟ ଦେବାକୁ ମନା କରୁଥିଲେ। ଲୋକମାନେ ଦୁବେକୁ ଏତେ ଭୟ କରୁଥିଲେ ଯେ ତା ବିରୁଦ୍ଧରେ ସାକ୍ଷ୍ୟ ଦେବାକୁ ପ୍ରସ୍ତୁତ ହେଉ ନଥିଲେ।

ଅନୁପମ ଦୁବେ ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟରୁ ଆଇନରେ ସ୍ନାତକ ଏବଂ କାମେଶ୍ୱର ସିଂହ ଦରଭଙ୍ଗା ସଂସ୍କୃତ ବିଶ୍ୱବିଦ୍ୟାଳୟରୁ ବ୍ୟାଚେଲର ଅଫ ଆୟୁର୍ବେଦିକ ମେଡିସିନ ଏଣ୍ଡ ସର୍ଜରୀ (ବିଏଏମଏସ) ହାସଲ କରିଛି । ୧୯୮୭ ରୁ ୨୦୨୩ ପର୍ଯ୍ୟନ୍ତ ତା ବିରୁଦ୍ଧରେ ଅନେକ ଅପରାଧିକ ମାମଲା ରୁଜୁ ହୋଇଛି। ଏଥିରେ ୬ଟି ହତ୍ୟା, ୯ଟି ହତ୍ୟା ଉଦ୍ୟମ, ୬ଟି ଗୁଣ୍ଡା ଆକ୍ଟ, ୨ଟି ଗ୍ୟାଙ୍ଗଷ୍ଟର ଆକ୍ଟ, ଗୋଟିଏ ଅପହରଣ ଏବଂ ଗୋଟିଏ ଗଣଦୁଷ୍କର୍ମ ଅନ୍ତର୍ଭୁକ୍ତ। ୨୦୨୧ ମସିହାରେ ତା ବିରୋଧରେ ଏନଏସଏ ମଧ୍ୟ ଲଗାଯାଇଥିଲା। ୧୪ ଜୁଲାଇରେ ସେ ଠିକାଦାର ଶମୀମ ଅହମଦଙ୍କ ହତ୍ୟା ମାମଲାରେ ଆତ୍ମସମର୍ପଣ କରିଥିଲା । ରାଜନୀତିରେ ମଧ୍ୟ ଅନୁପମ ଦୁବେ ନିଜର ଭାଗ୍ୟ ପରୀକ୍ଷା କରିଥିଲା । କିନ୍ତୁ ସେଥିରେ ସେ ସଫଳତା ହାସଲ କରିପାରି ନଥିଲା। ସେ ଦୁଇଥର ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲା କିନ୍ତୁ ଜିତି ପାରି ନଥିଲେ।

ଅଧିକ ପଢ଼ନ୍ତୁ: ଆରଆଇଙ୍କ କୁକୁର ହଜିଗଲା, କନଷ୍ଟେବଳଙ୍କୁ ରାତିରେ ଘରକୁ ଡାକି ବେଲ୍ଟରେ ପିଟିଲେ 

Uttar Pradesh Murder Case Crime News Man Convicted
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ