Fake Cert Scam
ଜାଲ ସାର୍ଟିଫିକେଟରେ ଚାକିରି କରି ବିଦା ହେଲେ ୪ ଶିକ୍ଷକ । ବଲାଙ୍ଗିର ଜିଲ୍ଲାରେ ଜାଲ୍ ସାର୍ଟିଫିକେଟର ଚେର ମାଡ଼ିଥିବା ନେଇ ସମଗ୍ର ରାଜ୍ୟରେ ଚର୍ଚ୍ଚା ଜୋର ଧରିଥିଲା । ହେଲେ ଏବେ ପୁରୀ ଜିଲ୍ଲାରେ ମଧ୍ୟ ନକଲି ଶିକ୍ଷକ ଧରାପଡ଼ିଛନ୍ତି । ପୁରୀ ଜିଲ୍ଳା କୃଷ୍ଣପ୍ରସାଦ ବ୍ଲକରେ କାର୍ଯ୍ୟରତ ୪ ଶିକ୍ଷକଙ୍କୁ ବହିଷ୍କାର କରିଛନ୍ତି ଜିଲ୍ଲା ମୁଖ୍ୟ ଶିକ୍ଷାଧୀକାରୀ ।
କୃଷ୍ଣପ୍ରସାଦ ବ୍ଳକ୍ ଖିରିସାହି ପିୟୁପିଏସ ସ୍କୁଲର ସତ୍ୟସୁନ୍ଦର ବିଶ୍ୱାଳ, ସରକାରୀ ପିପିଏସ ବିରିପଦର ସ୍କୁଲର ସୁରେଶ ଚନ୍ଦ୍ର ପଲେଇ, ଓରା ସିପିଏସର ସୌଦାମିନୀ ପ୍ରଧାନ ଏବଂ ଚର୍ଚ୍ଚିକା ୟୁଜିଓପି ସ୍କୁଲର ନନ୍ଦ କିଶୋର ସେଠୀ ଚାକିରିରୁ ବହିଷ୍କୃତ ହୋଇଛନ୍ତି । ଏହି ୪ ଶିକ୍ଷକଙ୍କ ନାଁରେ ଅଭିଯୋଗ ଆସିବା ପରେ ପ୍ରାୟ ବର୍ଷେ ହେବ ସେମାନଙ୍କ ସାର୍ଟିଫିକେଟ ଯାଞ୍ଚ ପାଇଁ ଯାଇଥିଲା ।
ଯାଞ୍ଚର ଫଳାଫଳ ଆସିବା ପରେ ତାଙ୍କୁ ଚାକିରିରୁ ବିଦା କରାଯାଇଛି । ଏହାପରେ ଘଟଣାକୁ ନେଇ କ୍ରାଇମବ୍ରାଞ୍ଚକୁ ବି ଚିଠି କରି ଅବଗତ କରାଯାଇଛି । ପୂର୍ବରୁ ମଧ୍ୟ ଏହିଭଳି ସମାନ ଅଭିଯୋଗରେ ୪ଜଣ ଶିକ୍ଷକଙ୍କୁ ବହିଷ୍କାର କରିଥିଲେ ଜିଲ୍ଲା ମୁଖ୍ୟ ଶିକ୍ଷା ଅଧିକାରୀ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1702961994.jpg)