Advertisment

ବଟି ନଦେବାରୁ ମରଣାନ୍ତକ ଆକ୍ରମଣ : ଛୁରା ମାଡ଼ ସହ ବିଅର ବୋତଲ ଭୁଶିଦେଲେ

ଗେଲ୍ ଇଣ୍ଡିଆ କମ୍ପାନୀର ସାଇଟ୍ ସୁପରଭାଇଜରଙ୍କୁ ଆକ୍ରମଣ।

ଅଦ୍ୟତନ ହୋଇଛି
GAIL employee brutally stabbed

GAIL employee brutally stabbed

Advertisment

ବଟି ନଦେବାରୁ ଛୁରା ମାଡ଼ । ଏପରିକି ବିୟର ବୋତଲ ଭୁଶି ଦେଇଛନ୍ତି ଦୁର୍ବୃତ୍ତ। ଏହି ଅଭିଯୋଗ ଆସିଛି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରରୁ । ଗେଲ୍ ଇଣ୍ଡିଆ ଗ୍ୟାସ କମ୍ପାନିର ସାଇଟ୍ ସୁପର ଭାଇଜର ଆରପି ସିଂହଙ୍କ ଉପରେ ହୋଇଛି ମରଣାନ୍ତକ ଆକ୍ରମଣ । ବେକରେ ମଧ୍ୟ ଗଭୀର ଆଘାତ ଲାଗିଛି ।

Advertisment

ଗତକାଲି ଅପରାହ୍ନରେ ଏହି ଘଟଣା ଘଟିଥିଲା । ଗେଲ୍ ଇଣ୍ଡିଆର ଜଣେ କର୍ମଚାରୀ ଆରପି ସିଂହ ଯାଉଥିବା ବେଳେ ଅଟକାଇଥିଲେ ୪ରୁ ୫ ଜଣ ଯୁବକ । ହେଲେ ସେ ବଟି ନଦେବାକୁ ସଫା ସଫା ମନା କରିବାରୁ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଆରପି ସିଂହଙ୍କୁ ସମସ୍ତେ ମିଶି ଛୁରି ଓ ବିଅର ବୋତଲରେ ଆକ୍ରମଣ କରିଥିବା ସୂଚନା ମିଳିଛି । କର୍ମଚାରୀଙ୍କ ଦେହର ୩୦ରୁ୪୦ ସ୍ଥାନରେ ଆକ୍ରମଣର ଚିହ୍ନ ରହିଛି ।

ଆକ୍ରମଣ ପରେ ପ୍ରଥମେ ତାଙ୍କୁ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି । ସେ ଏବେ ଗୁରୁତର ଥିବା ଜଣାପଡ଼ିଛି । ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଛି । ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି କହିଛନ୍ତି, ଥାନା ଅଧିକାରୀ ଶ୍ୱେତପଦ୍ମା ସେଠ । ...

Advertisment
Extortion Money
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ