Advertisment

ଶୀତଳ ଷଷ୍ଠୀ ଯାତ୍ରା ବେଳେ ରାତି ଅଧରେ ବୋହିଲା ରକ୍ତ ନଦୀ, ଗାଁରେ ବୁଲିଲା ଖଣ୍ଡା

ଗୋଟିଏପଟେ ଗାଁରେ ଶୀତଳ ଷଷ୍ଠୀ ଯାତ୍ରା ଚାଲି ଥିବାବେଳେ ଅନ୍ୟପଟେ ଗାଁରେ ରକ୍ତ ନଦୀ ବୁହାଇଛନ୍ତି ଦୁର୍ବୃତ୍ତ। ବିଳମ୍ବିତ ରାତିରେ ପୂର୍ବତନ ସରପଞ୍ଚଙ୍କ ସମେତ ୩ ଜଣଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି।

ଅଦ୍ୟତନ ହୋଇଛି
Former sarpanch and his two associates attack by a group

Former sarpanch and his two associates attack by a group

Advertisment

ଗୋଟିଏପଟେ ଗାଁରେ ଶୀତଳ ଷଷ୍ଠୀ ଯାତ୍ରା ଚାଲି ଥିବାବେଳେ ଅନ୍ୟପଟେ ଗାଁରେ ରକ୍ତ ନଦୀ ବୁହାଇଛନ୍ତି ଦୁର୍ବୃତ୍ତ। ବିଳମ୍ବିତ ରାତିରେ ପୂର୍ବତନ ସରପଞ୍ଚଙ୍କ ସମେତ ୩ ଜଣଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଗଞ୍ଜାମ ଜିଲ୍ଲା ସଦର ଥାନା ଅନ୍ତର୍ଗତ ମସିହାଖାଲି ଗାଁରେ ଏହି ଘଟଣା ଘଟିଛି। ଦୁର୍ବୃତ୍ତଙ୍କ ଆକ୍ରମଣରେ ପୂର୍ବତନ ସରପଞ୍ଚ ମନୋଜ ସେଠୀ, ଶଙ୍କର ଜେନା, ଦୁର୍ଗା ପ୍ରସାଦ ପ୍ରଧାନ ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରାଯାଇଛି। 

Advertisment

ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୧ଟାରେ ମସିହାଖାଲି ଗାଁରେ ଶୀତଳ ଷଷ୍ଠୀ ଯାତ୍ରା ଚାଲିଥିଲା। ଏହି ସମୟରେ ପୂର୍ବତନ ସରପଞ୍ଚ ମନୋଜ ସେଠୀ ଓ ଅନ୍ୟ ୨ ଜଣ ଶଙ୍କର ଓ ଦୁର୍ଗା ଶୌଚ ପାଇଁ ଗାଁ ପୋଖରୀକୁ ଯାଇ ଫେରୁଥିଲେ। ପ୍ରାୟ ୨୨ ଜଣ ଯୁବକ ଏକାଠି ହୋଇ ଖଣ୍ଡାରେ ଏମାନଙ୍କ ଉପରେ ହଠାତ୍‌ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଚିତ୍କାର ଶୁଣି ଗାଁ ଲୋକେ ଦୌଡ଼ି ଆସିବାରୁ ଦୁର୍ବୃତ୍ତମାନେ ଛତ୍ରଭଙ୍ଗ ଦେଇଥିଲେ।

ଗୁରୁତର ଅବସ୍ଥାରେ ପୂର୍ବତନ ସରପଞ୍ଚ ଓ ଅନ୍ୟ ୨ ଜଣଙ୍କୁ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରାଯାଇଛି। ମନୋଜଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ତାଙ୍କ ଆଗୁଣ୍ଠି ଛିଣ୍ଡି ଯାଇଥିବାରୁ ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି।

Advertisment

ସୂଚନାଥାଉ କି, ଗତ ପଞ୍ଚାୟତ ନିର୍ବାଚନ ବେଳେ ଏହି ୩ ଜଣ ଗୋଟିଏ ଗୋଷ୍ଠୀଙ୍କୁ ସମର୍ଥନ କରିବାକୁ ବିଜେତା ସରପଞ୍ଚ ଗୋଷ୍ଠୀ ଏମାନଙ୍କ ଉପରେ ରାଗ ରଖିଥିଲେ। ଏଥିସହ ଗାଁ ଯାତ୍ରାରେ ମଧ୍ୟ ସାମାନ୍ୟ ବଚସା ହୋଇଥିବା ଆହତମାନେ କହିଛନ୍ତି। 

Attack Sital Sasthi Jatra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ