Advertisment

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: DFOଙ୍କ କୌଣସି ସମ୍ପୃକ୍ତି ନାହିଁ

ପ୍ରକାଶଥାଉକି- ସାହେବ-ବିବି ଓ ସାଜିସ୍ ମାମଲାରେ ଚର୍ଚ୍ଚାକୁ ଆସିଥିବା ଗୁରାଣ୍ଡି ଥାନା ଓଆଇସି ମମତା ପଣ୍ଡାଙ୍କୁ ପାରଳାଖେମୁଣ୍ଡି ପୋଲିସ ପଚରା ଉଚରା କରିଥିଲା।

ଅଦ୍ୟତନ ହୋଇଛି
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: DFOଙ୍କ କୌଣସି ସମ୍ପୃକ୍ତି ନାହିଁ

DFO Sangram Behera

Advertisment

ଭୁବନେଶ୍ୱର: ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ DFO ସଂଗ୍ରାମ ବେହେରାଙ୍କ କୌଣସି ସମ୍ପୃକ୍ତି ନାହିଁ। ଗଣମାଧ୍ୟମ ଆଗରେ ବଡ଼ ସୂଚନା ଦେଇଛନ୍ତି ଗଜପତି ଏସ୍‌ପି। ଡିଏଫ୍ଓ ସଂଗ୍ରାମ ବେହେରାଙ୍କୁ କ୍ଲିନଚିଟ୍ ଏସ୍‌ପି ଦେଇଛନ୍ତି। ଘଟଣା ସହିତ DFOଙ୍କ କୌଣସି ସଂପୃକ୍ତି ନଥିବା ଜଣାପଡୁଛି।CDR ଯାଞ୍ଚରୁ DFOଙ୍କର ବିଦ୍ୟାଙ୍କ ସହ ସଂପୃକ୍ତି ନଥିବା ସ୍ପଷ୍ଟ ହୋଇଛି। ଅଧିକ ତଦନ୍ତ ପାଇଁ ପଡ଼ୋଶୀଙ୍କୁ ମଧ୍ୟ ପଚରାଉଚରା କରିଥିଲୁ। DFO ବିଦ୍ୟାଙ୍କ ଘରକୁ ଆସୁଥିବା କେହି କହିନାହାନ୍ତି। କେବଳ ଘଟଣା ଦିନ DFO ସ୍ପଟକୁ ଯାଇଥିଲେ ବୋଲି ଏସ୍‌ପି କହିଛନ୍ତି।

Advertisment

ରୋଷେୟାଙ୍କର ମଧ୍ୟ କୌଣସି ସଂପୃକ୍ତି ନଥିବା କହିଲେ ଏସ୍‌ପି କହିଛନ୍ତି। ଗୁରାଣ୍ଡି ଥାନାଧିକାରୀ ମମତା ପଣ୍ଡାଙ୍କୁ ନେଇ ଏସ୍‌ପି କହିଛନ୍ତି ଯେ ବିଦ୍ୟାଙ୍କ ଘର ଲୋକଙ୍କ ଫୋନ୍ କଲ୍ ପାଇ ମମତା ପଣ୍ଡା ଯାଇଥିଲେ। ମମତା ବିଦ୍ୟାଙ୍କ ଦୂର ସଂପର୍କୀୟା, ମାନବିକତା ଦୃଷ୍ଟିରୁ ଯାଇଥିଲେ। ସୌମ୍ୟଙ୍କ ମୃତ୍ୟୁ କିପରି ହେଲା, ସେନେଇ ଅଧିକ ତଦନ୍ତ ଆବଶ୍ୟକ ବୋଲି ସେ କହିଛନ୍ତି।

ପ୍ରକାଶଥାଉକି- ସାହେବ-ବିବି ଓ ସାଜିସ୍ ମାମଲାରେ ଚର୍ଚ୍ଚାକୁ ଆସିଥିବା ଗୁରାଣ୍ଡି ଥାନା ଓଆଇସି ମମତା ପଣ୍ଡାଙ୍କୁ ପାରଳାଖେମୁଣ୍ଡି ପୋଲିସ ପଚରା ଉଚରା କରିଥିଲା। କାରଣ ତାଙ୍କ ବିରୋଧରେ ଆମ୍ବୁଲାନ୍ସକୁ ଅଟକାଇବାଠୁ ଆରମ୍ଭ କରି ପୋଲିସର ତଦନ୍ତ ସମୟରେ ସବୁବେଳେ ସନ୍ଦେହଜନକ ଭାବେ ଉପସ୍ଥିତ ରହୁଥିବା ଅଭିଯୋଗ ଉଠିଥିଲା। ସେହିପରି ବିବାହ ପରେ ଫିଷ୍ଟ ଦେବାକୁ ଯେଉଁ କାର ଡ୍ରାଇଭରଙ୍କୁ ଧରି ବିଦ୍ୟାଭାରତୀ ବଲାଙ୍ଗିର ଯାଇଥିଲେ, ତାଙ୍କୁ ମଧ୍ୟ ପୋଲିସ ଜେରା କରିଥିଲା। ଏହାପୂର୍ବରୁ ଆମ୍ବୁଲାନ୍ସ ଡ୍ରାଇଭରକୁ ପୋଲିସ ଜେରା କରିଥିଲା ପୋଲିସ୍।

Advertisment

ତେବେ ସୌମ୍ୟଙ୍କ ମୃତ୍ୟୁର ସତ୍ୟତା ଭିତରେ ଷଡ଼ଯନ୍ତ୍ରର ସତ କଣ ? ରହସ୍ୟଜନକ ମୃତ୍ୟୁ ପାଇଁ ଦାୟୀ କିଏ? ପତ୍ନୀ ବିଦ୍ୟାଭାରତୀ ନା ଆଉ କିଏ ? ସୌମ୍ୟଙ୍କ ମୃତ୍ୟୁର ୧୧ ଦିନ ହେଲାଣି। ଏକାଦଶାହ କର୍ମ ସରିଲା। ତଥାପି ମୃତ୍ୟୁ ପଛର ସତ ସାମ୍ନାକୁ ଆସିପାରିନଥିବାବେଳେ ଗୋଟିଏ ପରେ ଗୋଟିଏ ତଥ୍ୟ ରହସ୍ୟ ଘେରକୁ ଚାଲିଆସୁଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ