Advertisment

ପେଶା ଓକିଲ, ହେଲେ ନିଶା ଠକେଇ...ମାଷ୍ଟରମାଇଣ୍ଡ ଲଗାଇ ଛାତ୍ରଛାତ୍ରୀଙ୍କୁ ଚୂନ ଲଗାଉଥିଲେ

ଛାତ୍ରଛାତ୍ରୀଙ୍କୁ ଯୁକ୍ତ ଦୁଇ ପରୀକ୍ଷାରେ ପାସ୍ କରାଇ ଦେବାର ଲୋଭ ଦେଖାଇ ଲକ୍ଷାଧିକ ଟଙ୍କା ଠକି ଥିବା ଜଣେ ବ୍ୟକ୍ତିଙ୍କୁ ପୋଲିସ୍‌ ଗିରଫ କରିଛି।

ଅଦ୍ୟତନ ହୋଇଛି
Fraudster arrested for duping students to help pass Plus 2 exam

Fraudster arrested for duping students to help pass Plus 2 exam

Advertisment

ପେଶା ଓକିଲ, ହେଲେ ନିଶା ଠକେଇ। ମାଷ୍ଟରମାଇଣ୍ଡ ଲଗାଇ ଛାତ୍ରଛାତ୍ରୀଙ୍କୁ ଚୂନ ଲଗାଉଥିଲେ, ହେଲେ ଶେଷରେ ପୋଲିସ ହାତରେ ଧରାଡ଼ିଲେ। ଛାତ୍ରଛାତ୍ରୀଙ୍କୁ ଯୁକ୍ତ ଦୁଇ ପରୀକ୍ଷାରେ ପାସ୍ କରାଇ ଦେବାର ଲୋଭ ଦେଖାଇ ଲକ୍ଷାଧିକ ଟଙ୍କା ଠକି ଥିବା ଜଣେ ବ୍ୟକ୍ତିଙ୍କୁ ପୋଲିସ୍‌ ଗିରଫ କରିଛି। ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର ଶହ ଶହ ଛାତ୍ରଛାତ୍ରୀଙ୍କଠାରୁ ଲକ୍ଷାଧିକ ଟଙ୍କା ଠକିଥିବା ସମ୍ପୃକ୍ତ ବ୍ୟକ୍ତି ଏବେ ପୋଲିସ୍‌ ହାତରେ ଧରାପଡ଼ିଛନ୍ତି। ବାଲେଶ୍ୱର ଶିଳ୍ପାଞ୍ଚଳ ଥାନାରେ ଅଭିଯୋଗ ପରେ ଘଟଣାକୁ ଗମ୍ଭୀରତାର ସହ ନେଇ ପୋଲିସ୍‌ ତଦନ୍ତ ଆରମ୍ଭ କରିଥିଲା। 

Advertisment

ସୂଚନା ଅନୁସାରେ, ଚଳିତ ମାସ ପହିଲାରୁ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଆରମ୍ଭ ହୋଇଥିଲା। ତେବେ ବାଲେଶ୍ୱର ସଦର ଥାନା ଖାନନଗର ଅଞ୍ଚଳର ଜଣେ ବ୍ୟକ୍ତି ଭଦ୍ରକ, ବାଲେଶ୍ୱରରେ ବିଭିନ୍ନ ଜିଲ୍ଲାର ପ୍ରାୟ ୩୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ସହ ଯୋଗାଯୋଗ କରିଥିଲା। ପରୀକ୍ଷା ଖାତାରେ ମାର୍କ ବଢ଼ାଇ ଦେବାର ପ୍ରତିଶ୍ରୁତି ଦେଇ କାହା ପାଖରୁ ୫ ହଜାର ଟଙ୍କା ତ ଆଉ କାହା ପାଖରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ବ୍ୟକ୍ତି ଜଣକ ଆଦାୟ କରିଥିଲେ। ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ବିଶ୍ୱାସ ଜନ୍ମାଇବା ପାଇଁ ନିଜକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଜଣେ ବରିଷ୍ଠ କର୍ମଚାରୀର ପରିଚୟ ଦେଇ ସେ ଏହି ଠକେଇ କରୁଥିଲେ।

ଉକ୍ତ ବ୍ୟକ୍ତି ଗତକାଲି ଯୁକ୍ତ ଦୁଇ କିଛି ଛାତ୍ରଛାତ୍ରୀ ଓ ସେମାନଙ୍କର ଅଭିଭାବକଙ୍କୁ ବାଲେଶ୍ୱର ପୋଲିସ୍‌ ଲାଇନ୍‌ ସ୍ଥିତ ବିଜୁ ପଟ୍ଟନାୟକ ପାର୍କ ନିକଟକୁ ଡାକିଥିଲେ। ତେବେ କୌଣସି ସୂତ୍ରରୁ ଛାତ୍ରଛାତ୍ରୀ ଓ ଅଭିଭାବକ ସମ୍ପୃକ୍ତ ବ୍ୟକ୍ତି ଜଣେ ଦଲାଲ ବୋଲି ଜାଣିପାରି ଏନେଇ ପୋଲିସ୍‌କୁ ଖବର ଦେଇଥିଲେ। ଏସ୍‌ପି ସାଗରିକା ନାଥଙ୍କ ନିର୍ଦ୍ଦେଶକ୍ରମେ ଘଟଣାସ୍ଥଳରେ ଶିଳ୍ପାଞ୍ଚଳ ଥାନା ପୋଲିସ୍ ପହଞ୍ଚି ଯୁବକକୁ ଧରିବା ସହ ଅଭିଯୋଗ ଆଣିଥିବା ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକଙ୍କୁ ଥାନାକୁ ଡକାଇ ପଚରାଉଚରା କରିଥିଲେ।

Advertisment

ପଚରାଉଚରା ପରେ ଦଲାଲ ଜଣକ ବିଭିନ୍ନ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ ପାସ୍‌ କରାଇ ଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଆଦାୟ କରିଥିବା ଜଣାପଡ଼ିଛି। ତାଙ୍କ ନିକଟରୁ ଏକ କାର୍‌, ସୁନା ଅଳଙ୍କାର, ୮ଟି ଏଟିଏମ୍‌ କାର୍ଡ, ୬୦ ହଜାରୁ ଅଧିକ ନଗଦ ଟଙ୍କା ପୋଲିସ ଜବତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ