Advertisment

ସାଙ୍ଗହୋଇ ପାର୍ଟି କଲେ...ମଦ ପିଇଲେ...ସାମାନ୍ୟ ଝଗଡ଼ାରୁ ମାରି ପୋତିଦେଲେ

ହତ୍ୟା ପରେ ଅଭିଯୁକ୍ତମାନେ ୟଶଙ୍କ ମୋବାଇଲ୍ ଫୋନ୍ ବ୍ୟବହାର କରି ତାଙ୍କ ପରିବାର ଲୋକଙ୍କୁ ଅପହରଣ ହୋଇଥିବା ନେଇ ମେସେଜ୍ ପଠାଇଥିଲେ ଏବଂ ପୋଲିସକୁ ବିଭ୍ରାନ୍ତ କରିବା ପାଇଁ ୬କୋଟି ଟଙ୍କା ମାଗିଥିଲେ।

ଅଦ୍ୟତନ ହୋଇଛି
Friends kill Noida college student

Friends kill Noida college student

Advertisment

ସାମାନ୍ୟ ବଚସାରୁ ସାଙ୍ଗକୁ ମାରି ପୋତିଦେଲେ ସାଙ୍ଗ। ଆଉ ପୋଲିସକୁ ଭ୍ରମିତ କରିବାପାଇଁ ଅପହରଣର ମିଛ ନାଟକ ରଚି ଫୋନ୍ କଲେ । ନୋଏଡ଼ାର ଜଣେ ବିବିଏ ଛାତ୍ର ନିଖୋଜ ମାମଲାର ତଦନ୍ତ କରିବା ପରେ ସଂପୂର୍ଣ୍ଣ ଘଟଣା ଉପରୁ ପରଦା ହଟାଇଛି ପୋଲିସ। ପାର୍ଟିରେ ପାଟିତୁଣ୍ଡ ହେବା ପରେ ଏପରି କାଣ୍ଡ ଭିଆଇଛନ୍ତି ଛାତ୍ରମାନେ।

Advertisment

ସୂଚନା ଅନୁସାରେ, ମୃତ ଛାତ୍ର ଉତ୍ତର ପ୍ରଦେଶ ଅମରୋହାର ୟଶ ମିତ୍ତଲ। । ୟଶ ଦିଲ୍ଲୀର ଏକ ବିଶ୍ୱବିଦ୍ୟାଳୟରେ ବିବିଏ କରୁଥିଲେ। ସୋମବାରଠାରୁ ସେ ନିଖୋଜ ଥିଲେ। କେହି ତାଙ୍କୁ ଅପହରଣ କରି ୬କୋଟି ଟଙ୍କା ଦାବି କରୁଥିବା ୟଶଙ୍କ ବାପା ପୋଲିସ ନିକଟରେ ଅଭିଯୋଗ କରିଥିଲେ। ଏନେଇ ପୋଲିସ ଏକ ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଥିଲା।

ଏହା ପରେ ପୋଲିସ ୟଶଙ୍କର ଜଣେ ସାଙ୍ଗଙ୍କୁ ଉଠାଇଆଣି ପଚରାଉଚରା କରିବା ପରେ ସମସ୍ତ ଘଟଣା ସାମନାକୁ ଆସିଛି। ଗ୍ରେଟର ନୋଏଡା ପୋଲିସର ସୂଚନା ଅନୁସାରେ, ଫେବୃଆରୀ ୨୬ରେ ୟଶ ତାଙ୍କ ସାଙ୍ଗ ରଚିତ, ଶିବମ, ସୁଶାନ୍ତ ଏବଂ ସୁମିତଙ୍କ ସହ ଗଜ୍ରାଉଲାର ଏକ ଫାର୍ମହାଉସକୁ ପାର୍ଟି କରିବାକୁ ଯାଇଥିଲେ। ସେଠାରେ ସେମାନଙ୍କ ଭିତରେ ପାଟିତୁଣ୍ତ ହୋଇଥିଲା। ଏହାପରେ ସେମାନେ ୟଶଙ୍କ ତଣ୍ଟି ଚିପି ହତ୍ୟା କରିବା ପରେ ସେଠାରେ ଗାତ ଖୋଳି ପୋତି ଦେଇଥିଲେ।

Advertisment

ହତ୍ୟା ପରେ ଅଭିଯୁକ୍ତମାନେ ୟଶଙ୍କ ମୋବାଇଲ୍ ଫୋନ୍ ବ୍ୟବହାର କରି ତାଙ୍କ ପରିବାର ଲୋକଙ୍କୁ ଅପହରଣ ହୋଇଥିବା ନେଇ ବାର୍ତ୍ତା ପଠାଇଥିଲେ ଏବଂ ପୋଲିସକୁ ବିଭ୍ରାନ୍ତ କରିବା ପାଇଁ ୬କୋଟି ଟଙ୍କା ମାଗିଥିଲେ। ଦାଦ୍ରି ପୋଲିସ ଏବଂ SWAT ଟିମ୍ ୟଶ ମିତ୍ତଲଙ୍କ ମୃତଦେହକୁ ତାଙ୍କ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି।

ଏହି ମାମଲାରେ ଗ୍ରେଟର ନୋଏଡା ଡିସିପି ସଦମିୟା ଖାନ କହିଛନ୍ତି, ଗତବର୍ଷ ନଭେମ୍ବରରେ ୟଶ ରଚିତ, ଶୁଭମ୍, ସୁଶାନ୍ତ ଏବଂ ସୁମିତଙ୍କ ସହ ବନ୍ଧୁତା କରିଥିଲେ। ସେମାନେ ବାରମ୍ୱାର ପାର୍ଟି କରୁଥିଲେ। ହତ୍ୟା ପରେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଥିବା ବେଳେ ଅନ୍ୟ ୩ଜଣ ଏବେବି ଫେରାର୍ ଅଛନ୍ତି। ସେମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ।

Advertisment
Murder Kidnapping
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ