Advertisment

‘ପାଣିରେ ବୁଡ଼ିଯାଇ ଚିନ୍ମୟୀଙ୍କ ମୃତ୍ୟୁ ଘଟିଛି’

ଆସିଲା ଚିନ୍ମୟୀଙ୍କର ଶବ ବ୍ୟବଚ୍ଛେଦ ରିପୋର୍ଟ . . ଶବ ବ୍ୟବଚ୍ଛେଦ ରିପୋର୍ଟ ନେଇ ଏସପି ବି.ଗଙ୍ଗାଧରଙ୍କ ସୂଚନା

ଅଦ୍ୟତନ ହୋଇଛି
  VSSUT girl student’s death

VSSUT girl student’s death

Advertisment

ପାଣିରେ ବୁଡ଼ି ପ୍ରାଣ ହରାଇଛନ୍ତି ବୁର୍ଲା ଭିସୁଟର ପୂର୍ବତନ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁ। ତାଙ୍କ ପୋଷ୍ଟମୋର୍ଟମ ରିପୋର୍ଟର ଏକଥା ସ୍ପଷ୍ଟ ହୋଇଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ସମ୍ବଲପୁର ଏସପି ବି. ଗଙ୍ଗାଧର । ତେବେ ଚିନ୍ମୟୀଙ୍କର ପାଣିରେ ବୁଡ଼ି ମୃତ୍ୟୁ ହୋଇଥିଲେ ବି, ତାହା ଆତ୍ମହତ୍ୟା କିମ୍ବା ହତ୍ୟା ସେକଥା ସ୍ପଷ୍ଟ ହୋଇନି  । ଏ ଦିଗରେ ତଦନ୍ତ ଜାରି ରହିଛି ବୋଲି କହିଛନ୍ତି ଏସପି ।

Advertisment

ସେପଟେ ଆଜି ବୁର୍ଲାକୁ ଡକାଇ ଚିନ୍ମୟୀଙ୍କ ପରିବାରକୁ ପଚରା ଉଚରା କରିଛି ପୋଲିସ । ଏଥିପାଇଁ ବୁର୍ଲା ହୀରାକୁଦ ଏସଡିପିଓଙ୍କ ଅଫିସରେ ପହଞ୍ଚିଥିଲେ ଚିନ୍ମୟୀଙ୍କ ବାପା, ମାଆ, ଭଉଣୀ ଓ ସଂପର୍କୀୟ ।  ତଦନ୍ତ ପ୍ରକ୍ରିୟାରେ ଅଧିକ କିଛି ସୂଚନା ହାସଲ ପାଇଁ ପରିବାର ଲୋକଙ୍କୁ ପଚରାଉଚରା କରାଯାଇଥିବା, ଏସପି କହିଛନ୍ତି । ଗତକାଲି ବିଳମ୍ବିତ ରାତି ଯାଏ ଭିସୁଟର କିଛି ଛାତ୍ରଙ୍କ ସହିତ ୩୦ରୁ ଅଧିକ ଲୋକଙ୍କୁ ପଚରା ଉଚରା କରାଯାଇଥିଲା । ସେମାନଙ୍କ ମଧ୍ୟରେ ଜଣେ ଢାବା ମାଲିକ ମଧ୍ୟ ଅଛନ୍ତି ।

ସୂଚନା ଅନୁସାରେ ଘଟଣା ଦିନ ବୁର୍ଲା ପିସି ବ୍ରିଜଠାରୁ ଅଳ୍ପ ଦୂରରେ ଥିବା ଏହି ଢାବାରେ ଖାଇଥିଲେ ଚିନ୍ମୟୀ ତାଙ୍କ ସାଙ୍ଗ ପ୍ରୀତିମନ ଦେ । ଢାବା ମାଲିକ ପାଖରୁ ପୋଲିସ କିଛି ସୂଚନା ପାଇଥିବା ଜଣାପଡ଼ିଛି । ଚିନ୍ମୟୀ ଓ ପ୍ରୀତିମନଙ୍କ କିଛି ବନ୍ଧୁ ଓ ଅନ୍ୟ କିଛି ଛାତ୍ରୀଙ୍କୁ ମଧ୍ୟ ପୋଲିସ ପଚରା ଉଚରା କରିଛି ।

Advertisment
Burla VISUT
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ